ETV Bharat / sports

କାହିଁକି ରିଙ୍କୁ ସିଂହଙ୍କ ଛକା ହୋଇଗଲା ଅଲୋଡ଼ା ? ଜାଣନ୍ତୁ ICCର ଏହି ଆଶ୍ଚର୍ଯ୍ୟଜନକ ନିୟମ - ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି20

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି20ରେ ଭାରତକୁ ଜିତାଇବା ପାଇଁ ଶେଷ ବଲରେ ଛକା ମାରିଲେ ରିଙ୍କୁ ସିଂହ । ହେଲେ ଏହି ରନ୍‌ ଭାରତର ଦଳୀୟ କିମ୍ବା ରିଙ୍କୁଙ୍କ ବ୍ୟକ୍ତିଗତ ଖାତାରେ ଯୋଡ଼ି ହେଲାନାହିଁ । ଜାଣନ୍ତୁ କାରଣ

କାହିଁକି ରିଙ୍କୁ ସିଂହଙ୍କ ଛକା ହୋଇଗଲା ଅଲୋଡ଼ା ?

author img

By ETV Bharat Odisha Team

Published : Nov 25, 2023, 8:33 AM IST

ବିଶାଖାପାଟନମ: ଦିନିକିଆ ବିଶ୍ବକପ୍‌ର ବଦ୍‌ଲା ଟି20 ଶୃଙ୍ଖଳାରୁ ନେବା ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲ୍ୟୁ । 23 ନଭେମ୍ବରରୁ ଆରମ୍ଭ ହୋଇଥିବା 5 ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ ୨ ୱିକେଟ୍‌ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ମ୍ୟାଚ୍‌ରେ କିଛି ନୂଆ ଘଟଣା ଦେଖିବାକୁ ମିଳିଥିଲା । 3ୟ ଭାରତୀୟ ବ୍ୟାଟର ଭାବେ ଷ୍ଟାର ଓପନର୍‌ ଋତୁରାଜ ଗାଏକ୍‌ୱାଡ୍‌ ଆଉଟ୍‌ ହୋଇଥିଲେ । ସେହିଭଳି ଭାରତକୁ ମ୍ୟାଚ୍‌ ଜିତାଇବା ପାଇଁ ରିଙ୍କୁ ସିଂହ ଏକ ବଡ଼ ଛକା ମାରିଥିଲେ ମଧ୍ୟ ଦଳୀୟ ଖାତାରେ କୌଣସି ରନ୍ ଯୋଡ଼ି ହୋଇନଥିଲା ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ । ଏହାପରେ ଜୋଶ ଇଂଲିଶ୍‌ଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ଅଷ୍ଟ୍ରେଲିଆ । ଯୋଶ ଇଂଲିଶ୍‌ କେବଳ ୫୦ ବଲରୁ ୧୧୦ ରନ୍ କରିଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ୪୧ ବଲରୁ ୫୨ ରନ୍ କରିଥିଲେ । ଜବାବରେ ଟିମ୍‌ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ଯୁବ ବ୍ୟାଟର ଈଶାନ କିଷାନ ଜୋଶ ଇଂଲିଶ ଓ ସ୍ମିଥ୍‌ଙ୍କ ପାଳିକୁ ଫିକା କରିଦେଇଥିଲେ । ଉଭୟ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଶେଷ ବଲରେ ରିଙ୍କୁ ସିଂହ ଚିରାଚରିତ ଢଙ୍ଗରେ ଦଳକୁ ମ୍ୟାଚ୍‌ ଜିତାଇବା ଲକ୍ଷ୍ୟରେ ଏକ ବଡ଼ ଛକା ମାରିଥିଲେ । ହେଲେ ଏହି ବଲରେ ଭାରତ ମ୍ୟାଚ୍‌ ଜିତିଥିଲେ ମଧ୍ୟ ରିଙ୍କୁଙ୍କ ଛକାକୁ ଗଣତି କରାଯାଇନଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଡାଇମଣ୍ଡ ଡକ୍‌ର ଶିକାର ହେଲେ ଋତୁରାଜ, 3ୟ ଭାରତୀୟ ଭାବେ ଯୋଡ଼ିଲେ ଅଲୋଡ଼ା ରେକର୍ଡ

ଏହାକୁ ନେଇ ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଥିଲେ । ରିଙ୍କୁ ସିଂହ ୧୪ଟି ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ । ବିଜୟ ପାଇଁ ଶେଷ ବଲରୁ ମାତ୍ର ୧ ରନ ଆବଶ୍ୟକ ଥିବାବେଳେ ରିଙ୍କୁ ଏହି ଛକା ମାରିଥିଲେ । ହେଲେ ସେହି ବଲ 'ନୋ ବଲ' ହେବା କାରଣରୁ ଭାରତ ମ୍ୟାଚ୍‌ ଜିତିଯାଇଥିଲା । ତେଣୁ ଶେଷ ବଲ ବୋଲିଂ କରିବାର କୌଣସି ଆବଶ୍ୟକତା ପଡ଼ିନଥିଲା । ତେବେ ଆଇସିସିର ନିୟମ ଅନୁଯାୟୀ ଭାରତକୁ ଆବଶ୍ୟକ ହେଉଥିବା 1 ରନ 'ନୋ ବଲ୍‌'ରୁ ମିଳିଯାଇଥିବାରୁ ରିଙ୍କୁଙ୍କ ଛକାକୁ ରନ୍ ଭାବେ ଗଣା ଯାଇନଥିଲା । ଯଦି ଭାରତକୁ ଜିତିବା ପାଇଁ 2 କିମ୍ବା ଏହାଠାରୁ ଅଧିକ ରନ୍‌ର ଆବଶ୍ୟକତା ଥାଆନ୍ତା, ତେବେ ଶେଷ ଛକାକୁ ଉଭୟ ଭାରତର ଦଳୀୟ ଖାତା ଓ ରିଙ୍କୁଙ୍କ ବ୍ୟକ୍ତିଗତ ଖାତାରେ ଯୋଡ଼ା ଯାଇଥାଆନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.