ETV Bharat / sports

WTC ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଲା ଭାରତ - WTC ପଏଣ୍ଟ ତାଲିକା ଶୀର୍ଷରେ ଭାରତ

ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାର ଶୀର୍ଷରେ ପହଞ୍ଚିଲା ଟିମ ଇଣ୍ଡିଆ । ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନରେ ବିଜୟୀ ହେବାପରେ ଭାରତକୁ ସିଧାସଳଖ ୧୪ ପଏଣ୍ଟ ମିଳିଛି । ଅଧିକ ପଢ଼ନ୍ତୁ...

WTC ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଲା ଭାରତ
WTC ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଲା ଭାରତ
author img

By

Published : Aug 25, 2021, 6:04 PM IST

ଦୁବାଇ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲ ତାଲିକାର ଶୀର୍ଷରେ ପହଞ୍ଚିଲା ଟିମ ଇଣ୍ଡିଆ । ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ଜାରି ରହିଛି । ତେବେ ପ୍ରଥମ ଟେଷ୍ଟ ଡ୍ର' ହେବାପରେ ଦ୍ବିତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୧ ରନରେ ପରାଜିତ ହୋଇଥିଲା । ଏହାପରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତକୁ ସିଧାସଳଖ ୧୪ ପଏଣ୍ଟ ମିଳିଛି ।

ପ୍ରଥମ ଟେଷ୍ଟରେ ଧିମା ବୋଲିଂ ଯୋଗୁଁ ଉଭୟ ଦଳର ଦୁଇଦୁଇଟି ପଏଣ୍ଟ କାଟି ଦିଆଯାଇଥିଲା । ଫଳରେ ଭାରତକୁ ମାତ୍ର ଦୁଇ ପଏଣ୍ଟ ମିଳିପାରିଥିଲା । ତେବେ ଲର୍ଡସ ଟେଷ୍ଟରେ ବିଜୟ ହାସଲ କରିବା ପରେ ଭାରତକୁ ୧୨ ପଏଣ୍ଟ ମିଳିଥିଲା । ମୋଟ ଭାବରେ ଭାରତକୁ ୧୬ ପଏଣ୍ଟ ବଦଳରେ ମିଳିଛି ୧୪ ପଏଣ୍ଟ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପର ନିୟମ ଅନୁଯାୟୀ ଟେଷ୍ଟ ମ୍ୟାଚ ଡ୍ର ହେଲେ ୪ ପଏଣ୍ଟ ମିଳେ । ମ୍ୟାଚ ଟାଇ ହେଲେ ପ୍ରତି ଦଳକୁ ୬ ପଏଣ୍ଟ ଲେଖାଏଁ ଦିଆଯାଏ । ସେପଟେ ମ୍ୟାଚ ବିଜୟୀ ଦଳକୁ ୧୨ ପଏଣ୍ଟ ଦିଆଯାଇଛି । ବର୍ତ୍ତମାନ ପାକିସ୍ତାନକୁ ମଧ୍ୟ ୧୨ ପଏଣ୍ଟ ଦିଆଯାଇଛି ।

ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟ ଜାରି ରହିଛି ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲା । ଦ୍ବିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଥିବାରୁ ଉଭୟ ଦଳକୁ ୧୨ ପଏଣ୍ଟ ଲେଖାଏଁ ଦିଆଯାଇଛି । ବିଶ୍ବ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ତାଲିକାରେ ଦୁଇ ପଏଣ୍ଟ ପାଇ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି ଇଂଲଣ୍ଡ ଦଳ । ଭାରତ ଏହି ତାଲିକାରେ ଶୀର୍ଷରେ ରହିଛି । ପାକିସ୍ତାନ ଏହି ତାଲିକାର ଦ୍ବିତୀୟରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ୱେଷ୍ଟଇଣ୍ଡିଜ ଦଳ ।

୨୦୨୩ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପର୍ଯ୍ୟନ୍ତ ଏହି ତାଲିକା ଦଳ ସ୍ଥାନ ପାଇବେ । ପ୍ରଥମ ଚମ୍ପିଆନସିପରେ ଚମ୍ପିଆନ ହୋଇଛି ନ୍ୟୁଜିଲାଣ୍ଡ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.