ETV Bharat / sports

Asia Cup 2023 Ind vs Pak: ପୁଣି ଖଳନାୟକ ସାଜିଛି ବର୍ଷା, ଜାଣନ୍ତୁ କାହାକୁ ମିଳିବ ଫାଇଦା - ଫାଇଦାରେ ରହିବ ଭାରତ

ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟରେ ଲାଗିଥିବା ମ୍ୟାଚ୍‌ରେ ମଧ୍ୟ ବର୍ଷା ଖଳନାୟକ ସାଜିଛି । ଭାରତୀୟ ବ୍ୟାଟରଙ୍କ ଦମଦାର ଆରମ୍ଭ ପରେ ଯେତେବେଳେ ପାକିସ୍ତାନ ବ୍ୟାକ୍‌ ଟୁ ବ୍ୟାକ୍‌ ୱିକେଟ ନେଇ ଖେଳକୁ ପ୍ରତ୍ୟାବର୍ତ୍ତନ କରୁଥିଲା, ଏହି ସମୟରେ ବର୍ଷା ଖେଳରେ ବାଧକ ସାଜିଛି । ତେବେ ଜାଣନ୍ତୁ କଣ ରହିଛି ବିକଳ୍ପ । ଅଧିକ ପଢ଼ନ୍ତୁ

Asia Cup 2023 Ind vs Pak
Asia Cup 2023 Ind vs Pak
author img

By ETV Bharat Odisha Team

Published : Sep 10, 2023, 7:31 PM IST

କଲମ୍ବୋ: ଏସିଆ କପ୍‌ ୨୦୨୩ରେ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖଳନାୟକ ସାଜିଛି ବର୍ଷା । ଗ୍ରୁପ୍‌ ପର୍ଯ୍ୟାୟରେ ବହୁ ପ୍ରତିକ୍ଷୀତ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବର୍ଷା ଧୋଇନେଇଥିବା ବେଳେ ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ରେ ମଧ୍ୟ ବାଧକ ସାଜିଚି ବର୍ଷା । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଉଭୟ ଓପନର ଅର୍ଦ୍ଧଶତକୀୟ ପାଳି ସହିତ ଦଳକୁ ଭଲ ଆରମ୍ଭ ଦେଇ ଆଉଟ୍‌ ହେବାପରେ ଭାରତ ଭଲ ସ୍ଥିତିରେ ରହିଛି । ହେଲେ ବର୍ଷା ଯୋଗୁଁ ଖେଳ ଅଟକି ରହିଛି । ଖେଳ ଅଟକିବାବେଳକୁ ଭାରତ ୨୪.୧ ଓଭରରେ ୨ ୱିକେଟ୍‌ ହରାଇ ୧୪୭ ରନ କରିଥିଲା । ତେବେ ଯଦି ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୁଏ ବା ଆଦୌ ହୋଇନପାରେ ଦେଖନ୍ତୁ କଣ ରହିଛି ବିକଳ୍ପ ।

ଫାଇଦାରେ ରହିବ ଭାରତ: ଯଦି ବର୍ଷା କାରଣରୁ ଆଜି ଭାରତ ଆଉ ବ୍ୟାଟିଂ କରିବାର ସୁଯୋଗ ନପାଏ, ତେବେ କ୍ଷତିରେ ପଡ଼ିବ ପାକିସ୍ତାନ । ଯଦି ପାକିସ୍ତାନକୁ ଅନ୍ୟୁନ ୨୦ ଓଭର ବ୍ୟାଟିଂ କରିବାକୁ ପଡ଼େ, ତେବେ ମ୍ୟାଚ୍ ଜିତିବା ପାଇଁ ସେମାନଙ୍କୁ ୧୮୧ ରନ୍ କରିବାକୁ ପଡ଼ିବ । ଅର୍ଥାତ୍ ତାଙ୍କୁ ପ୍ରତି ଓଭରରେ ୯ ରନ୍‌ର ଆବଶ୍ୟକତା ପଡ଼ିବ । ବର୍ଷା ପରବର୍ତ୍ତୀ ଓଦା ପିଚ୍‌ରେ ଏହା ତାଙ୍କ ପାଇଁ ଏତେ ସହଜ ହେବ ନାହିଁ । ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ପାକିସ୍ତାନକୁ ଜିତିବା ପାଇଁ ୨୦ ଓଭରରେ ୧୮୧ ରନ, ୨୧ ଓଭରରେ ୧୮୭ ରନ, ୨୨ ଓଭରରେ ୧୯୪ ରନ, ୨୩ ଓଭରରେ ୨୦୦ ରନ ଏବଂ ୨୪ ଓଭରରେ ୨୦୬ ରନର ଟାର୍ଗେଟ ମିଳିପାରେ । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତିଯାଏ ତେବେ ବାଂଲାଦେଶ ଏସିଆ କପ୍‌ ଟାଇଟଲ ରେସ୍‌ରୁ ବାଦ୍ ପଡ଼ିବ । ବାଂଲାଦେଶ ଦଳ ସୁପର-୪ର ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...Asia Cup 2023: ଭାରତ ଓ ପାକିସ୍ତାନ ମ୍ୟାଚ୍‌ ପାଇଁ ରିଜର୍ଭ ଡେ'କୁ ନେଇ ବିବାଦ, ପ୍ରଶ୍ନ ଉଠାଇଲେ ଶ୍ରୀଲଙ୍କା-ବାଂଲାଦେଶ କୋଚ୍

ବିକଳ୍ପ ଭାବେ ରହିଛି ରିଜର୍ଭ ଡେ': ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଯେଭଳି ପ୍ରଶଂସକ ନିରାଶ ହୋଇଥିଲେ, ସେଭଳି ପୁଣିଥରେ ନହେବା ପାଇଁ ଏସିସି ବଡ଼ ପଦକ୍ଷେପ ନେଇଛି । ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଏକ ରିଜର୍ଭ ଡେ' (ଅତିରିକ୍ତ ଦିବସ) ରଖାଯାଇଛି । ଯଦି ବର୍ଷା କାରଣରୁ ଆଜି ମ୍ୟାଚ୍ ଆଦୌ ଖେଳାଯାଇନପାରେ, ତେବେ ଆସନ୍ତାକାଲି (ସୋମବାର) ଏହିଠାରୁ ହିଁ ମ୍ୟାଚ୍ ଆରମ୍ଭ ହେବ । ଅର୍ଥାତ୍ ଆଜି ବର୍ଷା ପୂର୍ବରୁ ପିଚ୍‌ରେ ଉପସ୍ଥିତ ବିରାଟ କୋହଲି ଓ କେଏଲ୍ ରାହୁଲ ୨୪.୧ ଓଭରରୁ ଆଗକୁ ଖେଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.