ETV Bharat / sports

Ind vs WI 2nd ODI: ଇଣ୍ଡିଜକୁ ୨୩୮ ରନର ଟାର୍ଗେଟ ଦେଲା ଇଣ୍ଡିଆ - ଇଣ୍ଡିଜକୁ ଟାର୍ଗେଟ ଦେଲା ଇଣ୍ଡିଆ

ୱେଷ୍ଟ ଇଣ୍ଡିଜ ଆଗରେ ୨୩୮ ରନର ଟାର୍ଗେଟ ଦେଲା ଇଣ୍ଡିଆ । ଅଧିକ ପଢନ୍ତୁ

Ind vs WI 2nd ODI: ଇଣ୍ଡିଜକୁ ୨୩୮ ରନର ଟାର୍ଗେଟ ଦେଲା ଇଣ୍ଡିଆ

author img

By

Published : Feb 9, 2022, 5:49 PM IST

ଅହମ୍ମଦାବାଦ: ୱେଷ୍ଟ ଇଣ୍ଡିଜକୁ ୨୩୮ ରନର ଟାର୍ଗେଟ ଦେଲା ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ସର୍ବାଧିକ ୬୪ ରନ୍ ବଳରେ ୨୩୮ ରନ୍ ସଂଗ୍ରହ କରିଛି ଭାରତୀୟ ଟିମ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟ ଇଣ୍ଡିଜ ।

ତେବେ ମ୍ୟାଚ ଆରମ୍ଭରୁ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଓପନିଂକୁ ଓହ୍ଲାଇଥିବା କ୍ୟାପ୍ଟେନ ରୋହିତ ଶର୍ମା ଏବଂ ଋଷବ ପନ୍ତ ଯଥାକ୍ରମେ ୫ ଏବଂ ୧୮ ରନ୍ କରି ପାଭିଲିଅନ ଫେରି ଯାଇଥିଲେ । ସେହିପରି ବିରାଟ କୋହଲି ମଧ୍ୟ ୩୦ ବଲରେ ୧୮ ରନ କରି ଆଉଟ ହୋଇ ଯାଇଥିଲେ । ମଧ୍ୟମାରେ କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଆଶ୍ବସ୍ତିକର ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଏହା ମଧ୍ୟ ପଢନ୍ତୁ:- Ind vs WI 2nd ODI: ଟସ ହାରି ଭାରତର ବ୍ୟାଟିଂ ଜାରି, ଇଷାନଙ୍କ ସ୍ଥାନରେ ରାହୁଲ

ଯାଦବ ୬୪ ରନ ସଂଗ୍ରହ କରି ଥିବାବେଳେ ରାହୁଲ ୪୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ଏହାପରେ ୱାଶିଂଟନ ସୁନ୍ଦର ୨୪, ଦୀପକ ହୁଡ୍ଡା ୨୯, ଶାର୍ଦ୍ଦୁଲ ଠାକୁର ୮, ମହମ୍ମଦ ଶିରାଜ ୩, ଯୁଜବେନ୍ଦ୍ର ଚହଲ ୧୧ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୩ ବଲ୍ ଖେଳି କୌଣସି ରନ୍ ସଂଗ୍ରହ କରିପାରି ନଥିଲେ । ତେବେ ଚହଲ ଏବଂ ପ୍ରସିଦ୍ଧ ଉଭୟ ନଟ ଆଉଟ ରହିଥିଲେ ।

ତେବେ ଆଜି(ବୁଧବାର) ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ୱେଷ୍ଟ ଇଣ୍ଡିଜ-ଇଣ୍ଡିଆ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳା ଯାଉଛି । ପ୍ରଥମ ଦିନିକିଆ ଭାରତ ଖାତାକୁ ଆସି ଥିବାବେଳେ ଆଜିର ଟିମ ହାତେଇ ସିରିଜ ସିଲ ଲକ୍ଷ୍ୟରେ ରହିଛି ଟିମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.