ETV Bharat / sports

Centurion Test: ବିଦେଶ ମାଟିରେ ବୁମ୍ରାଙ୍କ ବିରଳ ରେକର୍ଡ - ଜଶପ୍ରୀତ ବୁମରା ଟେଷ୍ଟ ୱିକେଟ ରେକର୍ଡ

ନିଜର ସଫଳତମ କ୍ରିକେଟ କ୍ୟାରିୟରେ ନୂଆ କୀର୍ତ୍ତିମାନ ଯୋଡିଛନ୍ତି ଭାରତୀୟ ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବିଦେଶ ମାଟିରେ ପ୍ରଥମ ଭାରତୀୟ ଭାବେ ସବୁଠୁ କମ ଇଂନିସରେ ୧୦୦ ଟେଷ୍ଟ ୱିକେଟ ଦଖଲ କରିଛନ୍ତି । ଅଧିକ ପଢନ୍ତୁ

IND v SA: Jasprit Bumrah achieves new milestone - 100 Test wickets away from home
ବିଦେଶ ମାଟିରେ ବୁମ୍ରାଙ୍କ ବିରଳ ରେକର୍ଡ
author img

By

Published : Dec 30, 2021, 10:59 PM IST

ସେଞ୍ଚୁରିଅନ: ନିଜର ସଫଳତମ କ୍ରିକେଟ କ୍ୟାରିୟରେ ନୂଆ କୀର୍ତ୍ତିମାନ ଯୋଡିଛନ୍ତି ଭାରତୀୟ ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ବିଦେଶ ମାଟିରେ ପ୍ରଥମ ଭାରତୀୟ ଭାବେ ସେ ସବୁଠୁ କମ ଇଂନିସରେ ୧୦୦ ଟେଷ୍ଟ ୱିକେଟ (100 Test wickets away from home) ଦଖଲ କରିଛନ୍ତି ।

  • Fewest wickets in Test career while reaching 100 away Test wickets:
    104 – Jasprit Bumrah 🇮🇳
    118 – Mohammad Amir 🇵🇰
    136 – Michael Holding 🏝️
    137 – Zaheer Khan 🇮🇳
    140 – Mohammed Shami 🇮🇳
    140 – Andy Roberts 🏝️

    Bumrah takes his 100th away Test wicket, dismissing Rassie.#SAvIND

    — Kausthub Gudipati (@kaustats) December 29, 2021 " class="align-text-top noRightClick twitterSection" data=" ">

ସୁପରସ୍ପୋର୍ଟ ପାର୍କ ସେଞ୍ଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ହରାଇଛି ଟିମ ଇଣ୍ଡିଆ । ଫଳେର ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ଐତିହାସିକ ଟେଷ୍ଟ ମ୍ୟାଚ୍‌ ବିଜୟରେ ବୁମରା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ।

ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ର ରସି ଭନ ଡର୍‌ ଡସନଙ୍କୁ ୧୦୦ତମ ଶିକାର କରିଥିଲେ ବୁମରା । ପୂର୍ବରୁ ବିଦେଶ ମାଟିରେ ସବୁଠୁ କମ୍‌ ଇଂନିସରେ ୧୦୦ ୱିକେଟ ହାସଲ କରିବାର ରେକର୍ଡ ଭାଗବତ ଚନ୍ଦ୍ରଶେଖରଙ୍କ ନାମରେ ରହିଥିଲା । ମାତ୍ର ଏବେ ବୁମରା ତାଙ୍କୁ ପଛରେ ପକାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Centurian Test: ସେଞ୍ଚୁରିଅନରେ ଭାରତର ପ୍ରଥମ ଟେଷ୍ଟ ବିଜୟ

ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ବୁମରା ୨୩ଟି ମ୍ୟାଚ୍‌ରେ ୧୦୦ରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି । ଚନ୍ଦ୍ରଶେଖର ୨୫ଟି ମ୍ୟାଚ୍‌ରୁ ୧୦୦ ୱିକେଟ ପୂରଣ କରିଥିଲେ । ରବିଚନ୍ଦ୍ରନ ଅଶ୍ବିନ ୨୬ଟି ମ୍ୟାଚ୍‌ରୁ ୧୦୦ ୱିକେଟ ପୂରଣ କରି ତାଲିକାର ତୃତୀୟରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ବିଶନ ସିଂହ ବେଦୀ, ଜଗଭଲ ଶ୍ରୀନାଥ ଓ ମହମ୍ମଦ ସାମି ରହିଛନ୍ତି । ୨୮ଟି ମ୍ୟାଚ୍‌ରୁ ଏମାନେ ୧୦୦ ୱିକେଟ ଦଖଲ କରିବାର ରେକର୍ଡ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.