ETV Bharat / sports

ଜୁଲାଇ 18ରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: BCCI ସମ୍ପାଦକ

ଭାରତୀୟ ଟିମର ଶ୍ରୀଲଙ୍କା ବିପକ୍ଷ 6ଟିକିଆ ସୀମିତ ଓଭର ସିରିଜ ଜୁଲାଇ 18ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

author img

By

Published : Jul 10, 2021, 6:11 PM IST

India-Sri Lanka limited-overs series to now start from July 18: BCCI secretary Jay Shah
ଜୁଲାଇ 18ରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: BCCI ସମ୍ପାଦକ

ନୂଆଦିଲ୍ଲୀ: ଭାରତୀୟ ଟିମର ଶ୍ରୀଲଙ୍କା ବିପକ୍ଷ 6ଟିକିଆ ସୀମିତ ଓଭର ସିରିଜ ଜୁଲାଇ 18ରୁ ଆରମ୍ଭ ହେବ । ଏନେଇ ଶନିବାର ସ୍ପଷ୍ଟ କରିଛନ୍ତି, ବିସିସିଆଇ ସମ୍ପାଦକ ଜୟ ଶାହା । ଶ୍ରୀଲଙ୍କା କ୍ୟାମ୍ପରେ COVID-19 ସଂକ୍ରମଣ ମାମଲା ବଢିବା ଯୋଗୁଁ ସିରିଜ ଘୁଞ୍ଚିଛି ।

ପୂର୍ବରୁ ଜୁଲାଇ 13ରୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାନେଇ ସୂଚୀ ରହିଥିଲା । ତେବେ ଘରୋଇ ଦଳର ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାୱର ଓ ଡାଟା ଆନାଲିଷ୍ଟ ଜିଟି ନିରୋସାନ ପଜିଟିଭ ଚିହ୍ନଟ ହେବାପରେ ସୂଚୀରେ ପରିବର୍ତ୍ତନ ହୋଇଛି । ନିକଟରେ ଶ୍ରୀଲଙ୍କା ଟିମ ଇଂଲଣ୍ଡ ଗସ୍ତ ଶେଷକରି ଫେରିଛି । ଫଳରେ ଶ୍ରୀଲଙ୍କା ଖେଳାଳିଙ୍କ କ୍ବାରେଣ୍ଟିନ ଅବଧି ବୃଦ୍ଧି ପାଇଛି ।

ପରିବର୍ତ୍ତିତ ସୂଚୀ ଅନୁଯାୟୀ, ଜୁଲାଇ 18, 20 ଓ 23 ତାରିଖରେ ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ସିରିଜର 3ଟି ମ୍ୟାଚ ଖେଳାଯିବ । ପରେ ଜୁଲାଇ 25ରୁ ଟି20 ସିରିଜ ଆରମ୍ଭ ହେବ । ଜୁଲାଇ 25, 27 ଓ 29ରେ ସମାନ ଭେନ୍ୟୁରେ ଟି-20 ମ୍ୟାଚ ଖେଳାଯିବ ।

ଶିଖର ଧାୱନଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ଶ୍ରୀଲଙ୍କା ଗସ୍ତ କରିଛି ଓ ରାହୁଲ ଦ୍ରାବିଡ ମୁଖ୍ୟ କୋଚ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.