ETV Bharat / sports

ଆହତ ପରେ ବୁମରାଙ୍କୁ ସମୟ ଦେବା ଦରକାର: ହାର୍ଦ୍ଦିକ

ମଙ୍ଗଳବାର ମ୍ୟାଚ ପରେ ଜଶପ୍ରିତ ବୁମରାଙ୍କ ( Jasprit Bumrah ) ବାବଦରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ( all rounder Hardik Pandya ) କହିଛନ୍ତି ଦଳ ତାଙ୍କ ଉପରେ ଅଧିକ ଚାପ ପକାଇବା ଉଚିତ ନୁହେଁ । ଅଧିକ ପଢନ୍ତୁ

author img

By

Published : Sep 21, 2022, 9:06 PM IST

ଆହତ ପରେ ବୁମରାଙ୍କୁ ସମୟ ଦେବା ଦରକାର : ହାର୍ଦ୍ଦିକ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ( Australia vs India ) ୪ ୱିକେଟରେ ପରାସ୍ତ କରିଛି । ତେବେ ଭାରତ ଜିତିବା ମ୍ୟାଚକୁ ବୋଲରମାନେ ମହଙ୍ଗା ବୋଲିଂ କରି ଅଷ୍ଟ୍ରେଲିଆ ହାତକୁ ମ୍ୟାଚ ଟେକି ଦେଇଥିଲେ । ତେବେ ଅକ୍ଷର ପଟେଲଙ୍କୁ ଛାଡିଦେଲେ ଅନ୍ୟ ବୋଲର ମାନେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଠାରୁ ପ୍ରବଳ ପିଟା ଖାଇଛନ୍ତି । ଦଳର ଏଭଳି ବେପାରୁଆ ବୋଲିଂକୁ ନେଇ ଷ୍ଟାର ବୋଲର ବୁମରାଙ୍କୁ କଣ ପାଇଁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଗଲା ନାହିଁ ସେନେଇ କ୍ରିକେଟ ମହଲରେ ଆଲୋଚନା କରାଯାଇଛି । ସେପଟେ ମଙ୍ଗଳବାର ମ୍ୟାଚ ପରେ ଜଶପ୍ରିତ ବୁମରାଙ୍କ ( Jasprit Bumrah ) ବାବଦରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (all rounder Hardik Pandya ) କହିଛନ୍ତି, ଆହତ ପରେ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦଳ ତାଙ୍କ ଉପରେ ଅଧିକ ଚାପ ପକାଇବା ଉଚିତ ନୁହେଁ । ତାଙ୍କୁ ପୂର୍ବାବସ୍ଥାକୁ ଫେରିବାକୁ ଦଳ ସମୟ ଦେବ ।

ପିଠିରେ ଆଘାତ କାରଣରୁ ଜଶପ୍ରିତ ବୁମରା ଏସିଆ କପରୁ ବାଦ ପଡିଥିଲେ । ପରେ ବିସିସିଆଇ ପକ୍ଷରୁ ତାଙ୍କ ଫିଟନେସ ଯାଞ୍ଚ କରାଯାଇ ତାଙ୍କୁ ଟି-୨୦ ବିଶ୍ବକପ ସ୍କ୍ବାଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସ୍କ୍ବାଡରେ ସାମିଲ କରାଯାଇଥିଲା । ଗତକାଲି ( ମଙ୍ଗଳବାର ) ମ୍ୟାଚର ବୋଲିଂ ବିଫଳତାକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ବୋଲିଂ ସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଆମେ ସମସ୍ତେ ଜାଣିଛେ ବୁମରା ଦଳ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟନ୍ତି । ତାଙ୍କର ଅନୁପସ୍ଥିତି ଦଳ ଅନୁଭବ କରିପାରୁଛି । ସେ ଆହତ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେଣୁ ତାଙ୍କ ପାଇଁ ଏହା ଜରୁରୀ ଅଛି କି ସେ ତାଙ୍କର ପୂର୍ବାବସ୍ଥାକୁ ଫେରିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ମିଳୁ । ଦଳ ପାଇଁ ଏହା ମଧ୍ୟ ଉଚିତ କି ତାଙ୍କ ଉପରେ ଅଧିକ ଚାପ ନ ପକାଯାଉ ।

ଆହୁରି ମଧ୍ୟ ପଢନ୍ତୁ...Ind vs Aus T20: ବୋଲରଙ୍କ ଫ୍ଲପ୍ ସୋ, ୪ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ ରନର କରିବା ସହିତ ଅଷ୍ଟ୍ରେଲିଆ ଆଗରେ ୨୦୯ ରନର ବିଶାଳ ଟାର୍ଗେଟ ଦେଇଥିଲା । ଯଦି ଭାରତର ବୋଲିଂ ଏବଂ ଫିଲ୍ଡିଂ ରଣକୌଶଳ ଠିକ ଭାବରେ ପରିଚାଳିତ ହୋଇଥାନ୍ତା ତାହେଲେ ଭାରତ ମ୍ୟାଚ ହାତେଇବାରେ ସଫଳ ହୋଇଥାନ୍ତା । ଭାରତୀୟ ବୋଲରଙ୍କ ରନ ବ୍ୟୟ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ସ୍ଥିତି ମଜବୁତ କରିଥିଲା । ଫାଷ୍ଟ ବୋଲର ଭୁବନେଶ୍ବର କୁମାର ୪ ଓଭରର ବୋଲିଂ କରି ୫୨ ରନ ବ୍ୟୟ କରିଛନ୍ତି । ସ୍ପିନର ଜଶପ୍ରିତ ବୁମରା ୩.୨ ଓଭର ବୋଲିଂ କରି ୪୨ ରନ ବ୍ୟୟ କରିଛନ୍ତି । ହର୍ଷଲ ପଟେଲ ୪ ଓଭର ବୋଲିଂ କରି ୪୯ ରନ ବ୍ୟୟ କରିଛନ୍ତି । ତେବେ ଭାରତୀୟ ବୋଲରଙ୍କ ଏଭଳି ବେପାରୁଆ ବୋଲିଂ ଫଳରେ କଙ୍ଗାରୁ ଦଳ ଭାରତର ବିଶାଳ ରନ ସ୍କୋରକୁ ସହଜରେ ଭେଦି ନେଇଥିଲେ । ସେପଟେ କିନ୍ତୁ ଅକ୍ଷର ପଟେଲଙ୍କର ବୋଲିଂ ପ୍ରଦର୍ଶନ ଉତ୍ତମ ରହିଥିଲା । ସେ ୪ ଓଭର ବୋଲିଂ କରି ୧୭ ରନ ବ୍ୟୟରେ ୩ ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.