ETV Bharat / sports

India VS West Indies 1st T20: ୱେଷ୍ଟଇଣ୍ଡିଜକୁ ୬୮ ରନରେ ପରାସ୍ତ କଲା ଭାରତ

author img

By

Published : Jul 30, 2022, 7:42 AM IST

ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ୬୮ ରନରେ ବିଜୟୀ ହେଲା ଭାରତ । ଭାରତୀୟ ବୋଲରଙ୍କ ସାମ୍ନାରେ ଫେଲ ମାରିଲେ ୱେଷ୍ଟଇଣ୍ଡିଜ ବ୍ୟାଟର୍ସ । ଅଧିକ ପଢନ୍ତୁ

India VS West Indies 1st T20: ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬୮ ରନରେ ପରାସ୍ତ କଲା ଭାରତ

ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତର କ୍ଲିନ ସୁଇପ । ୬୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା ଭାରତ । ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଭାରତୀୟ ଖେଳାଳିଙ୍କ ମାପଚୁପ ବୋଲିଂ ଯୋଗୁଁ ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ଭାରତ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲା । କିନ୍ତୁ ଭରତୀୟ ବୋଲରଙ୍କ ସାମ୍ନାରେ ଫିକା ପଡିଥିଲେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟର୍ସ । ୧୯୧ ବିଜୟୀ ରନର ପିଛା କରି ୱେଷ୍ଟଇଣ୍ଡିଜ ୮ ଓ୍ବିକେଟ ହରାଇ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟର୍ସ ଅଧିକ ସ୍କୋର ମଧ୍ୟ କରି ପାରିନଥିଲେ।

ଭାରତ ପକ୍ଷରୁ ରବି ବିଷ୍ଣୋଇ ରବିଚନ୍ଦ୍ର ଅଶ୍ବିନଙ୍କୁ ଦୁଇଟି ଲେଖାଏଁ ଓ୍ବିକେଟ ମିଳିଥିବା ବେଳେ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ବିଜୟୀ ହୋଇଥିଲା । ସେହିପରି ରୋହିତ ଶର୍ମା ୪୪ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୪୧ ଓ ସୂର୍ଯ୍ୟକୁମାର ଯାଦବ ୨୪ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.