ETV Bharat / sports

ଫିକା ପଡ଼ିଲା ସବୁ ରେକର୍ଡ, ଗୋଟିଏ ଓଭରରେ ୪୬ ରନ୍‌ କରି କୁଏତର ବ୍ୟାଟର - ଗୋଟିଏ ଓଭରରେ ୪୬ ରନ୍‌

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏକ ମ୍ୟାଚ୍‌ରେ ଜଣେ ବ୍ୟାଟର ଗୋଟିଏ ଓଭରରେ ୪୬ ରନ୍‌ କରି ସବୁ ରେକର୍ଡକୁ ଫିକା ପକାଇଛନ୍ତି । ଅଧିକ ପଢ଼ନ୍ତୁ

ଗୋଟିଏ ଓଭରରେ ୪୬ ରନ୍‌ କରି କୁଏତର ବ୍ୟାଟର
ଗୋଟିଏ ଓଭରରେ ୪୬ ରନ୍‌ କରି କୁଏତର ବ୍ୟାଟର
author img

By

Published : May 4, 2023, 9:38 PM IST

ହାଇଦ୍ରାବାଦ: ଗୋଟିଏ ଓଭରରେ ଅଧିକରୁ ଅଧିକ ୩୬ ରନ୍‌ର ପରିକଳ୍ପନା କରାଯାଇ ପାରେ । କିନ୍ତୁ ଏକ ଆଇଏଲ୍‌ର ୨୦୧୧ ମସିହା ସଂସ୍କରଣ କ୍ରିସ ଗେଲ୍‌ ଏହାକୁ ଭୁଲ ପ୍ରମାଣିତ କରି ଗୋଟିଏ ଓଭରରେ ୩୭ ରନ୍‌ କରିଥିଲେ । ପୁନଃ ୨୦୨୧ରେ ରବିନ୍ଦ୍ର ଜାଡେଜା ଏହାକୁ ଦୋହରାଇଥିଲେ । ବର୍ତ୍ତମାନ ଏକ ମ୍ୟାଚ୍‌ରେ ଜଣେ ବ୍ୟାଟର ଗୋଟିଏ ଓଭରରେ ୪୬ ରନ୍‌ କରି ସବୁ ରେକର୍ଡକୁ ଫିକା ପକାଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । କୁଏତ୍‌ରେ ଖେଳା ଯାଉଥିବା ଏକ ଘରୋଇ ପ୍ରିମିୟର ଟି-ଟ୍ବେଣ୍ଟି ଲିଗ୍‌ରେ ଏଭଳି ଇନିଂସ ଦେଖିବାକୁ ମିଳିଛି ।

ବର୍ତ୍ତମାନ କୁଏତ୍‌ରେ କେସିସି ଫ୍ରେଣ୍ଡ୍‌ସ୍‌ ମୋବାଇଲ ଟି-ଟ୍ବେଣ୍ଟି ଚମ୍ପିଆନ୍ସ ଟ୍ରଫି ଖେଳାଯାଉଛି । ଏକ ମ୍ୟାଚ୍‌ରେ NCM ଇଭେଷ୍ଟମେଣ୍ଟ୍‌ ଓ ଟାଲି CC ମୁହାଁମୁହିଁ ହୋଇଥିଲେ । ଟାଲି CCର ସ୍ପିନର ହରମାନଙ୍କ ଓଭରରେ ବ୍ୟାଟିଂ କରୁଥିଲେ NCM ଇଭେଷ୍ଟମେଣ୍ଟ୍‌ର ବାସୁ । ତେବେ ଓଭରର ପ୍ରଥମ ବଲ ନୋ' ବଲ ପକାଇଥିଲେ ହରମାନ । ଏହି ବଲ୍‌ରେ ଛକା ମାରିଥିଲେ ବାସୁ । ଏହାପରେ ଲଗାତାର ୫ଟି ଛକା ମାରିଥିଲେ ବାସୁ । ସେଥିମଧ୍ୟ ବି ଏକ ନୋ ବଲ୍‌ ସାମିଲ ଥିଲା । ଓଭରରେ 4 ବାଇରେ ଦେଇଥିଲେ । ଏଭଳି ଭାବରେ ହରମାନ ଗୋଟିଏ ଓଭରରେ ୪୬ ରନ୍‌ ଖର୍ଚ୍ଚ କରିଥିଲେ ।

ଆଇପିଏଲରେ ଗୋଟିଏ ଓଭରରେ ଦୁଇଥର ବୋଲର ସର୍ବାଧିକ ୩୭ ଖର୍ଚ୍ଚ କରିଥିବା ନଜୀର ରହିଛି । ୨୦୧୧ ମସିହାରେ କୋଚି ଟସ୍କର୍ସର ପି ପରମେଶ୍ବରନ ଆରସିବି ବିପକ୍ଷରେ ଖେଳୁଥିବା ବେଳେ ଗୋଟିଏ ଓଭରରେ ୩୭ ରନ ଖର୍ଚ୍ଚ କରିଥିଲେ । କ୍ରିଶ୍‌ ଗେଲ୍‌ ଏହି ସ୍କୋର୍‌ କରିଥିଲେ । ଏହାପରେ ୨୦୨୧ରେ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥିବା ବେଳେ ପୁନଃ ଏଭଳି ଓଭର ଦେଖିବାକୁ ମିଳିଥିଲା । ଏଥର ବୋଲିଂ କରୁଥିଲେ ଆରସିବିର ହର୍ଷଲ ପଟେଲ, ଆଉ ସାମ୍ନାରେ ଥିଲେ ରବିନ୍ଦ୍ର ଜାଡେଜା । ସେ ମଧ୍ୟ ଗୋଟିଏ ଓଭରରେ ୩୭ରନ୍‌ ଖର୍ଚ୍ଚ କରିଥିଲେ ।

ଯଦି ଅନ୍ତର୍ଜାତୀୟ ମ୍ୟାଚ୍‌ କଥା କହିବା, ତେବେ ୨୦୦୬ ମସିହାରେ ହର୍ଷେଲ ଗିବ୍‌ସ ନେଦରଲାଣ୍ଡ ବିପକ୍ଷରେ ୬ ବଲ୍‌ରେ ୬ ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ । ଏହାପରେ ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଏହି ରେକର୍ଡ ଦୋହରାଇଥିଲ ଯୁବରାଜ ସିଂହ । ପୁନଃ ୨୦୨୧ରେ ଟେଷ୍ଟ ମ୍ୟାଚ୍‌ରେ ଭାରତ ଜଶପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୩୫ ରନ୍‌ ଖର୍ଚ୍ଚ କରିଥିଲେ । ୱେଷ୍ଟ ଇଣ୍ଡିଜର କିରନ ପୋଲାର୍ଡ ଶ୍ରୀଲଙ୍କା ବିପକ୍ଷରେ ୬ ବଲ୍‌ରେ ୬ ଛକା ମାରି ରେକର୍ଡ କରିଥିଲେ । କିନ୍ତୁ ଏହି ସବୁ ରେକର୍ଡକୁ ଟପି ଯାଇଛି ଗୋଟିଏ ଓଭରରେ ୪୬ ରନ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.