ETV Bharat / sports

IND vs NZ, 3rd T20I: ରୋହିତଙ୍କ ପରେ ଚହର ଚମତ୍କାର, ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ୧୮୫ - ରୋହିତ ଶର୍ମା

ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି ଭାରତ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IND vs NZ, 3rd T20I: Rohit fifty help india to set a target of 185 runs against New Zealand
ରୋହିତଙ୍କ ପରେ ଚହର ଚମତ୍କାର, ନ୍ୟୁଜିଲାଣ୍ଡ ଆଗରେ ଟାର୍ଗେଟ ୧୮୫
author img

By

Published : Nov 21, 2021, 8:59 PM IST

କୋଲକାତା: ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ରୋହିତ ଶର୍ମା । ପୂର୍ଣ୍ଣକାଳୀନ ଟି-୨୦ କ୍ୟାପଟେନ ନିଯୁକ୍ତ ପରେ ରୋହିତଙ୍କ ଏହା ଲଗାତାର ତୃତୀୟ ମ୍ୟାଚ୍‌ରେ ଟସ୍‌ ବିଜୟ । ଏହାପରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ୍‌ ସଂଗ୍ରହ କରିଛି ଭାରତ । ଫଳରେ ନ୍ୟୁଜିଲାଣ୍ଡ ସାମ୍ନାରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଭାରତ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମା ସର୍ବାଧିକ ୫୬ ରନ୍‌ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୩୧ ବଲ୍‌ରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ରୋହିତ ୫୬ ରନ୍‌ର ଧୁଆଁଧାର ଇଂନିସ ଖେଳିଛନ୍ତି । ଇଶାନ କିଶନ ୨୧ ବଲ୍‌ରୁ ୨୯ ରନ୍‌ର ଇଂନିସ ଖେଳିଛନ୍ତି । ଶ୍ରେୟସ ଆୟର ୨୫ ଓ ଭେଙ୍କଟସ ଆୟର ୨୦ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ କାମଚଳା ଅଧିନାୟକ ମିଚେଲ ସାଣ୍ଟନର ନିଜର ସ୍ପିନ ଯାଦୁରେ ଭାରତର ଦ୍ରୁତ ରନ୍‌ ସଂଗ୍ରହ ଉପରେ ଅଂକୁଶ ଲଗାଇବା ସହ ସର୍ବାଧିକ ୩ଟି ୱିକେଟ ହାତେଇଛନ୍ତି । ୪ ଓଭରରେ ୨୭ ରନ୍‌ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି ସାଣ୍ଟନର । ଟ୍ରେଣ୍ଟ ବୋଲ୍ଟ ଓ ଇସ ସୋଢି ଗୋଟିଏ ସଫଳତା ମିଳିଛି ।

ଭାରତ ପୂର୍ବରୁ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହ ସିରିଜ କବ୍ଜା କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.