ETV Bharat / sports

INDvsSL: ଦିନିକିଆ ସିରିଜରେ ଖେଳିବେନି ବୁମରା, ଏହି କାରଣରୁ ବାଦ ପଡିଲେ - BCCI

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବେନି ଫାଷ୍ଟ ବୋଲର ଜଶପ୍ରିତ ବୁମରା । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଏବଂ ଦିନିକିଆ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରହିଛି । ଏନେଇ ବୋର୍ଡ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ଅଧିକ ପଢନ୍ତୁ

ଫାଷ୍ଟ ବୋଲର ଜଶପ୍ରିତ ବୁମରା
ଫାଷ୍ଟ ବୋଲର ଜଶପ୍ରିତ ବୁମରା
author img

By

Published : Jan 9, 2023, 6:01 PM IST

ହାଇଦ୍ରାବାଦ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଲେ ଷ୍ଟାର ଫାଷ୍ଟ ବୋଲର ଜଶପ୍ରିତ ବୁମରା । BCCIର ଜଣେ ଅଧିକାରୀ କହିଛନ୍ତି ଯେ ବୁମରା ଦଳକୁ ଫେରିବା ନେଇ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ଚାହୁଁ ନାହିଁ ବୋର୍ଡ । କାରଣ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଏବଂ ଦିନିକିଆ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରହିଛି । ତେଣୁ ବୋର୍ଡ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ରିପୋର୍ଟ ଅନୁସାରେ NCA ଅଧିକାରୀଙ୍କ ନିଷ୍ପତ୍ତି ଅନୁସାରେ ବୁମରା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିବେ ନାହିଁ । ତେବେ ସେ କେବେ ଦଳକୁ ଫେରିବେ ସେ ନିଷ୍ପତ୍ତି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଏବଂ ବିଶ୍ବକପ ଭଳି ବଡ ବଡ ଟୁର୍ଣ୍ଣାମେଣ୍ଟକୁ ନଜରରେ ରଖି ନିଆଯିବ । ଜାନୁଆରୀ ୩ ତାରିଖରେ ବୁମରା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ସେ ଏହି ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଆଜି (ସୋମବାର) ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ଏବାବଦରେ ଏପର୍ଯ୍ୟନ୍ତ BCCI ତରଫରୁ ଅଧିକ ସୂଚନା ଦିଆଯାଇନାହିଁ । କାରଣ ଚୟନକର୍ତ୍ତା ଟିମ ଇଣ୍ଡିଆକୁ ବୁମରାଙ୍କ ଫେରିବା ନିଷ୍ପତ୍ତି ଟିମ ମ୍ୟାନେଜମେଣ୍ଟ ଉପରେ ଛାଡି ଦେଇଛନ୍ତି । ସେପଟେ ଟିମ ମ୍ୟାନେଜମେଣ୍ଟ ଭବିଷ୍ୟତରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ବୁମରାକୁ ଫିଟ୍ ରଖିବାକୁ ଚାହେଁ । ତେଣୁ ବୁମରା ଆହତ ସମସ୍ୟାରୁ ମୁକୁଳି ଥିଲେ ମଧ୍ୟ ତାଙ୍କ ଉପରେ ଅଧିକ ଚାପ ଦେବାକୁ ଚାହେଁ ନାହିଁ ଟିମ ମ୍ୟାନେଜମେଣ୍ଟ ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ BCCI ପୂର୍ବରୁ ସ୍କ୍ବାଡ ଘୋଷଣା କରିଥିଲା । ଏହା ପରେ ଜାନୁଆରୀ ୩ ତାରିଖରେ ଦିନିକିଆ ସ୍କ୍ବାଡରେ ବୁମରାଙ୍କ ନାମକୁ ସାମିଲ କରାଯାଇଥିଲା । ହେଲେ ପୁଣି ଥରେ BCCI ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି । ଆସନ୍ତାକାଲି ( ମଙ୍ଗଳବାର ) ପ୍ରଥମ ଦିନିକିଆ ଗୌହାଟୀରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୧୨ ତାରିଖ କୋଲକାତାରେ ଖେଳାଯିବ । ତୃତୀୟ ଦିନିକିଆ ଜାନୁଆରୀ ୧୫ ତାରିଖ ତ୍ରିଭେନ୍ଦ୍ରମରେ ଖେଳାଯିବ ।

୨୯ ବର୍ଷିୟ ବୁମରା ଆହତ କାରଣରୁ ୨୦୨୨ ଟି୨୦ ବିଶ୍ବକପରୁ ବାଦ ପଡିଥିଲେ । ସେ ବେଙ୍ଗାଲୁର ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଥିଲେ । ଏବେ NCA ବୁମରାଙ୍କୁ ଫିଟ୍ ଘୋଷଣା କରିଛି । ହେଲେ ବୋର୍ଡ ବୁମରାଙ୍କ ନେଇ କୌଣସି ରିସ୍କ ନେବାକୁ ଚାହେଁ ନାହିଁ । ତାଙ୍କ ଉପରେ ଅତ୍ୟାଧିକ ଚାପ ନ ପଡୁ ଏନେଇ ସଜାଗ ହୋଇଛି ଟିମ ମ୍ୟାନେଜମେଣ୍ଟ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବୁମରା ବାଦ ପଡିବା ଖବର ପ୍ରଶଂସକଙ୍କୁ ପୁଣି ଥରେ ନିରାଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.