ETV Bharat / sports

ଭାରତ-ପାକିସ୍ତାନ ମ୍ୟାଚ ପାଇଁ ୫୦ ଗୁଣ ଅଧିକ ଟଙ୍କାରେ ଚାଲିଛି ଟିକଟ୍‌ ବିକ୍ରି - ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟର ଖୁଲାସା

ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରୁ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେବେ ଏବେଠୁ ଆରମ୍ଭ ହୋଇଗଲାଣି ଭାରତ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ବ୍ଲାକ ମାର୍କେଟିଙ୍ଗ । ଅଧିକ ପଢନ୍ତୁ

ଭାରତ ପାକିସ୍ତାନ ମ୍ୟାଚ ପାଇଁ ୫୦ ଗୁଣ ଅଧିକ ଟଙ୍କାରେ ଟିକଟ ବିକ୍ରି, ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟର ଖୁଲାସା

author img

By

Published : Oct 9, 2022, 1:54 PM IST

ହାଇଦ୍ରାବାଦ: ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚ ସବୁ ସମୟରେ ହାଇଭୋଲଟେଜ ମ୍ୟାଚ ହୋଇଥାଏ । ତେବେ ଏହି ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀ ଉତ୍ସାହର ସହିତ ଅପେକ୍ଷା କରିରହିଥାନ୍ତି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ବକପ । ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରୁ ଭାରତ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ତେବେ ଏବେଠୁ ଆରମ୍ଭ ହୋଇଗଲାଣି ଭାରତ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ବ୍ଲାକ ମାର୍କେଟିଙ୍ଗ । ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ମୁତାବିକ ଟି୨୦ ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚ ପାଇଁ ପ୍ରଶଂସକ ୫୦ ଗୁଣରୁ ଅଧିକ ଟଙ୍କାରେ ଟିକଟ ବିକ୍ରି କରୁଛନ୍ତି । ଏହା ସହିତ ଆହୁରି ମଧ୍ୟ କୁହାଯାଇଛି ସୋସିଆଲ ମିଡିଆରେ ମଧ୍ୟ ମ୍ୟାଚ ପାଇଁ ଟିକଟର ବ୍ଲାକ ମାର୍କେଟିଙ୍ଗ ଚାଲିଛି । ଯେତେବେଳେ ଆନୁଷ୍ଠାନିକ ଭାବରେ ଉଭୟ ଦଳର ମ୍ୟାଚ ପାଇଁ ଟିକଟ ବିକ୍ରି ଆରମ୍ଭ ହୋଇଥିଲା ସେତେବେଳେ ୫ ମିନିଟରେ ସବୁ ଟିକଟ ବିକ୍ରି ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ମିଡିଆ ରିପୋର୍ଟ ଅନୁଯାୟୀ ସେଠାରେ ଲୋକମାନେ ସୋସିଆଲ ମିଡିଆ ଜରିଆରେ ଭାରତ ପାକିସ୍ତାନ ମ୍ୟାଚ ଟିକଟର ବ୍ଲାକ ମାର୍କେଟିଙ୍ଗ କରିବାରେ ଲାଗିଛନ୍ତି । ଅକ୍ଟୋବର ୨୩ ତାରିଖରେ ଭାରତ ପାକିସ୍ତାନ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ । ତେବେ ଟି୨୦ ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚର କ୍ରେଜକୁ ଦେଖି ଏବେଠୁ ଆରମ୍ଭ ହୋଇଯାଇଛି ଟିକଟ ବ୍ଲାକ ମାର୍କେଟିଙ୍ଗ । ତେବେ ଉଭୟ ଦଳର ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଟିକଟ ବିକ୍ରିରେ ବ୍ଲାକ ମାର୍କେଟିଙ୍ଗ ହେବା କଥା କୁହାଯାଉଛି । ସେପଟେ ଟି୨୦ ବିଶ୍ବକପ ମିଡିଆ ମ୍ୟାନେଜର ମେକ୍ସ ଏବୋଟ କହିଛନ୍ତି କି ଆନୁଷ୍ଠାନିକ ଭାବେ ଏଭଳି ଅଭିଯୋଗ କେହି କରିନାହାନ୍ତି । ହେଲେ ସେ ସ୍ବୀକାର କରିଛନ୍ତି କି ଲୋକମାନେ ବ୍ୟକ୍ତିଗତ ଭାବରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଅକ୍ଟୋବର ୨୩ରେ ଖେଳାଯାଉଥିବା ଭାରତ ପାକିସ୍ତାନ ମ୍ୟାଚ ପାଇଁ ଟିକଟର ଡିମାଣ୍ଡ ଅଧିକ ରହିଥିଲା । କ୍ରିକେଟ ପ୍ରେମୀ କେବଳ ଭାରତ ପାକିସ୍ତାନ ମ୍ୟାଚର ଟିକଟ ଅଧିକ ଡିମାଣ୍ଡ କରିଥିଲେ । ଯେଉଁକାରଣରୁ ବ୍ଲାକ ମାର୍କେଟିଙ୍ଗ ହେଉଛି କିଛି କ୍ରିକେଟ ପ୍ରେମୀ ଅଭିଯୋଗ ଆଣିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.