ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରେ ୨୭୬/୭ରେ ଭାରତ ଦ୍ବିତୀୟ ଇଂନିସ ଘୋଷଣା କରିଛି । ଏଥିସହ ୫୪ ରନ୍ର ବିଶାଳ ବିଜୟ ଲକ୍ଷ୍ୟ କିୱି ଟିମ ସାମ୍ନାରେ ରଖିଛି ଟିମ ଇଣ୍ଡିଆ ।
ପ୍ରଥମ ଇଂନିସରେ ଶତକୀୟ ଇଂନିସ ଖେଳିଥିବା ମୟଙ୍କ ଅଗ୍ରୱାଲ ଦ୍ବିତୀୟ ଇଂନିସରେ ମଧ୍ୟ କମାଲ କରିଥିଲେ । ଅଗ୍ରୱାଲ ସର୍ବାଧିକ ୬୨, ଚେତେଶ୍ବର ପୂଜାରା ୪୭ ଓ ଶୁଭମନ ଗିଲ୍ ମଧ୍ୟ ୪୭ ରନ୍ ସଂଗ୍ରହ କରିଥିଲେ । ଅକ୍ଷର ପଟେଲ ୨୬ ବଲ୍ରୁ ୩ଟି ଚୌକା ଓ ୪ଟି ଛକା ସହାତାରେ ୪୧ ରନ୍ର ଧୂଆଁଧାର ଇଂନିସ ଖେଳିଥିଲେ । ଭ୍ରମଣକାରୀ ଟିମ ପାଇଁ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇଂନିସରେ ଐତିହାସିକ ୧୦ ୱିକେଟ ହାସଲ ପରେ ଦ୍ବିତୀୟ ଇଂନିସରେ ୪ଟି ଶିକାର କରିଥିଲେ ।
ଏହାମଧ୍ୟ ପଢନ୍ତୁ: India vs new Zealand Mumbai test: ନ୍ୟୁଜିଲାଣ୍ଡ ୬୨ ରନ୍ରେ ଅଲଆଉଟ
ମ୍ୟାଚ୍ରେ ୨୨୫/୧୪ ବୋଲିଂ ପ୍ରଦର୍ଶନ ସହ ଏଜାଜ ବର୍ତ୍ତମାନ ଗୋଟିଏ ଟେଷ୍ଟରେ ଭାରତ ବିପକ୍ଷରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ଥିବା ବୋଲର ହେବାର ରେକର୍ଡ କରିଛନ୍ତି । ଲଞ୍ଚ୍ ବ୍ରେକ୍ ସୁଦ୍ଧା ଭାରତୀୟ ଟିମ ୧୪୨ ରନ୍ରେ ଦୁଇଟି ୱିକେଟ ହରାଇଥିଲା । ୬୯ ରନ୍ର ଅସମାପ୍ତ ସ୍କୋର୍ରୁ ତୃତୀୟ ଦିନ ଘରୋଇ ଟିମ ଖେଳ ଆରମ୍ଭ କରିଥିଲା । ତେବେ ପ୍ରଥମ ସେସନରେ ଉଭୟ ଓପନର ମୟଙ୍କ ଅଗ୍ରୱାଲ(୬୨) ଓ ପୂଜାରାଙ୍କ ୱିକେଟ ହରାଇଥିଲା ।
ନ୍ୟୁଜିଲାଣ୍ଡକୁ ପ୍ରଥମ ଇଂନିସରେ ମାତ୍ର ୬୨ ରନ୍ରେ ଅଲଆଉଟ୍ କରିବା ପରେ ଭାରତୀୟ ଟିମ ଫଲୋଅନ ପରିବର୍ତ୍ତେ ୨୬୩ ରନ୍ର ବିଶାଳ ପ୍ରଥମ ଇଂନିସ ଅଗ୍ରଣୀ ହାସଲ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