ETV Bharat / sports

IND vs NZ: କୋଲକାତାରେ କିୱି ଚିତ୍‌ପଟାଙ୍ଗ୍‌, ଟି-୨୦ ସିରିଜ ପୋଛିନେଲା ଭାରତ - india won t20 series

ନ୍ୟୁଜିଲାଣ୍ଡ ବିପକ୍ଷ ଇଡେନ ଗାର୍ଡେନ ଟି-୨୦କୁ ୭୩ ରନ୍‌ରେ ଜିତିଲା ଟିମ ଇଣ୍ଡିଆ । ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ କ୍ଳିନସୁଇପ୍‌ । ଅଧିକ ପଢନ୍ତୁ

IND vs NZ 3rd T20I: India beat New Zealand by 73 runs, won series 3-0
IND vs NZ: କୋଲକାତାରେ କିୱି ଚିତ୍‌ପଟାଙ୍ଗ୍‌, ଟି-୨୦ ସିରିଜ ପୋଛିନେଲା ଭାରତ
author img

By

Published : Nov 21, 2021, 10:41 PM IST

Updated : Nov 21, 2021, 10:53 PM IST

କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଧମାକାଦାର ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦କୁ ୭୩ ରନ୍‌ରେ ଜିତିଲା ଟିମ ଇଣ୍ଡିଆ । ଏହି ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ କ୍ଲିନସୁଇପ କରିଛି ଭାରତ ।

କ୍ୟାପଟେନ ରୋହିତ ଶର୍ମାଙ୍କ ଦମଦାର ୫୬ ରନ୍‌ର ଇଂନିସ ଓ ଅକ୍ଷର ପଟେଲଙ୍କ ୩ ୱିକେଟ ହାସଲ ବଳରେ ୭୩ ରନରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ । ୧୮୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡର ଶୀର୍ଷକ୍ରମକୁ ଧ୍ବସ୍ତ କରିଥିଲେ ସ୍ପିନର ଅକ୍ଷର ପଟେଲ । ପ୍ରଥମ ୫ ଓଭର ମଧ୍ୟରେ ୩ଟି ଝଟକା ସହ କିୱି ଟିମର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ଅକ୍ଷର । ଫଳରେ ୩୦ ରନ୍‌ରେ ୩ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭ୍ରମଣକାରୀ ଟିମ । ମାର୍ଟିନ ଗପ୍ଟିଲ ଓ ଟିମ ସୈଫର୍ଟ ଇଂନିସ ସମ୍ଭାଳିବାକୁ ସମସ୍ତ ପ୍ରୟାସ କରିଥିଲେ । ମ୍ୟାଚ୍‌ର ୧୦ମ ଓଭରରେ ଗପ୍ଟିଲ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷ ୬୦ ବଲ୍‌ରୁ ବିଜୟ ପାଇଁ ୧୧୭ ରନ୍‌ ଆବଶ୍ୟକ କରୁଥିଲା ନ୍ୟୁଜିଲାଣ୍ଡ । ମାତ୍ର ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ଭ୍ରମଣକାରୀ ଟିମକୁ ପରାଜୟ ମୁହଁକୁ ଠେଲିଦେଇଥିଲେ ।

ପୂର୍ବରୁ ରୋହିତ ଶର୍ମାଙ୍କ ୫୬, ଇଶାନ କିଶନଙ୍କ ୨୯, ଶ୍ରେୟସ ଆୟର ୨୫ ଓ ଭେଙ୍କଟସ ଆୟରଙ୍କ ୨୦ ରନ୍‌ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪ ରନ୍‌ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2021, 10:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.