ETV Bharat / sports

WTC final: ଭାରତ 170ରେ ଅଲଆଉଟ, ନ୍ୟୁଜିଲାଣ୍ଡ ଆଗରେ 139 ଟାର୍ଗେଟ

author img

By

Published : Jun 23, 2021, 7:26 PM IST

ବିଶ୍ୱ ଟେଷ୍ଟ ଚମ୍ପିଆନସପ ଫାଇନାଲ ରିଜର୍ଭ ଡେ ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଦ୍ୱିତୀୟ ଇନିଂସରେ ମାତ୍ର 170 ରନରେ ଅଲଆଉଟ ହେଲା ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

india all out in 170 runs in wtc final against newzeland

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚମ୍ପିଆନସପ ଫାଇନାଲ ରିଜର୍ଭ ଡେ ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଦ୍ୱିତୀୟ ଇନିଂସରେ ମାତ୍ର 170 ରନରେ ଅଲଆଉଟ ହେଲା ଭାରତୀୟ ଦଳ । ନ୍ୟୁଜିଲାଣ୍ଡକୁ କେବଳ 139 ବିଜୟ ଲକ୍ଷ୍ୟ ଦେଇଛି ଭାରତ ।

ଦୁଇ ୱିକେଟରେ 64 ରନ ସହ ରିଜର୍ଭ ଡେ'ରେ ଖେଳ ଆରମ୍ଭ କରିଥିଲା ଭାରତ । ମ୍ୟାଚ ଆରମ୍ଭରୁ ଜେମିସନଙ୍କ ଶିକାର ହୋଇଥିଲା ଭାରତ ଅଧିନାୟକ ବିରାଟ କୋହଲି । 13 ରନ କରି ସେ ପାଭେଲିୟନ ଫେରିଥିଲେ । ଦଳୀୟ ସ୍କୋର 72 ରନ ବେଳେ ଭାରତ ଚେତେଶ୍ୱର ପୂଜାରାଙ୍କ ୱିକେଟ ମଧ୍ୟ ହରାଇଥିଲା ।

ଅଜିଙ୍କ୍ୟ ରାହାଣେ ଓ ରବିନ୍ଦ୍ର ଜାଡେଜା ଯଥାକ୍ରମେ 15 ଓ 16 ରନ କରି ପାଭେଲିୟନ ଫେରିଥିଲେ । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ 41 କରିଥିଲେ । ତେବେ ସେ ମଧ୍ୟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ସାମିଙ୍କ 13 ରନ ବଳରେ ଭାରତ 170 ରନରେ ପହଞ୍ଚି ପାରିଥିଲା ।

ନ୍ୟୁଜିଲାଣ୍ଡ ବୋଲରଙ୍କ ଆକ୍ରମକ ବୋଲିଂ ଆଗରେ ଧ୍ୱସ୍ତ ହୋଇଯାଇଥିଲା ଭାରତର ବ୍ୟାଟିଂ ଲାଇନ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି 4ଟି, ଟ୍ରେଣ୍ଟ ବୋଲ୍ଟ 3ଟ, କାଇଲ ଜେମିସନ ଦୁଇଟି ଓ ନିଲ ୱାଙ୍ଗର ଗୋଟିଏ ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟିଂ ଉପରେ ରହିବ ସଭିଁଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.