ETV Bharat / sports

IND VS SL: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଲଞ୍ଚ ବ୍ରେକ ସୁଦ୍ଧା ୨ ୱିକେଟରେ ୧୦୯ ରନ - କୋହଲିଙ୍କ ୧୦୦ତମ ଟେଷ୍ଟ ମ୍ୟାଚ

ଆଜି ମୋହାଲିରେ ଖେଳାଯାଉଛି ଦୁଇ ମ୍ୟାଚ୍‌ ବିଶିଷ୍ଟ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚରେ ଟସ୍‌ ଜିତି ଭାରତ ବ୍ୟାଟିଂ କରି ଲଞ୍ଚ ବ୍ରେକ ସୁଦ୍ଧା ୨ ୱିକେଟରେ ୧୦୯ ରନ କରିଛି । ଅଧିକ ପଢନ୍ତୁ

IND VS SL: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଲଞ୍ଚ ବ୍ରେକ ସୁଦ୍ଧା ୨ ୱିକେଟରେ ୧୦୯ ରନ

author img

By

Published : Mar 4, 2022, 1:19 PM IST

ମୋହାଲି: ଆଜି(ଶୁକ୍ରବାର) ଆଇଏସ ବିନ୍ଦ୍ରା PCA ଷ୍ଟାଡିୟମ ମୋହାଲିରେ ଖେଳାଯାଉଛି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚ୍‌ରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଲଞ୍ଚ ବ୍ରେକ୍‌ ସୁଦ୍ଧା ୨ ୱିକେଟ ହରାଇ ୧୦୯ ରନ୍‌ କରିଛି ।

ଭାରତ ମ୍ୟାଚ ଆରମ୍ଭରେ ପ୍ରଥମେ ଦମଦାର ଆରମ୍ଭ କରିଥିଲା । ଅଧିନାୟକ ରୋହିତ ଶର୍ମା ୨୮ ବଲ୍‌ରେ ୨୯ ରନ୍‌ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୪୯ ବଲ୍‌ରେ ୩୩ ରନ୍‌ ଯୋଡ଼ି ଆଉଟ୍‌ ହୋଇଥିଲେ । ଭାରତ ୧୦ ଓଭର ମଧ୍ୟରେ ୫୦ରନ କରିଥିଲା । ମାତ୍ର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୦୯ କରିଛି । ବ୍ରେକ ପୂର୍ବରୁ ଭାରତ ୧୫ଟି ଚୌକା ମାରିଥିବା ଦେଖିବାକୁ ମିଳିଥିଲା ।

ବ୍ୟାଟିଂ କ୍ରମରେ ଚେତେଶ୍ବର ପୂଜାରାଙ୍କ ସ୍ଥାନ ନେଇଥିବା ହନୁମା ବିହାରୀ ଲଞ୍ଚ ବ୍ରେକ ସୁଦ୍ଧା 30 ରନ୍ କରି ଖେଳୁଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ 100 ତମ ଟେଷ୍ଟ ଖେଳୁଥିବା ବେଳେ ତାଙ୍କୁ 15 ରନ୍ କରି ଭାଗିଦାରୀ ବଜାୟ ରଖିଛନ୍ତି । କୋହଲି ପଡ଼ିଆରେ ଅବତରଣ କରିବା ପରେ ଦର୍ଶକମାନେ ଠିଆ ହୋଇ ତାଙ୍କୁ କରତାଳି ଦେଇ ଅଭିବାଦନ ଜଣାଇଥିଲେ । କୋହଲି ବାମହାତୀ ଦ୍ରୁତ ବୋଲର ବିଶ୍ବ ଫର୍ଣ୍ଣାଡୋଙ୍କ ବୋଲିଂରେ ଏକ ପ୍ରଥମରୁ ଚୌକା ମାରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.