ETV Bharat / sports

ଡାଇମଣ୍ଡ ଡକ୍‌ର ଶିକାର ହେଲେ ଋତୁରାଜ, 3ୟ ଭାରତୀୟ ଭାବେ ଯୋଡ଼ିଲେ ଅଲୋଡ଼ା ରେକର୍ଡ - ଭାରତ ବନାମ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ବିପକ୍ଷରେ ଡାଇମଣ୍ଡ ଡକ୍‌ରେ ଆଉଟ୍‌ ହେଲେ ଷ୍ଟାର ଓପନର ଋତୁରାଜ ଗାଏକ୍‌ୱାଡ୍‌ । ଟି20 କ୍ରିକେଟ ଇତିହାସରେ 3ୟ ଭାରତୀୟ ଭାବେ କଲେ ଏଭଳି ଅଲୋଡ଼ା ରେକର୍ଡ । ଅଧିକ ପଢ଼ନ୍ତୁ

ଡାଇମଣ୍ଡ ଡକ୍‌ର ଶିକାର ହେଲେ ଋତୁରାଜ
ଡାଇମଣ୍ଡ ଡକ୍‌ର ଶିକାର ହେଲେ ଋତୁରାଜ
author img

By ETV Bharat Odisha Team

Published : Nov 24, 2023, 10:34 PM IST

ବିଶାଖାପାଟନମ: ବିଶ୍ବକପ୍‌ 2023 ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି ସୂର୍ଯ୍ୟ ବାହିନୀ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇ ସିରିଜ ଆରମ୍ଭରୁ ୧-୦ ଲିଡ୍‌ କରିଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ସୂର୍ଯ୍ୟ କୁମାର ଓ ଇଶାନ କିଷାନଙ୍କ ବିସ୍ପୋରକ ପାଳି ସହ ରିଙ୍କୁ ସିଂହଙ୍କ ଦମଦାର ଫିନିସ୍‌ ବଳରେ ଭାରତ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଛି । ଟି୨୦ ଇତିହାସରେ ତୃତୀୟ ଭାରତୀୟ କ୍ରିକେଟର ଭାବେ ସେ 'Diamond Duck' (ଡାଇମଣ୍ଡ ଡକ୍‌)ରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ତେବେ କଣ ଏହି ଡାଇମଣ୍ଡ ଡକ୍ ଜାଣିବାକୁ ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଜବାବରେ ଜୋଶ ଇଂଲିଶ୍‌ଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଆଗରେ ୨୦୯ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଥିଲା କଙ୍ଗାରୁ ଦଳ । ଏପଟେ ଟିମ୍‌ ଇଣ୍ଡିଆ ପାଇଁ ପାଳି କରିଥିଲେ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ୱାଡ । ପ୍ରଥମ ଓଭରର ପଞ୍ଚମ ବଲରେ ୧୧ ରନ୍‌ରେ ଖେଳୁଥିବା ଜୟସ୍ବାଲ ଏକ ସଟ୍ ଖେଳି ୨ ରନ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୋଟିଏ ରନ୍ ନେବାପରେ ଦ୍ବିତୀୟ ରନ୍ ପୂର୍ବରୁ ଉଭୟ ବ୍ୟାଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । ଫଳରେ ଋତୁରାଜ ରନ୍ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ତେବେ କୌଣସି ବଲ୍‌ ସାମ୍ନା କରିବା ପୂର୍ବରୁ ଋତୁରାଜ ଆଉଟ୍ ହେବା ମାତ୍ରେ ତାଙ୍କ ନାମରେ 'Diamond Duck' ବୋଲି ଏକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

ଯେତେବେଳେ ଜଣେ ବ୍ୟାଟର ନିଜର ପ୍ରଥମ ବଲ୍‌ରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥାଏ, ତାହାକୁ କ୍ରିକେଟ ଭାଷାରେ 'Golden Duck' (ଗୋଲଡେନ ଡକ୍) ବୋଲି କୁହାଯାଏ । ଏମିତି ଆଉଟ୍ ସାଧାରଣତଃ କ୍ରିକେଟରେ ଅନେକ ଥର ଦେଖିବାକୁ ମିଳିଥାଏ । ହେଲେ ଆଇସିସି ନିୟମ ଅନୁସାରେ ଜଣେ ବ୍ୟାଟର କୌଣସି ମ୍ୟାଚ୍‌ରେ ଗୋଟିଏ ବି ବଲ ନଖେଳି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଲେ, ସେହି ଖେଳାଳିଙ୍କୁ ‘ଡାଇମଣ୍ଡ ଡକ୍’ର ଆଖ୍ୟା ଦିଆଯାଏ । ତେବେ ଟି୨୦ ଇତିହାସରେ ତୃତୀୟ ଭାରତୀୟ ବ୍ୟାଟର ଭାବେ ଋତୁରାଜ ଗାଏକ୍ୱାଡ ଏହି ଡାଇମଣ୍ଡ ଡକ୍‌ର ଶିକାର ହୋଇଛନ୍ତି । ଏହାପୂର୍ବରୁ ଫେବୃଆରୀ 9, 2016ରେ ଶ୍ରୀଲଙ୍କା ବିପକ୍ଷରେ ପୁନେ ଷ୍ଟାଡିୟମରେ ଡାଇମଣ୍ଡ ଡକ୍‌ର ଶିକାର ହୋଇଥିଲେ ଯଶପ୍ରୀତ ବୁମ୍‌ରା । ସେହିଭଳି ନାଗପୁରରେ ଜାନୁଆରୀ 2017ରେ ଇଂଲଣ୍ଡ ବିପକ୍ଷରେ ଅମିତ ମିଶ୍ରା ଏହି ଡକ୍‌ର ଶିକାର ହୋଇଥିଲେ । ତେବେ ସବୁ ଫର୍ମାଟ୍‌ରେ ଏପର୍ଯ୍ୟନ୍ତ 21 ଭାରତୀୟ ବ୍ୟାଟର ଡାଇମଣ୍ଡ ଡକ୍‌ର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.