ETV Bharat / sports

ICC ଗଦା ସହ ସ୍ବଦେଶ ଫେରିଲା WTC ଚମ୍ପିଆନ ନ୍ୟୁଜିଲାଣ୍ଡ - ବିଶ୍ବ ଟେଷ୍ଟ ଚମ୍ପିଆନ

ବିଶ୍ବ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡ ଟିମ ସାଉଥାମ୍ପଟନରେ ଫାଇନାଲରେ ଭାରତକୁ ହରାଇବା ପରେ ଶନିବାର ସ୍ବଦେଶ ଫେରିଛି । ଅଧିକ ପଢନ୍ତୁ...

Inaugural WTC champions New Zealand return home with ICC mace
ICC ଗଦା ସହ ସ୍ବଦେଶ ଫେରିଲା WTC ଚମ୍ପିଆନ ନ୍ୟୁଜିଲାଣ୍ଡ
author img

By

Published : Jun 26, 2021, 4:56 PM IST

ଅକଲାଣ୍ଡ: ବିଶ୍ବ ଟେଷ୍ଟ ଚମ୍ପିଆନ ନ୍ୟୁଜିଲାଣ୍ଡ ଟିମ୍‌, ସାଉଥାମ୍ପଟନରେ ଫାଇନାଲରେ ଭାରତକୁ ହରାଇବା ପରେ ଶନିବାର ସ୍ବଦେଶ ଫେରିଛି । ମାତ୍ର କ୍ୟାପଟେନ କେନ ୱିଲିୟମସନ ଓ ଅନ୍ୟ କିଛି ଜଣ ଶନିବାର ସକାଳେ ଅକଲାଣ୍ଡରେ ପହଞ୍ଚିଥିବା ଗ୍ରୁପରେ ନାହାନ୍ତି । ଜୁଲାଇ 21ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟରେ ବର୍ମିଂହାମ ଫୋନିକ୍ସ ପକ୍ଷରୁ ଖେଳିବେ ୱିଲିୟମସନ । ଟି20 ବ୍ଲାଷ୍ଟ ପ୍ରତିଯୋଗିତା ପାଇଁ ଡେଭନ କନୱେ(ସମରସେଟ୍‌), କେଲ ଜେମିଏସନ(ସୁରେ) ଓ କଲିନ ଦି ଗ୍ରାଣ୍ଡହୋମ(ହାମ୍ପସାୟାର) ପକ୍ଷରୁ ଖେଳିବେ । ଫଳରେ ଏହି ଖେଳାଳିମାନେ ଇଂଲଣ୍ଡରେ ରହିଛନ୍ତି ।

ମୋଟ 11ଜଣ କ୍ରିକେଟର ଓ 8ଜଣ ସପୋର୍ଟ ଷ୍ଟାଫ ସଦସ୍ୟ ଭାୟା ସିଙ୍ଗାପୁର ଅକଲାଣ୍ଡ ଫେରିଛନ୍ତି । ବୁଧବାର ଭାରତକୁ 8 ୱିକେଟରେ ହରାଇବା ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଗଦା ପ୍ରଦାନ କରାଯାଇଛି । ଏଥିସହ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣର ତାଜ୍‌ ମିଳିଛି ।

"ଏହା ଖୁସି ଓ ଭାବବିହ୍ବଳ ହେବାର ସମୟ, ତେବେ ସମସ୍ତ ସଦସ୍ୟ ପହଞ୍ଚିବା ପରେ କ୍ବାରେଣ୍ଟିନ ରହିବେ ଓ ଉତ୍ସବ ମନାଇବେ" କହିଛନ୍ତି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ । ସ୍ବଦେଶ ଫେରିଥିଲେ ମଧ୍ୟ ବିଜୟୀ ସ୍କ୍ବାର୍ଡର ସଦସ୍ୟମାନେ ପରିବାରକୁ ଭେଟିପାରିବେ ନାହିଁ । ଦୁଇ ସପ୍ତାହ କ୍ବାରେଣ୍ଟିନ ଶେଷ ପରେ ଘରକୁ ଯାଇପାରିବେ ।

ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିବାହୀ ଡେଭିଡ ହ୍ବାଇଟ କହିଛନ୍ତି, "ଭାରତ ଉପରେ ବିଜୟ ଏକ ବଡ ସଫଳତା, ଆମ ପାଇଁ ଏକ ସ୍ବତନ୍ତ୍ର ଦିନ । ଟିମର ପ୍ରଦର୍ଶନ ପାଇଁ ଅତ୍ୟନ୍ତ ଗର୍ବିତ ।"

ଏଥିସହ ହ୍ବାଇଟ କହିଛନ୍ତି, ଖୁବ ଶୀଘ୍ର ଖେଳାଳିମାନଙ୍କୁ ସମ୍ମାନିତ କରିବାକୁ ବୋର୍ଡ ଯୋଜନା କରୁଛି, ମାତ୍ର ରୋଡ୍‌ ପ୍ୟାରେଡ କୋଭିଡ କାରଣରୁ ସମ୍ଭବ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.