ETV Bharat / sports

India vs Ireland T20 WC: ସେମିରେ ଭାରତ, ୫ରନରେ ହାରିଲା ଆୟରଲ୍ୟାଣ୍ଡ - ଡକ୍‌ୱର୍ଥ ଲୁଇସ ନିୟମ

ମହିଳା ଟି୨୦ ବିଶ୍ବକପରେ ସେମିଫାଇନାଲରେ ଟିମ ଇଣ୍ଡିଆ । ଡକ୍‌ୱର୍ଥ ଲୁଇସ ନିୟମ ଅନୁସାରେ ଆୟରଲ୍ୟାଣ୍ଡକୁ ୫ ରନରେ ହରାଇ ସେମିଫାଇନାଲକୁ ଗଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ

ସେମିଫାଇନାଲରେ ଭାରତ
ସେମିଫାଇନାଲରେ ଭାରତ
author img

By

Published : Feb 20, 2023, 10:59 PM IST

କେପ୍‌ଟାଉନ: ମହିଳା ଟି୨୦ ବିଶ୍ବକପରେ ସେମିଫାଇନାଲକୁ ପ୍ରବେଶ କଲା ଟିମ୍‌ ଇଣ୍ଡିଆ । ଡକ୍‌ୱର୍ଥ ଲୁଇସ ନିୟମ ଅନୁସାରେ ଆୟରଲ୍ୟାଣ୍ଡକୁ ୫ ରନରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ଦକ୍ଷିଣ ଆଫ୍ରିକା ସେଣ୍ଟଜର୍ଜ ପାର୍କରେ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ଏହି ମୁକାବିଲା ଖେଳାଯାଇଥିଲା । ତେବେ ଏଥିରେ ଭାରତୀୟ ମହିଳା ଖେଳାଳିଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଗ୍ରୁପ 'ବି' ରେ ଥିବା ଭାରତ ଏହା ପୂର୍ବରୁ ଦୁଇଟି ମୁକାବିଲା ଜିତି ସାରିଥିଲା । କିନ୍ତୁ ଗୋଟିଏ ମ୍ୟାଚ୍‌ରେ ଦଳ ହାରିଯାଇଥିଲା । ଗତ ୧୮ ଫେବୃଆରୀରେ ଭାରତ ନିଜର ତୃତୀୟ ମୁକାବିଲାରେ ଇଂଲଣ୍ଡ ଠାରୁ ୧୧ ରନରେ ପରାସ୍ତ ହୋଇଥିଲା ।

ସୋମବାର ଦକ୍ଷିଣ ଆଫ୍ରିକା ସେଣ୍ଟଜର୍ଜ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ମହିଳା ଦଳ ୬ ୱିକେଟ ହରାଇ ନିର୍ଦ୍ଧାରୀତ ୨୦ ଓଭରରେ ୧୫୫ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ସ୍ମୃତି ମାନ୍ଧାନା ଚମତ୍କାର ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ହରମନ୍‌ପ୍ରୀତ କୌର ନିଜ ଅନ୍ତର୍ଜାତୀୟ କ୍ୟାରୀୟରର ୧୫୦ ତମ ମ୍ୟାଚ୍‌ ଖେଳିଥିଲେ । ହରମନ୍‌ପ୍ରୀତ କୌର ବିଶ୍ବ ମହିଳା କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ ଟି୨୦ରେ ୩ ହଜାର ରନ ମଧ୍ୟ ସଂଗ୍ରହ କରିଛନ୍ତି ଭାରତୀୟ ଅଧିନାୟିକା । ତେବେ ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଶେଫାଳୀ ବର୍ମା ୨୯ ବଲରୁ ୨୪ ରନ ସଂଗ୍ରହ କରିଥିଲେ । ଅଧିନାୟିକା ହରମନ୍‌ପ୍ରୀତ କୌର କେବଳ ୧୩ ରନ ସଂଗ୍ରହ କରିପାରିଥିଲେ । ତେବେ ସ୍ମୃତି ମାନ୍ଧାନା ୫୬ ବଲରୁ ୮୭ ରନର ଧୂଆଁଧାର ପାଳି ଖେଳିଥିଲେ । ୱିକେଟ ରକ୍ଷକ ବ୍ୟାଟର ରିଚା ଘୋଷ ଓ ଦିପ୍ତି ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗେସ ୧୨ ବଲରୁ ୧୯ ରନର ପାଳି ଖେଳିଥିବା ବେଳେ ପୂଜା ବସ୍ତ୍ରକର ୨ ରନ କରି ଅପରାଜିତ ରହିଥିଲେ ।

ଏହାପରେ ୧୫୬ ରନର ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇଥିଲା ଆୟରଲ୍ୟାଣ୍ଡ । ପ୍ରାରମ୍ଭିକ ବ୍ୟାଟର ଆମି ହଣ୍ଟର ଗୋଟିଏ ରନ କରିଥିବା ବେଳେ ରନ ଆଉଟ ହୋଇଯାଇଥିଲେ । ଏହାପରେ ଓର୍ଲା ପ୍ରେଣ୍ଡରଗାଷ୍ଟ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଭାରତୀୟ ବୋଲର ରେଣୁକା ସିଂ । ଅନ୍ୟ ମାନଙ୍କ ମଧ୍ୟରେ ଗାବି ଲୁଇସ ୨୫ ବଲରୁ ଅପରାଜିତ ୩୨ ରନ ଓ ଆୟରଲ୍ୟାଣ୍ଡ ଅଧିନାୟିକା ଲଉରା ଡେଲାନି ୨୦ ବଲରୁ ୧୭ ରନ କରି ଅପରାଜିତ ରହିଥିଲେ । ତେବେ ଡକ୍‌ୱର୍ଥ ଲୁଇସ ନିୟମ ଅନୁସାରେ ମ୍ୟାଚ୍‌କୁ ଭାରତ କବ୍‌ଜା କରିଥିଲା । ଏହି ନିୟମ ଅନୁସାରେ ୫ ରନରେ ଜିତିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.