ETV Bharat / sports

ଅଗରକରଙ୍କ ସତର୍କବାଣୀ, ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତକୁ ପଡିପାରେ ମହଙ୍ଗା

author img

By

Published : May 31, 2021, 9:05 PM IST

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ବିରାଟ କୋହଲିଙ୍କ ନେତୃତ୍ବରେ ଫାଇନାଲ ଖେଳିବାକୁ ଥିବା ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ନେବା ଉଚିତ ନୁହେଁ କହିଛନ୍ତି, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର । ଅଧିକ ପଢନ୍ତୁ...

India should not underestimate New Zealand in WTC final: Agarkar
ଅଗରକରଙ୍କ ସତର୍କବାଣୀ, ନ୍ୟୁଜିଲାଣ୍ଡକୁ ହାଲୁକାରେ ନେବା ଭାରତକୁ ପଡିପାରେ ମହଙ୍ଗା

ମୁମ୍ବାଇ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌କୁ ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ବିରାଟ କୋହଲିଙ୍କ ନେତୃତ୍ବରେ ଫାଇନାଲ ଖେଳିବାକୁ ଥିବା ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ନେବା ଉଚିତ ହେବନାହିଁ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଉଲରେ ଜୁନ 18ରୁ WTC ଫାଇନାଲ ମୁକାବିଲା ଖେଳାଯିବ । ଏହାପୂର୍ବରୁ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଦୁଇଟି ଟେଷ୍ଟ ଇଂଲଣ୍ଡ ବିପକ୍ଷରେ ଖେଳିବ । ଏହି ସିରିଜ ଜୁନ 2ରୁ ଆରମ୍ଭ ହେବ ।

ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିନାହିଁ । ଏଥିରେ ଟି20 ବିଶ୍ବକପ, ଚମ୍ପିଆନ୍ସ ଟ୍ରଫି ଓ ବିଶ୍ବକପ ମଧ୍ୟ ସାମିଲ ରହିଛି । ସେଥିପାଇଁ ଭାରତକୁ ଧ୍ୟାନର ସହ ଏହି ଆଇସିସି ଇଭେଣ୍ଟର ଫାଇନାଲ ମ୍ୟାଚରେ ଖେଳିବାକୁ ହେବ କହି ସତର୍କ କରିଛନ୍ତି ଅଗରକର ।

ଭାରତୀୟ ଟିମ ଜୁନ୍‌ 3, 2021ରେ ଏଖ ସ୍ବତନ୍ତ୍ର ଚାଟାର୍ଡ ବିମାନ ଯୋଗେଁ ୟୁକେରେ ପହଞ୍ଚିବ । ଭାରତରେ 14ଦିନ କ୍ବାରେଣ୍ଟିନରେ ରହିବା ପରେ ୟୁକେ ଯାତ୍ରା କରିବ ବିରାଟ ବାହିନୀ । ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ ଇଂଲଣ୍ଡରେ ରହିଛି ଓ ଜୁନ 15ରେ ସାଉଥାମ୍ପଟନରେ ପହଞ୍ଚିବା ସହ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.