ETV Bharat / sports

Ind vs NZ: ତୃତୀୟ ଟି-୨୦ରେ ଇଡେନ ବେଲ୍‌ ବଜାଇବେ ଗାଙ୍ଗୁଲି

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଡେନ ଗାର୍ଡେନ, କୋଲକାତାରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ରେ ଇଡେନ ବେଲ୍‌ ବଜାଇବେ BCCI ସଭାପତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ

Ind vs NZ: Sourav Ganguly to ring Eden Bell to commence third T20
Ind vs NZ: ତୃତୀୟ ଟି-୨୦ରେ ଇଡେନ ବେଲ୍‌ ବଜାଇବେ ଗାଙ୍ଗୁଲି
author img

By

Published : Nov 18, 2021, 9:25 PM IST

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ସୌରଭ ଗାଙ୍ଗୁଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଇଡେନ ଗାର୍ଡେନ, କୋଲକାତାରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ରେ ଇଡେନ ବେଲ୍‌ ବଜାଇବେ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜର ଶେଷ ମ୍ୟାଚ୍‌ ରବିବାର କୋଲକାତାରେ ଖେଳାଯିବ । ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ମ୍ୟାଚ୍‌ ଆରମ୍ଭ ପାଇଁ ଜଣେ ଅତିଥି ବେଲ୍‌ ବଜାଇ ସଙ୍କେତ ଦେବାର ପରମ୍ପରା ରହିଛି ।

ବୁଧବାର ସିରିଜର ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଜବରଦସ୍ତ ବିଜୟ ସହ ୧-୦ରେ ଆଗୁଆ ରହିଛି । ସୱାଇ ମାନସିଂ ଷ୍ଟାଡିୟମ, ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିବା ସହ ନ୍ୟୁଜିଲାଣ୍ଡକୁ ୫ ୱିକେଟରେ ହରାଇଛି । ସୂର୍ଯ୍ୟକୁମାର ଯାଦବ ଦମଦାର ଅର୍ଦ୍ଧଶତକୀୟ ୬୨ ରନ୍‌ର ଇଂନିସ ଓ ରୋହିତ ଶର୍ମାଙ୍କ ୪୮ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ ।

ଶୁକ୍ରବାର ରାଞ୍ଚି ଷ୍ଟାଡିୟମରେ ସିରିଜର ଦ୍ବିତୀୟ ଟି-୨୦ ଖେଳାଯିବ ଓ ଦୁଇଟିମ ପୁଣି ସାମ୍ନାସାମ୍ନି ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.