ETV Bharat / sports

IND vs SA: ଟିମ ଇଣ୍ଡିଆର ବ୍ୟାଟିଂବେଳେ ପଡିଆରୁ ବାହାରିଲା ସାପ - ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି୨୦

ଗୌହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ମ୍ୟାଚ୍‌ ଖେଳାଯାଉଥିବା ସମୟରେ ହଠାତ କ୍ରିଜରେ ବାହାରିଲା ସାପ । ଅଧିକ ପଢନ୍ତୁ

India South Africa T20 : ମ୍ୟାଚ ସମୟରେ ବାହାରିଲା ସାପ, ଭୟଭୀତ ହେଲେ ଦର୍ଶକ

author img

By

Published : Oct 2, 2022, 8:38 PM IST

ହାଇଦ୍ରାବାଦ: ଗୌହାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଘଟିଛି ଅଜବ ଘଟଣା । ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ ପଡିଆରେ ଦେଖିବାକୁ ମିଳିଲା ସାପ । ଭାରତୀୟ ଇଂନିସର ସପ୍ତମ ଓଭରରେ ଦକ୍ଷିଣ ଆଫ୍ରିକା ବୋଲର ଏକ ସାପ ଦେଖିବାକୁ ପାଇଥିଲେ । ଷ୍ଟାଡିୟମରେ ଲାଗିଥିବା କ୍ୟାମେରାରେ ମଧ୍ୟ ସାପଟି କଏଦ ହୋଇଥିଲା ।

ଏହା ପରେ ଖେଳକୁ କିଛି ସମୟ ପାଇଁ ବ୍ରେକ ଦିଆଯାଇଥିଲା । କ୍ରିଜରେ ଥିବା ସାପକୁ ଦେଖି ଷ୍ଟାଡିୟମରେ ଦର୍ଶକ ମାନେ ଭୟଭୀତ ହୋଇଯାଇଥିଲେ । ତେବେ ତାହା କେଉଁ ପ୍ରଜାତିର ସାପ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ସାପଟି କାହାର କୌଣସି କ୍ଷତି କରି ନଥିବା ସୂଚନା ରହିଛି । କିଛି ସମୟର ଭୟଭୀତ ବାତାବରଣ ପରେ କ୍ରିଜରେ ପୁଣି ଖେଳ ଆରମ୍ଭ ହୋଇଥିଲା ।

ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଓପନିଂ ପାଇଁ କ୍ରିଜକୁ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଆସିଥିଲେ । ଭାରତ ୭ ଓଭର ସୁଦ୍ଧା କୌଣସି ୱିକେଟ ରନ୍‌ ହରାଇ ୬୮ ରନ କରିଥିଲା । ଓପନିଂ ପାଇଁ ଆସିଥିବା ଲୋକେଶ ରାହୁଲ ଦମଦାର ଫର୍ମ ଥିବା ସହିତ ୭ ଓଭର ବେଳକୁ ସେ ୧୫ ବଲରେ ୩୩ ରନ କରିଥିଲେ । ସେହିପରି ରୋହିତ ଶର୍ମା ୨୭ ବଲରେ ୩୧ ରନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.