ETV Bharat / sports

INDVSL 1st ODI: ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ନାହାନ୍ତି SKY - ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଦିନିକିଆ

ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି ( India and Sri Lanka first ODI toss ) । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଅଧିକ ପଢନ୍ତୁ

INDVSL 1st ODI
INDVSL 1st ODI
author img

By

Published : Jan 10, 2023, 1:21 PM IST

Updated : Jan 10, 2023, 1:56 PM IST

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଗୌହାଟୀରେ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ(India and Sri Lanka first ODI ) ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଟିମ ଇଣ୍ଡିଆ । ଅଧିକନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଓପନିଂ କରିଛନ୍ତି ।

ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସଦ୍ୟ ସମାପ୍ତ ଟି-20 ସିରିଜକୁ 2-1ରେ ହାତେଇଛି । ଟି-20ରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଦିନିକିଆ ସିରିଜରେ ସ୍ଥାନ ପାଇଛନ୍ତି । ଟି-20ରେ ଧୂଆଁଧାର ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଏକାଦଶରେ ନାହାନ୍ତି । ଶ୍ରେୟାସ ଆୟର ତାଙ୍କ ସ୍ଥାନରେ ରହିଛନ୍ତି । ବିରାଟ କୋହଲି, ରୋହିତ ଶର୍ମା ଦିନିକିଆକୁ ଫେରିବା ଦଳ ପାଇଁ ଲାଭଦାୟକ ହୋଇପାରେ । କୋହଲି, ରୋହିତ ଓ ରାହୁଲଙ୍କ ବ୍ୟାଟକୁ କିଛି ସଫଳ ଇନିଂସ ଆଶା କରୁଛନ୍ତି କ୍ରିକେଟପ୍ରେମୀ । ଶୁଭମନ ଗିଲ ଓ ରୋହିତ ଶର୍ମା ଓପନିଂ କରିଛନ୍ତି । ଆହତ ପାଇଁ ବାଦ ପଡିଥିବା ବୁମରାଙ୍କ ପାଇଁ ଦଳର ବୋଲିଂ ବିଭାଗ ପ୍ରଭାବିତ ହୋଇପାରେ । ବୁମରା ବାଦ ପଡିଲେ ବି ଅନ୍ୟ ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ । ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ଓ ମହମ୍ମଦ ସାମି ଏକାଦଶରେ ସ୍ଥାନ ପାଇଛନ୍ତି । ଚତୁର୍ଥ ପେସ୍‌ ବୋଲର ଭାବେ ଉମରାନ ମଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ସ୍ପିନର ଭାବେ ୟୁଜିବେନ୍ଦ୍ର ଚହଲ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ...SKYଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ପ୍ରଶଂସା, କହିଲେ ପାକିସ୍ତାନରେ ଜନ୍ମ ହୋଇଥିଲେ...

ଟି-20 ସିରିଜରେ ହାତେଇବାରେ ବିଫଳ ହୋଇଥିବା ଶ୍ରୀଲଙ୍କା ଦିନିକିଆରେ କୌଣସି ତ୍ରୁଟି କରିବାକୁ ଚାହିଁବ ନାହିଁ । ପୂର୍ବ ତ୍ରୁଟିକୁ ସୁଧାରି ଦଳଗତ ପ୍ରଦର୍ଶନ ଉପରେ ଫୋକସ କରିବ ଶ୍ରୀଲଙ୍କା ଦଳ । ସବୁ ବିଭାଗରେ ତ୍ରୁଟି ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇଛି ଶ୍ରୀଲଙ୍କା । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଏକ ପ୍ରକାର ଅସମ୍ଭବ । ଦଳରେ ସବୁ ଷ୍ଟାର ଖେଳାଳି ଅଛନ୍ତି । ଶ୍ରୀଲଙ୍କା ପାଇଁ ଭାଗ୍ୟର ସାଥ ଦରକାର । ରେକର୍ଡକୁ ଦେଖିଲେ 2015 ପରଠୁ ଉଭୟ ଦଳ ମଧ୍ୟରେ 13ଟି ଦିନିକିଆ ଖେଳାଯାଇଛି । ଏଥିରେ ଭାରତ 10ଟି ମ୍ୟାଚ ଜିତିଥିବା ବେଳେ ଶ୍ରୀଲଙ୍କା 3ଟି ମ୍ୟାଚ ଜିତିଛି । ତେଣୁ ରେକର୍ଡ ଆଧାରରେ ଭାରତର ପଲ୍ଲା ଭାରି ରହିଛି ।

ଭାରତୀୟ ଚୂଡନ୍ତ ଏକାଦଶ...

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାମ ମଲିକ, ଯୁଝବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ଚୂଡନ୍ତ ଏକାଦଶ...

କୁଶାଲ ମେଣ୍ଡିସ, ପାଥୁମ ନିଶାଙ୍କ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି ସିଲଭା, ଚାରିଥ ଆଶାଲଙ୍କା, ଡି ଶାଣାକା, ୱାନିନ୍ଦୁ ହାସରଙ୍ଗା, ଚାମିକା କୁରଣାରତ୍ନେ, ଡି ୱାଲେଙ୍ଗେ,କସୁନା ରଜିଥା, ଦିଲସାନ ମଦୁଶଙ୍କା ।

Last Updated : Jan 10, 2023, 1:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.