କଟକ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି20 ମ୍ୟାଚ ପାଇଁ ଆଜି (ଶନିବାର) ବାରବାଟୀରେ ଝାଳ ବୁହାଇଛନ୍ତି ଦକ୍ଷିଣ ଆଫ୍ରିକା ଟିମ । ଷ୍ଟାଡିୟମରେ ଅଭ୍ୟାସ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣ ଆଫ୍ରିକା ଟିମ ପ୍ଲେୟର ଓ୍ୱେନ୍ ପାର୍ନେଲ ।
ସେ କହିଛନ୍ତି ଯେ, ଓଡିଶାରେ ଭଲ ମାହୋଲ ରହିଛି ଏବଂ ପାଗ ମଧ୍ୟ ଭଲ ରହିଛି । ଟସ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା । ପ୍ରଥମ ମ୍ୟାଚ ଖେଳାଳିଙ୍କ ଭଳି ଦ୍ୱିତୀୟ ମ୍ୟାଚରେ ଅପରିବର୍ତ୍ତିତ ରହିବ ବୋଲି ପାର୍ନେଲ କହିଛନ୍ତି ।
ଇଟିଭି ଭାରତ, କଟକ