ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଗାମୀ 5 ବର୍ଷ ପାଇଁ କାର୍ଯ୍ୟକ୍ରମ ଧାର୍ଯ୍ୟ କରି ଦେଇଛି । ଭାରତ 2025ରେ ଦିନିକିଆ ମହିଳା ବିଶ୍ବକପ ଆୟୋଜନ କରିବ । ବର୍ମିଂହାମରେ ଆଇସିସି (international cricket council) ବାର୍ଷିକ ସମ୍ମିଳନୀରେ ଭାରତର ବିଡ ଗୃହିତ କରିଛି । ପ୍ରାୟ 2 ଦଶନ୍ଧି ବ୍ୟବଧାନରେ ଆଇସିସି ଫ୍ଲାଗସିପ ଇଭେଣ୍ଟ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛି । ଶେଷଥର ପାଇଁ ଭାରତରେ 50 ଓଭର ବିଶିଷ୍ଟ ବିଶ୍ବକପ 2013ରେ ଅନୁଷ୍ଠିତ ହୋଇଥିଲା ।
ତିନୋଟି ଆଇସିସି ମହିଳା ଇଭେଣ୍ଟ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା । ବାଂଲାଦେଶ 2024ରେ ଟି-20 ବିଶ୍ବକପ ଏବଂ ଇଂଲଣ୍ଡ 2026 ସଂସ୍କରଣ ପାଇଁ ଆୟୋଜନ ଅଧିକାର କରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଆସିସି ମହିଳା ବିଶ୍ବକପ 2025 ଆୟୋଜନ ବିଡ ଜିତିବା ଆମ ପାଇଁ ଖୁସିର ବିଷୟ । ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି, ବିଶ୍ବକପ ଆୟୋଜନ ଅଧିକାର ପାଇବା ଦ୍ବାରା ଦେଶରେ କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ।
ଶେଷଥର ପାଇଁ ଭାରତରେ 50 ଓଭର ବିଶିଷ୍ଟ ବିଶ୍ବକପ 2013ରେ ଅନୁଷ୍ଠିତ ହୋଇଥିଲା । ମୁମ୍ବାଇରେ ଅନୁଷ୍ଠିତ ଫାଇନାଲରେ ୱେଷ୍ଟଇଣ୍ଡିଜକୁ 14 ରନର ହରାଇ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା । ଉଦଘାଟନୀ ଟି-20 ଚମ୍ପିଆନ ଟ୍ରଫି 2027 ଶ୍ରୀଲଙ୍କା ଆୟୋଜନ କରିବ ।