ETV Bharat / sports

IND VS NZ 1st ODI: ଗିଲଙ୍କ ଦମଦାର ଇନିଂସ, ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନ ବିଜୟ ଲକ୍ଷ୍ୟ

author img

By

Published : Jan 18, 2023, 5:40 PM IST

Updated : Jan 18, 2023, 6:08 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମନ ଗିଲଙ୍କ ଧୂଆଁଧାର ଶତକ । ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ ସଂଗ୍ରହ କରିଛି ଭାରତ । ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୩୫୦ ରନର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନ ବିଜୟ ଲକ୍ଷ୍ୟ
ନ୍ୟୁଜିଲାଣ୍ଡ ଆଗରେ ୩୫୦ ରନ ବିଜୟ ଲକ୍ଷ୍ୟ

ହାଇଦ୍ରାବାଦ: ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ତେବେ ପ୍ରଥମ ଇନିଂସରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ ସଂଗ୍ରହ କରିଛି ଭାରତ । ଭାରତ ପକ୍ଷରୁ ଶୁଭମନ ଗିଲ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ସହାୟତାରେ ବିଶାଳ ୨୦୮ ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ୍‌ ଜିତିବାକୁ ହେଲେ ନ୍ୟୁଜିଲାଣ୍ଡକୁ ନିର୍ଦ୍ଧାରିତ ୫୦ ଓଭରରେ ୩୫୦ ରନ୍‌ର ଆବଶ୍ୟକତା ରହିଛି ।

ଆଜିର ମ୍ୟାଚ୍‌ରେ ପ୍ରଥମରୁ ଭାରତକୁ ଭଲ ଆରମ୍ଭ ମିଳିଥିଲା । ତେବେ ଅଧିନାୟକ ରୋହିତ ଶର୍ମା ୩୮ ବଲରୁ ୩୪ ରନ ସଂଗ୍ରହ କରିଥିବାବେଳେ ୧୩ ନମ୍ବର ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ । ବ୍ଲେୟାର ଟିକ୍‌ନର୍‌ଙ୍କ ବଲ୍‌ରେ ଡେରାଇଲ ମିଚେଲଙ୍କ ହାତରେ ଧରା ପଡ଼ିଥିଲେ ରୋହିତ । ଏହାପରେ ବିରାଟ କୋହଲି ମଧ୍ୟ ବିଫଳ ହୋଇଥିଲେ । ମାତ୍ର ୮ ରନ ସଂଗ୍ରହ କରି ସାଣ୍ଟନରଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ମଧ୍ୟକ୍ରମରେ ସୁଯୋଗ ପାଇଥିବା ଯୁବ ବ୍ୟାଟର ଈଶାନ କିଶାନ ମଧ୍ୟ ୧୪ ବଲରୁ ମାତ୍ର ୫ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ ।

ଏହାପରେ ଗିଲଙ୍କ ସହ କିଛି ସମୟ ପାଳି ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଯାଦବ । ସେ ୨୬ ବଲରୁ ୪ଟି ଚୌକା ସହିତ ୩୧ ରନ ସଂଗ୍ରହ କରିଛନ୍ତି । ଏହାପରେ ଡେରାଇଲ ମିଚେଲଙ୍କ ବଲର ଶିକାର ହୋଇ ସାଣ୍ଟନରଙ୍କ ହାତରେ ଧରା ପଡ଼ିଥିଲେ ସୂର୍ଯ୍ୟକୁମାର ଯାଦବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରିଥିଲେ । ତେବେ ସେ ୩୮ ବଲରୁ ୨୮ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ ।

ସେପଟେ ଯୁବ ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲ ଆଜି ନିଜ ଅନ୍ତର୍ଜାତୀୟ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ପାଳି ଖେଳିଛନ୍ତି । ପଞ୍ଚମ ଭାରତୀୟ ବ୍ୟାଟର ଭାବେ ସେ ଦ୍ବିଶତକ ହାସଲ କରିଛନ୍ତି । ଗିଲ ଆଜିର ମ୍ୟାଚ୍‌ରେ ୩୦ ନମ୍ବର ଓଭରରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ହାସଲ କରିଥିଲେ । ମାତ୍ର ୮୮ ବଲରୁ ଏହି ଶତକ ହାସଲ କରିଥିଲେ ଗିଲ । ଏହାପରେ ସେ ନିଜର ଦମଦାର ବ୍ୟାଟିଂ ଦେଖାଇ ଦ୍ବିଶତକ ମଧ୍ୟ ହାସଲ କରିଥିଲେ । ସେ ଆଜିର ମ୍ୟାଚ୍‌ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ସହିତ ୨୦୮ ରନ ସ୍କୋର୍‌ କରିଛନ୍ତି ।

ଅନ୍ୟପଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ସିପ୍‌ଲି ୯ ଓଭରରେ ୭୪ ରନ ବ୍ୟୟ କରି ୨ ୱିକେଟ ହାସଲ କରିଥିଲେ । ସେହିଭଳି ଡେରାଇଲ ମିଚେଲ ୫ ଓଭରରୁ ୩୦ ରନ ବ୍ୟୟରେ ୨ ୱିକେଟ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲକି ଫର୍ଗୁସନ, ବ୍ଲେୟାର ଟିକ୍‌ନର ଓ ସାଣ୍ଟନର ଗୋଟିଏ ଲେଖାଏଁ ସଳତା ପାଇଥିଲେ । ତେବେ ନ୍ୟୁଜିଲାଣ୍ଡକୁ ପ୍ରଥମ ଦିନିକିଆ ମୁକାବିଲା ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୩୫୦ ରନ ହାସଲ କରିବାକୁ ହେବ । ଏହି ପିଚ୍‌ରେ ଭାରତୀୟ ବୋଲର କିଭଳି ବୋଲିଂ କରିବେ ତାହାରି ଉପରେ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2023, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.