ETV Bharat / sports

INDvsAUS Test Series: ପ୍ରଥମ ଟେଷ୍ଟରୁ ବାଦ ପଡିଲେ ଆୟାର, ତାଙ୍କ ସ୍ଥାନରେ ବ୍ୟାଟିଂ କରିପାରନ୍ତି ଏହି କ୍ରିକେଟର

author img

By

Published : Feb 1, 2023, 6:43 PM IST

Updated : Feb 1, 2023, 7:13 PM IST

ଆୟାର ଅଣ୍ଟାରେ ଆଘାତ କାରଣରୁ ବୋର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି । ଆୟାରଙ୍କ ଅନୁପସ୍ଥିତିରେ ମଧ୍ୟ କ୍ରମରେ କାହାକୁ ସୁଯୋଗ ମିଳିବା ଦରକାର ସେନେଇ ଦ୍ବନ୍ଦରରେ ଟିମ ମ୍ୟାନେଜମେଣ୍ଟ । ଅଧିକ ପଢନ୍ତୁ

ଶ୍ରେୟାସ ଆୟାର
ଶ୍ରେୟାସ ଆୟାର

ହାଇଦ୍ରାବାଦ : ପିଛା ଛାଡୁନି ଟିମ ଇଣ୍ଡିଆର ଆହତ ସମସ୍ୟା । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡି ଟିମ ଇଣ୍ଡିଆକୁ ଶକ୍ତ ଝଟକା ଦେଇଛନ୍ତି ଶ୍ରେୟାସ ଆୟାର । ଆୟାର ଅଣ୍ଟାରେ ଆଘାତ କାରଣରୁ ବୋର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିଛନ୍ତି । ଯାହା ଟିମ ଇଣ୍ଡିଆ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆୟାରଙ୍କ ଅନୁପସ୍ଥିତିରେ ମଧ୍ୟ କ୍ରମରେ କାହାକୁ ସୁଯୋଗ ମିଳିବା ଦରକାର ସେନେଇ ଦ୍ବନ୍ଦରରେ ଟିମ ମ୍ୟାନେଜମେଣ୍ଟ । ତେବେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟକ୍ରମରେ ସୁଯୋଗ ଦେବା ନେଇ କୁହାଯାଉଛି । ଶ୍ରେୟାସ ଆୟାର ଟେଷ୍ଟ କ୍ରିକେଟରେ ଆଖି ଦୃଶିଆ ପ୍ରଦର୍ଶନ କରିଛନ୍ତି । ଗତ ବର୍ଷ ଡିସେମ୍ବର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଭାରତ ୨-୦ ରେ କ୍ଲିନ ସ୍ବିପ କରିଥିଲା । ଏହି ସିରିଜରେ ଆୟାର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଶ୍ରେୟାସ ଆୟାରଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ମଧ୍ୟ କ୍ରମରେ Skyଙ୍କୁ ଦାବିଦାର କୁହାଯାଉଛି । ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରେ ମଧ୍ୟକ୍ରମରେ ହିଁ ବ୍ୟାଟିଂ କରିଛନ୍ତି ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଏକ ସୂତ୍ର PTIକୁ କହିଛନ୍ତି "ନ୍ୟୁଜିଲାଣ୍ଡ ଟିମ ଯେତେବେଳେ ୨୦୨୧ ବର୍ଷ ଶେଷରେ ଭାରତ ଗସ୍ତ କରିଥିଲା ସେତେବେଳେ ମଧ୍ୟ କ୍ରମରେ ଶୁବମନ ଗିଲଙ୍କ ନାମ ପାଇଁ ବିଚାର କରାଯାଇଥିଲା । କାରଣ ସେତେବେଳେ କେଏଲ ରାହୁଲଙ୍କୁ ମୟଙ୍କ ଅଗ୍ରୱାଲଙ୍କ ସହିତ ଓପନିଂ କରିବାର ଥିଲା । ଏହା ପରେ ରାହୁଲ ଆହାତ ହୋଇ ମ୍ୟାଚରୁ ବାଦ ପଡିଥିଲେ । ରାହୁଲଙ୍କ ବଦଳରେ ଗିଲ ଓପନିଂ କରିଥିଲେ ।" ତେବେ ଫେବୃଆରୀ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ବୋର୍ଡର ଗାଭାସ୍କର ଟ୍ରଫିରେ କିଏ ଓପନିଂ କରିବ ସେ ନେଇ ସ୍ପଷ୍ଟ ଜଣା ପଡିନାହିଁ । ତୃତୀୟ ବ୍ୟାଟିଂ ଅର୍ଡରରେ ଚେତେଶ୍ବର ପୂଜାରା ଏବଂ ଚତୁର୍ଥରେ ବିରାଟ କୋହଲି ବ୍ୟାଟିଂ କରିପାରନ୍ତି । ତେବେ ପଞ୍ଚମ ସ୍ଥାନରେ କିଏ ବ୍ୟାଟିଂ କରିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ତେବେ ସ୍ପନିଂ ପିଚରେ ତଥା ସ୍ପିନରଙ୍କ ବିପକ୍ଷରେ ଖେଳିବା ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଦବଦବା ଅଧିକ ରହିଛି । ଯଦି ନାଥନ ଲିୟୋନ ନିଜର ଅଫ ସ୍ପିନ ଅଧିକ ଟର୍ଣ୍ଣ କରନ୍ତି ତାହେଲେ ତାଙ୍କ ବିପକ୍ଷରେ ସୂର୍ଯ୍ୟୁକମାର ଯାଦବ ତାଙ୍କ ଲୟ ବିଗାଡି ପାରନ୍ତି ।

ଟିମ ଇଣ୍ଡିଆ ସ୍କ୍ବାଡ - ରୋହିତ ଶର୍ମା ( ଅଧିନାୟକ), ଲୋକେଶ ରାହୁଲ ( ଉପଅଧିନାୟକ ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ ( ୱିକେଟ କିପର ), ଇଶାନ କିଶାନ ( ୱିକେଟ କିପର ), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ ।

Last Updated : Feb 1, 2023, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.