ETV Bharat / sports

Ind vs Pak: t-20 ବିଶ୍ବକପରେ ଦୁଇ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ରେକର୍ଡ

author img

By

Published : Oct 23, 2021, 10:19 PM IST

Updated : Oct 23, 2021, 10:34 PM IST

ଅକ୍ଟୋବର ୨୪(ରବିବାର) ପ୍ରାୟ ଦୁଇବର୍ଷର ପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ମେନ ଇନ୍‌ ଗ୍ରୀନ ଓ ମେନ୍‌ ଇନ୍‌ ବ୍ଲୁ । ଅଧିକ ପଢନ୍ତୁ...

Ind vs Pak: List of epic rivalries between the two teams in T20 World Cups
Ind vs Pak: ଟି-୨୦ ବିଶ୍ବକପରେ ଦୁଇ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ସୂଚୀ

ହାଇଦ୍ରାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ସର୍ବଦା ସ୍ବତନ୍ତ୍ର ହୋଇଥାଏ । କ୍ରିକେଟ ମୈଦାନରେ ଯେବେଯେବେ ଏହି ଦୁଇ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଟିମ ସାମ୍ନାସାମ୍ନି ହୁଅନ୍ତି, ପରିସଂଖ୍ୟାନ, ପ୍ରଦର୍ଶନକୁ ପଛରେ ପକାଇଦିଏ ଭାବାବେଗ । ପରାଜୟ ପାଇଁ ପ୍ରସ୍ତୁତ ନଥାନ୍ତି ଉଭୟ ଟିମ । ଫଳରେ ସର୍ବଦା ରୋମାଞ୍ଚକର, ସଂଘର୍ଷପୂର୍ଣ୍ଣ ଓ ଚାପଯୁକ୍ତ ଥାଏ ଏହି ମୁକାବିଲା ।

ଅକ୍ଟୋବର ୨୪(ରବିବାର) ପ୍ରାୟ ଦୁଇବର୍ଷର ପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ମେନ ଇନ୍‌ ଗ୍ରୀନ ଓ ମେନ୍‌ ଇନ୍‌ ବ୍ଲୁ । ICC ପୁରୁଷ ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟରେ ଉଭୟ ଟିମ ସେମାନଙ୍କର ପ୍ରଥମ ମ୍ୟାଚ୍‌ ଖେଳିବେ ।

ବିରାଟ କୋହଲିଙ୍କ ନେତୃତାଧିନ ଭାରତୀୟ ଟିମ ବାବର ଆଜମଙ୍କ ପାକିସ୍ତାନ ଟିମ ବିପକ୍ଷରେ ବିଶ୍ବକପର ସୁପର ୧୨ ପର୍ଯ୍ୟାୟ ମୁକାବିଲା ଦୁବାଇରେ ଖେଳିବ । ଯଦି ଦୁଇ ଟିମର ପରିସଂଖ୍ୟାନକୁ ଦେଖାଯାଏ ତେବେ ୨୦୦୭ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣ ପରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ରହିଛି ।

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ:

୧୨-୦, ବିଶ୍ବକପ ଟୁର୍ଣ୍ଣାମେଣ୍ଟର ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ରହିଛି । ଏହି ଅତୁଟ ରେକର୍ଡକୁ ବଜାୟ ରଖିବାକୁ ଯଥାସମ୍ଭବ ପ୍ରୟାସ କରିବ ଟିମ ଇଣ୍ଡିଆ ।

୫୦-ଓଭର ଫର୍ମାଟରେ ପାକିସ୍ତାନ ବିପକ୍ଷରେ ଭାରତର ୭-୦ ରେକର୍ଡ ରହିଛି । ସେହିପରି ଟି-୨୦ ଫର୍ମାଟରେ ୫-୦ର ରେକର୍ଡ ରହିଛି, ଅର୍ଥାତ ଫଟାଫଟ ଫର୍ମାଟରେ ଗୋଟିଏ ବି ଥର ଭାରତକୁ ହରାଇପାରିନି ପାକିସ୍ତାନ ।

