ETV Bharat / sports

CWG 2022: ସ୍ମୃତି ଓ ଶେଫାଳୀଙ୍କ ଧୁଆଁଧାର ବ୍ୟାଟିଂ, ପାକିସ୍ତାନକୁ ହରାଇଲା ଭାରତ - ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନକୁ ପରାଜିତ କଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ବିଜୟ ହାସଲ କରିଛି । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୮ ୱିକେଟ ମାତ୍‌ ଦେଇ ବିଜୟ ଯାତ୍ରା ଆରମ୍ଭ କରିଛି ଦଳ । ଅଧିକ ପଢ଼ନ୍ତୁ

CWG 2022 ସ୍ମୃତି ଓ ଶେଫାଳୀଙ୍କ ଧୁଆଁଧାର ବ୍ୟାଟିଂ, ପାକିସ୍ତାନକୁ ହରାଇଲା ଭାରତ

author img

By

Published : Jul 31, 2022, 7:50 PM IST

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ବିଜୟ ହାସଲ କରିଛି । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୮ ୱିକେଟ ମାତ୍‌ ଦେଇ ବିଜୟ ଯାତ୍ରା ଆରମ୍ଭ କରିଛି ଭାରତ । ୧୦୦ ରନ୍‌ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ମାତ୍ର ୧୨ ଓଭରରେ ଲକ୍ଷ୍ୟ ହାସଲ କରିଛି ।

ଦୁଇ ଓପନରଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ଅର୍ଦ୍ଧ ଶତକୀୟ ପାଳି ଦେଖିବାକୁ ମିଳିଛି । ଶେଫାଳୀ ଓ ସ୍ମୃତି ମିଶି ପ୍ରଥମ ୱିକେଟ ପାଇଁ ମାତ୍ର ୬ ଓଭରରେ ଦଳୀୟ ଖାତାରେ ୬୧ ରନ୍‌ ଯୋଡ଼ିଥିଲେ । ତେବେ ଶେଫାଳୀ ଆଉଟ୍‌ ହେବାପରେ ସ୍ମୃତି ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ୪୨ ବଲ୍‌ରୁ ଅପରାଜିତ ୬୩ ରନ୍‌ କରି ବିଜୟ ପକା କରିଥିଲେ । ଫଳରେ ୧୧.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ ଇଣ୍ଡିଆ ।ଶବାନେନୀ ମେଘନା ୧୪ ରନ୍‌ର ଯୋଗଦାନ କରିଥିଲେ ।

ପାକିସ୍ତାନ ଆଜି ପ୍ରଥମେ ବ୍ୟାଟିଂ କରି ମାତ୍ର ୯୯ କରି ଅଲଆଉଟ୍‌ ହୋଇଥିଲା । ଆଗାମୀ ମ୍ୟାଚ୍‌ ଭାରତ ଅଗଷ୍ଟ ୩ ତାରିଖରେ ବାର୍ବାଡସ୍‌ ସହ ଖେଳିବ । ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା ଭାରତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.