ETV Bharat / sports

ଫର୍ମକୁ ଫେରିବାକୁ ବିରାଟଙ୍କୁ ବଡ ଇନିଂସ ଖେଳିବାକୁ ପଡିବ, କହିଲେ ରବି ଶାସ୍ତ୍ରୀ

author img

By

Published : Aug 24, 2022, 9:39 AM IST

ବିରାଟ କୋହଲିଙ୍କୁ ଫର୍ମକୁ ଫେରିବା ପାଇଁ ବଡ ଇନିଂସ ଖେଳିବାକୁ ହେବ । ଏସିଆ କପରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଭାରତର ପ୍ରଥମ ମ୍ୟାଚ ରହିଛି । ଏହି ଟି-୨୦ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କୁ କ୍ରିଜରେ ରହି ଅର୍ଦ୍ଧଶତକ ହାସଲ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ । ଅଧିକ ପଢନ୍ତୁ

ଫର୍ମକୁ ଫେରିବାକୁ ବିରାଟଙ୍କୁ ବଡ ଇନିଂସ ଖେଳିବାକୁ ପଡିବ, କହିଲେ ରବି ଶାସ୍ତ୍ରୀ
ଫର୍ମକୁ ଫେରିବାକୁ ବିରାଟଙ୍କୁ ବଡ ଇନିଂସ ଖେଳିବାକୁ ପଡିବ, କହିଲେ ରବି ଶାସ୍ତ୍ରୀ

ହାଇଦ୍ରାବାଦ: ପୁଣି ବିରାଟ କୋହଲିଙ୍କୁ ନେଇ ନିଜର ବୟାନ ଦେଇଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ (former India head coach Ravi Shastri )। ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆସ କପ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଦ୍ବାରା ବିରାଟଙ୍କ ଫର୍ମକୁ ଫେରିବା ନେଇ ରବି ଶାସ୍ତ୍ରୀ ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଆସନ୍ତା ୨୮ ତାରିଖ ଏସିଆ କପରେ(asia cup) ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ପ୍ରଥମ ମ୍ୟାଚ ଖେଳିବ ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବିଶାସ୍ତ୍ରୀ ବିରାଟ କୋହଲିଙ୍କ ଫର୍ମକୁ ନେଇ କହିଛନ୍ତି କି," ବିରାଟ କୋହଲିଙ୍କୁ ଫର୍ମକୁ ଫେରିବା ପାଇଁ ବଡ ଇନିଂସ ଖେଳିବାକୁ ହେବ । ଏସିଆ କପରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ସହିତ ଭାରତର ପ୍ରଥମ ମ୍ୟାଚ ରହିଛି । ଏହି ଟି-୨୦ ଏସିଆ କପ ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କୁ କ୍ରିଜରେ ରହି ଅର୍ଦ୍ଧଶତକ ହାସଲ କରିବାକୁ ପଡିବ । ମୁଁ ବ୍ୟକ୍ତିଗତ ଭାବରେ ବିରାଟ କୋହଲିଙ୍କ ସହିତ ଏବାବଦରେ ଆଲୋଚନା କରିନାହିଁ । ହେଲେ ବଡ ଖେଳାଳି ସବୁବେଳେ ଠିକ ସମୟ ଆସିଲେ ଜାଗ୍ରତ ହୁଅନ୍ତି । ଏହି ବିରାଟଙ୍କ ଏହି ଖରାପ ଫର୍ମ ଆଗକୁ ନିଶ୍ଚିତ ଭଲ ସମୟରେ ବଦଳିବ । ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏହା ବିରାଟଙ୍କ ପାଇଁ ଭଲ ସୁଯୋଗ ନେଇ ଆସିବ । ବିରାଟଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ଏକ ବଡ ଇନିଂସ ଖେଳିବାକୁ ପଡିବ । ଯଦି ସେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହେଉଛନ୍ତି ତାହାଲେ ତାଙ୍କ ଫର୍ମକୁ ନେଇ ଚର୍ଚ୍ଚା କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ମିଳିବ ।"

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି "ତାଙ୍କୁ ନିଜକୁ ପ୍ରମାଣିତ କରିବା ପାଇଁ କେବଳ ଏକ ବଡ ଇନିଂସ ଖେଳିବା ଜରୁରୀ ଅଛି । ଅତୀତରେ ଯାହା ବି ହୋଇଗଲା ତାହା ସେ ସବୁ ଇତିହାସ । ବିରାଟ କୋହଲି ଶେଷ ଥର ୨୦୧୯ ମସିହାରେ ଶତକୀୟ ଇନିଂସ ଖେଳିଥିଲେ । ଏହା ପରେ ପରେ ସେ ୧୮ ଟେଷ୍ଟ ମ୍ୟାଚ ଖେଳି ୮୭୨ ରନ କରିଛନ୍ତି । ସେଥିରେ ତାଙ୍କର ୭୯ ରନ ସର୍ବଶ୍ରେଷ୍ଠ ସ୍କୋର ରହିଥିବା ସହିତ ୬ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଜଣେ ସକ୍ରିୟ ଓ ଶୃଙ୍ଖଳିତ ଖେଳାଳି । ସେ ଆଗାମୀ ମ୍ୟାଚରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବାରେ ସଫଳ ହୁଅନ୍ତୁ ।"

ଆଗରୁ ବିରାଟ କୋହଲି କ୍ରିଜରେ ଠିଆ ହୋଇ ବଡ ଇନିଂସ ଖେଳୁଥିଲେ । ଅର୍ଦ୍ଧ ଶତକ ପରେ ଶତକ ହାସଲ କରିବା ପାଇଁ କ୍ରିଜରେ ଦୀର୍ଘ ସମୟ ଧରି ତିଷ୍ଠୁଥିଲେ । ତାଙ୍କର ସେଭଳି ଦମଦାର ପ୍ରଦର୍ଶନକୁ ପାଇଁ କ୍ରିକେଟ ମହଲରେ ତାଙ୍କୁ ରନ ମେସିନର ଆଖ୍ୟା ଦିଆଯାଇଥିଲା । ବିରାଟ କୋହଲି ଗତ ତିନି ବର୍ଷ ହେଲା ଶତକ ହାସଲ କରିବାରେ ବିଫଳ ରହିଛନ୍ତି । ବାଲାଂଦେଶ ବିପକ୍ଷ ଟେଷ୍ଟ ୨୦୧୯ ମସିହା ନଭେମ୍ବର ୨୩ ତାରିଖରେ ବିରାଟ ଶେଷ ଥର ପାଇଁ ୧୩୬ ରନର ଶତକୀୟ ଇନିଂସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.