Ind vs Pak: List of epic rivalries between the two teams in T20 World Cups
ମିଶବାହ ଉଲ୍‌-ହକ୍‌ଙ୍କ କ୍ୟାଚ୍‌ ଧରିବା ବେଳେ ଏସ. ଶ୍ରୀସାନ୍ତ

୧. ବୋଲ୍‌ ଆଉଟ୍‌ରେ ଭାରତ ପାକିସ୍ତାନକକୁ ହରାଇଥିଲା- ୨୦୦୭ ICC ଟି-୨୦ ବିଶ୍ବକପ

ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଗ୍ରୁପ ପର୍ଯ୍ୟାୟରେ ଡର୍ବାନରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ ।

ମ୍ୟାଚ୍‌ ଟାଇରେ ଶେଷ ହେବାପରେ ମ୍ୟାଚ୍‌ର ନିର୍ଣ୍ଣୟ ବୋଲ ଆଉଟ୍‌ ଜରିଆରେ ହୋଇଥିଲା ଓ ଭାରତ ୩-୦ରେ ପାକିସ୍ତାନକୁ ହରାଇଥିଲା । ଭାରତ ପକ୍ଷରୁ ରବିନ ଉଥାପ୍ପା, ହରଭଜନ ସିଂହ, ବିରେନ୍ଦ୍ର ସେହ୍ବାଗ ଷ୍ଟମ୍ପ୍‌ରେ ବଲ୍‌ ବଜାଇବାରେ ସଫଳ ହୋଇଥିଲେ । ଅନ୍ୟପଟେ ପାକିସ୍ତାନ ପକ୍ଷରୁ ସାହିଦ ଆଫ୍ରିଦୀ, ଉମର ଗୁଲ୍‌ ଓ ୟାସିଦ ଅରଫତଙ୍କ ବଲ୍‌ ଷ୍ଟମ୍ପ୍‌ରେ ବାଜିନଥିଲା ।

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୧ ରନ୍‌ ସଂଗ୍ରହ କରିଥିଲା । ରବିନ ଉଥାପ୍ପା ଓ ମହେନ୍ଦ୍ର ସିଂହ ଧୋନି ଯଥାକ୍ରମେ ୫୦ ଓ ୩୩ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ମହମ୍ମଦ ଆସିଫ ୪ଟି ୱିକେଟ ହାସଲ କରିଥିଲେ । ପରେ ପାକିସ୍ତାନ ୮୭ ରନ୍‌ର ୫ଟି ୱିକେଟ ହରାଇ ସଂଘର୍ଷ କରୁଥିବାବେଳେ ମିଶବାହ ଉଲ-ହକ୍‌ ୫୩ ରନ୍‌ର ଲଢୁଆ ଇଂନିସ ଖେଳିଥିଲେ । ମାତ୍ର ଶେଷ ଓଭରେ ରନ୍‌ ହେବା କାରଣରୁ ମ୍ୟାଚ୍‌ ଟାଇ ହୋଇଥିଲା । ଭାରତ ପକ୍ଷରୁ ଇରଫାନ ପଠାନ ୨ଟି ୱିକେଟ ହାତେଇଥିଲେ । ଏହା ପ୍ରଥମ ଥର ଥିଲା ଯେ ୨୦୦୭ ଟି-୨୦ ବିଶ୍ବକପରେ ଭାରତର ନେତୃତ୍ବ ନେଇଥିଲେ ମହେନ୍ଦ୍ର ସିଂହ ଧୋନି ।

2007 ଟି-୨୦ ବିଶ୍ବକପ ବିଜୟ ପରେ ମହେନ୍ଦ୍ର ସିଂହ ଧୋନି

୨. ICC ଟି-୨୦, ୨୦୦୭ ବିଶ୍ବକପ ଫାଇନାଲରେ ୫ ରନ୍‌ରେ ବିଜୟୀ ହୋଇଥିଲା ଭାରତ

ଏହି ସଂସ୍କରଣର ଫାଇନାଲ ମ୍ୟାଚ୍‌ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ ।

