ହାଇଦ୍ରାବାଦ: ବାଂଲାଦେଶ ଆଗରେ ବିଶାଳ ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ । ୪୧୦ ରନ କଲେ ସିରିଜ୍ କ୍ଲିନ ସ୍ବିପ କରିବାରେ ସଫଳ ହେବ ବାଂଲଦେଶ । ଆଜି ବାଂଲାଦେଶ ବିପକ୍ଷରେ ଭାରତ ତୃତୀୟ ଦିନିକିଆ ଖେଳୁଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୪୦୯ ରନ କରିଛି । ଇଶାନ କିଶାନ ଦ୍ବିଶତକୀୟ ପାଳି ଖେଳିଥିବା ବେଳେ ବିରାଟ କୋହଲି ଶତକୀୟ ଇନିଂସ ଖେଳିଛନ୍ତି ।
-
Innings Break!
— BCCI (@BCCI) December 10, 2022 " class="align-text-top noRightClick twitterSection" data="
Sensational batting display from #TeamIndia 👌 👌
A cracking 210 for @ishankishan51 ⚡️
A fine 113 for @imVkohli 👏
Scorecard 👉 https://t.co/HGnEqtZJsM#BANvIND pic.twitter.com/UhTce3aHu4
">Innings Break!
— BCCI (@BCCI) December 10, 2022
Sensational batting display from #TeamIndia 👌 👌
A cracking 210 for @ishankishan51 ⚡️
A fine 113 for @imVkohli 👏
Scorecard 👉 https://t.co/HGnEqtZJsM#BANvIND pic.twitter.com/UhTce3aHu4Innings Break!
— BCCI (@BCCI) December 10, 2022
Sensational batting display from #TeamIndia 👌 👌
A cracking 210 for @ishankishan51 ⚡️
A fine 113 for @imVkohli 👏
Scorecard 👉 https://t.co/HGnEqtZJsM#BANvIND pic.twitter.com/UhTce3aHu4
ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ମେନ୍ ଇନ୍ ବ୍ଲୁର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଇଶାନ କିଶାନ ଓ ବିରାଟ କୋହଲିଙ୍କ ଲଢୁଆ ପାଳି ବଳରେ ଟିମ୍ ଇଣ୍ଡିଆ ସ୍କୋର ୪୦୦ ରନ ଅତିକ୍ରମ କରିବାରେ ସକ୍ଷମ ହୋଇ ପାରିଛି । ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତ । ଶିଖର ଧାୱନ ଓ ଇଶାନ କିଶାନ ଓପନିଂ ପାଇଁ ଆସିଥିଲେ । ହେଲେ ପ୍ରାରମ୍ଭରୁ ହିଁ ଓପନିଂ ଯୋଡିକୁ ଝଟକା ଲାଗିଥିଲା । ଶିଖର ଧାୱନ ୩ ରନ କରି ସଅଳ ପାଭଲିୟନ ଲେଉଟିଥିଲେ । ତୃତୀୟ ବ୍ୟାଟିଂ ଅର୍ଡରରେ ମଇଦାନକୁ ଓହ୍ଲାଇଥିଲେ କିଙ୍ଗ କୋହଲି । ଏହା ପରେ ଇଶାନ କିଶାନ ଓ ବିରାଟ କୋହଲି କ୍ରିଜରେ ଆକ୍ରମକ ବ୍ୟାଟିଂ ଜାରି ରଖିଥିଲେ ।
ଯୁବ ବ୍ୟାଟର ଇଶାନ କିଶାନଙ୍କୁ ଅଲଗା ଅବତାରରେ ଦେଖିବାକୁ ମିଳିଥିଲା । ସେ ତାଙ୍କ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି । ତାଙ୍କର ଏହି ଦ୍ରୁତତମ ଦ୍ବିଶତକ ପରେ ସେ ଏକ ବିଶ୍ବ ରେକର୍ଡ କରିଛନ୍ତି । ଏହି ବାମ ହାତି ବ୍ୟାଟର ୧୩୧ ବଲରୁ ୨୪ ଟି ଚୌକା ଓ ୧୦ ଟି ଛକା ବଳରେ ସର୍ବାଧିକ ୨୧୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି କିଙ୍ଗ କୋହଲି ମଧ୍ୟ ତାଙ୍କ କ୍ୟାରିୟର ୭୨ ତମ ଶତକ ହାସଲ କରିଛନ୍ତି । ସେ ଆଜି ୯୧ ବଲରୁ ୧୧ ଟି ଚୌକା ଓ ୨ ଟି ଛକା ସହିତ ୧୧୩ ରନର ଧୂଆଁଧାର ଇନିଂସ ଖେଳିଥିଲେ ।
ସେହିପରି ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ୩୭ ରନ, ଅକ୍ଷର ପଟେଲ ୨୦ ରନ, ରାହୁଲ ୮ ରନ କରିଥିବା ବେଳେ ଶ୍ରେୟାସ ଆୟାର, ଶାର୍ଦ୍ଦୁଲ ଠାକୁର ଓ କୂଲଦୀପ ଯାଦବ ୩ ରନ କରିଥିଲେ । ସେପଟେ ବାଂଲାଦେଶର ସାକିବ ଅଲ ହାସନ, ଏବାଦସ ହସେନ, ତସ୍କିନ ଅହମଦ ଦୁଇଟି ୱିକେଟ ନେଇଥିବା ବେଳେ ମେହିଦି ହାସନ ଓ ମୁସ୍ତାଫିଜୁର ରେହମନ ଗୋଟିଏ ୱିକେଟ ନେଇଛନ୍ତି । ଏହି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ ୨-୦ ରେ ଆଗୁଆ ସିରିଜ ଜିତି ନେଇଛି । ସିରିଜ କ୍ଲିନ ସ୍ବିପ ପାଇଁ ବାଂଲାଦେଶ ୨୧୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇବ ।