ETV Bharat / sports

WTC: ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଟିମ ଇଣ୍ଡିଆ

author img

By

Published : Mar 14, 2022, 7:26 PM IST

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନସୁଇପ୍‌ କରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର(WTC) ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India beat sri lanka in bengaluru move up in WTC Points Table
WTC: ପଏଣ୍ଟ ଟେବୁଲର ଚତୁର୍ଥରେ ପହଞ୍ଚିଲା ଟିମ ଇଣ୍ଡିଆ

ବେଙ୍ଗାଲୁରୁ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନସୁଇପ୍‌ କରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର (WTC) ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସଦ୍ୟ ପ୍ରକାଶିତ WTC ପଏଣ୍ଟ ତାଲିକା ଅନୁଯାୟୀ, ୫୮.୩୩ ବିଜୟ ପ୍ରତିଶତ ସହ ମୋଟ ୬ଟି ଟେଷ୍ଟ ବିଜୟ ଓ ୨ଟି ମ୍ୟାଚ୍‌ ଡ୍ର ରଖି ୭୭ ପଏଣ୍ଟ ହାସଲ କରିଛି ଭାରତ । ତେବେ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି ।

ଅଷ୍ଟ୍ରେଲିଆ 6ଟି ମ୍ୟାଚ୍‌ରୁ ୪ଟିରେ ବିଜୟ ଓ ୨ଟି ମ୍ୟାଚ୍‌ ଡ୍ର' ରଖି ୭୭.୭୭ ବିଜୟ ପ୍ରତିଶତ ସହ ପ୍ରଥମରେ ରହିଛି । ପାକିସ୍ତାନ ୬୬.୬୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୬ଟି ଟେଷ୍ଟ ବିଜୟରୁ ୬୦.୦୦ ବିଜୟ ପ୍ରତିଶତ ସହ ତୃତୀୟରେ ରହିଛି ।

ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ ଓ ନ୍ୟୁଜିଲାଣ୍ଡ ୩୮.୮୮ ବିଜୟ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ରହିଛି । ବାଂଲାଦେଶ ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ ଓ ଇଂଲଣ୍ଡ ଶେଷରେ ୧୧.୬୭ ବିଜୟ ପ୍ରତିଶତ ସହ ନବମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.