ବିରେନ୍ଦ୍ର ସେହ୍ବାଗ ଆହତ କାରଣରୁ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ଫଳରେ ୟୁସୁଫ ପଠାନ ଓ ଗୌତମ ଗମ୍ଭୀର ଓପନିଂ ବ୍ୟାଟିଂ ଭାର ସମ୍ଭାଳିଥିଲେ । ୟୁସୁଫ ପଠାନ ୧୫ ଓ ରବିନ ଉଥାପ୍ପା ୮ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ୪୦ ରନ୍‌ର ଦୁଇଟି ୱିକେଟ ହରାଇ ସଂଘର୍ଷ କରୁଥିଲ ।

ପରେ ଗୌତମ ଗମ୍ଭୀର ଓ ଯୁବରାଜ ସିଂହ ଚତୁର୍ଥ ୱିକେଟ ଯୋଡିରେ ୬୩ ରନ୍‌ ଯୋଡି ଭାରତକୁ ସାହା ହୋଇଥିଲେ । ତେବେ ମେନ ଇନ୍‌ ବ୍ଲୁ ନିୟମିତ ବ୍ୟବଧାନରେ ୱିକେଟ ହରାଇବା କାରଣରୁ ୫ ୱିକେଟ ହରାଇ ୧୫୭ ରନ୍‌ କରିଥିବା ସମର୍ଥ ହୋଇଥିଲା । ଗମ୍ଭୀର ୫୪ ବଲ୍‌ରୁ ୭୫ ରନ୍‌ର ଚମତ୍କାର ଇଂନିସ ଖେଳିଥିଲେ । ଶେଷ ଭାଗରେ ରୋହିତ ଶର୍ମା ମଧ୍ୟ ୧୬ ବଲ୍‌ରୁ ୩୦ ରନ୍‌ର ଦମଦାର ଇଂନିସ ଖେଳିଥିଲେ ।

ପରେ ୧୫୮ ରନ୍‌କୁ ପିଛା କରିଥିବା ପାକିସ୍ତାନକୁ ୭୭ ରନ୍‌ ମଧ୍ୟରେ ୬ଟି ଝଟକା ଦେଇଥିଲା ଟିମ ଇଣ୍ଡିଆ । ଟିମର ବଡ ନାମ ସାହିଦ ଆଫ୍ରିଦୀ, ୟୁନୁସ ଖାନ, ସୋଏବ ମଲିକ ପାଭିଲିୟନ ଫେରିଥିଲେ ।

ଶେଷ ଓଭରରେ ପାକିସ୍ତାନ ବିଜୟ ପାଇଁ ୧୩ ରନ୍‌ ଆବଶ୍ୟକ କରୁଥିଲା । ଧୋନି ଶେଷ ୬ଟି ବଲ୍‌ ବୋଲିଂ କରିବାକୁ ଜୋଗିନ୍ଦର ଶର୍ମାଙ୍କୁ ବାଛିଥିଲେ । ମିଶବାହ ଓଭରର ଦ୍ବିତୀୟ ବଲ୍‌କୁ ଏକ ବିଶାଳ ଛକା ମାରି ପାକିସ୍ତାନ କ୍ୟାମ୍ପ୍‌ରେ ଉତ୍ସାହ ଭରିଦେଇଥିଲେ । ସମ୍ଭାବ୍ୟ ବିଜୟରେ ଉଲ୍ଲସିତ ହୋଇଉଠିଥିଲେ ଅବଶିଷ୍ଟ ପାକ୍‌ ଖେଳାଳି । ମାତ୍ର ଏହି ମ୍ୟାଚ୍‌ ନାଟକୀୟ ମୋଡ ନେବା ସହ ଭାରତ ପଟକୁ ଢଳିଥିଲା । ଏକ ସ୍କୁପ ସଟ୍‌ ଖେଳିବାକୁ ଯାଇ ମିଶବାହ ଶ୍ରୀସାନ୍ତଙ୍କ ହାତରେ ଧରାପଡିଥିଲେ । ଫଳରେ ୫ ରନ୍‌ରେ ଭାରତ ବିଜୟୀ ହେବାସର ପ୍ରଥମ ଥର ଟି-୨୦ ବିଶ୍ବକପ ଚମ୍ପିଆନ ହୋଇଥିଲା ଭାରତ । ଏହାପରେ ଧୋନି ଆଉ ଦୁଇଟି ICC ଟ୍ରଫି ମଧ୍ୟ ଉଠାଇଛନ୍ତି । ୨୦୧୧ ୫୦ ଓଭର ଦିନିକିଆ ବିଶ୍ବକପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଛି ଭାରତ ।

୩. ସୁପର ୮ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା ଭାରତ- ୨୦୧୨ ଟି-୨୦ ବିଶ୍ବକପ

ବର୍ଷ ୨୦୧୨ରେ ଶ୍ରୀଲଙ୍କାରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ଏକପାଖିଆ ମୁକାବିଲାରେ ୧୨୮ ରନ୍‌ରେ ଅଟକିଥିଲା ପାକିସ୍ତାନ । ଲକ୍ଷ୍ମୀପତି ବାଲାଜି ଘାତକ ବୋଲିଂ ସହ ୩ଟି ଶିକାର କରିଥିଲେ । ଏହାପରେ ୬୧ବଲ୍‌ରୁ ଧୁଆଁଧାର ୭୮ ରନ୍‌ର ଇଂନିସ ଖେଳି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ ବିରାଟ କୋହଲି ।

୪. ସୁପର ୧୦ ମ୍ୟାଚ୍‌ରେ ୭ ୱିକେଟରେ ପାକିସ୍ତାନକୁ ହରାଇଥିଲା ଭାରତ- ୨୦୧୪ ଟି-୨୦ ବିଶ୍ବକପ

ବିରାଟ କୋହଲି ୩୨ ବଲ୍‌ରୁ ୩୬ ଓ ସୁରେଶ ରାଇନା ୨୮ ବଲ୍‌ରୁ ୩୫ ରନ୍‌ର ଇଂନିସ ଖେଳିବା ସହ ମୀରପୁରର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନକୁ ଧୁଳି ଚଟାଇଥିଲା ଭାରତ ।

ଏକସମୟରେ ୬୫ ରନ୍‌ରେ ୩ଟି ୱିକେଟ ହରାଇ ସଂଘର୍ଷ କରୁଥିଲା ଟିମ ଇଣ୍ଡିଆ । ମାତ୍ର କୋହଲିଙ୍କ ସହ ମିଶି ରାଇନା ୧୩୧ ରନ୍‌ର ବିଜୟ ଲକ୍ଷ୍ୟକୁ ୯ଟି ବଲ୍‌ ବାକିଥାଇ ହାସଲ କରିନେଇଥିଲେ ।

୫. ୨୦୧୬ ଟି-୨୦ ବିଶ୍ବକପରେ ସୁପର ୧୦ ପର୍ଯାୟରେ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା ଭାରତ

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା ଟିମ ଇଣ୍ଡିଆ । ବିରାଟ କୋହଲି ଖେଳିଥିଲେ ଅପରାଜିତ ୫୫ ରନ୍‌ର ଦମଦାର ଇଂନିସ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୫ ୱିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଥିଲା । ଏହାରେ ୧୧୯ ରନ୍‌ର ବିଜୟ ଲକ୍ଷ୍ୟକୁ ୧୫.୫ ଓଭରରେ ହାସଲ କରିନେଇଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.