ETV Bharat / sports

World Cup 2023: ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା - ବିଶ୍ବକପ 2023

ମୁୁମ୍ବାଇରେ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ବଡଧରଣର ଅଘଟଣ ନେଇ ଏକ ଧମକପୂର୍ଣ୍ଣ ଟ୍ବିଟ ଆସିଛି । ଅଧିକ ପଢନ୍ତୁ

Threat message before India vs New Zealand
ଭାରତ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ପୋଲିସକୁ ଧମକ ମେସେଜ
author img

By ETV Bharat Odisha Team

Published : Nov 15, 2023, 12:46 PM IST

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ବିସ୍ଫୋରଣ ନେଇ ମୁମ୍ବାଇ ପୋଲିସକୁ ଧମକ । ଚଳିତ ବିଶ୍ବକପର ପ୍ରଥମ ସେମି ଫାଇନାଲ ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସର ଏକ୍ସ(ପୂର୍ବର ଟ୍ବିଟର) ଆକାଉଣ୍ଟକୁ ଏକ ଧମକପୂର୍ଣ୍ଣ ଟ୍ବିଟ ହୋଇଛି । ୱାଙ୍ଖଡେ ଷ୍ଟାଡିୟମରେ ବଡ ଧରଣର ଅଘଟଣ ନେଇ ସନ୍ଦିଗ୍ଧ ଧମକ ଆସିଥିବା ଖବର ମିଳିଛି । ଏହି ଧମକ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା କଡାକଡି ହୋଇଛି ।

  • Mumbai Police say, "An unidentified person posted a threat message to Mumbai Police on X (formerly Twitter) that a nefarious incident would be executed during the India vs New Zealand at Wankhede Stadium today. Strict vigilance is being done in the area around the stadium and…

    — ANI (@ANI) November 15, 2023 " class="align-text-top noRightClick twitterSection" data=" ">

ମୁମ୍ବାଇ ପୋଲିସ ଆକାଉଣ୍ଟକୁ ଟ୍ୟାଗ କରି ୱାଙ୍ଖଡେ ଷ୍ଟାଡିୟମରେ ବଡ ଧରଣର ଅଘଟଣ ନେଇ ଚେତାବନୀ ଦିଆଯାଇଛି । ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡ ଗ୍ରେନେଡ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ । ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସ ସନ୍ଦିଗ୍ଧର ମେସେଜ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଧମକ ଦେଇଥିବା ବ୍ୟକ୍ତି ବିଷୟରେ ଏ ଯାଏଁ କୌଣସି ସୂଚନା ମିଳିନାହିଁ । ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଷ୍ଟାଡିୟମ ଚାରିପାଖରେ 900 ପୋଲିସ କର୍ମୀ ମୁତୟନ କରାଯାଇଛି । ଷ୍ଚାଡିୟମର ସମସ୍ତ 10ଟି ଗେଟରେ ପାର୍କିଂ ବ୍ୟାନ କରାଯାଇଛି । ସାଢେ 11ଟାରୁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ସନ୍ଦିଗ୍ଧର ମେସେଜ ପରେ ମୁମ୍ବାଇ ପୋଲିସ ଅଧିକ ସଜାଗ ହୋଇଛି ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ସେମି ଟକ୍କର, 2019 ପ୍ରତିଶୋଧ ଲକ୍ଷ୍ୟରେ ରୋହିତ ସେନା

ଏହା ବି ପଢନ୍ତୁ...World Cup 2023: ଅଧିକ ରିସ୍କ ନେବାକୁ ଆଗ୍ରହୀ କିୱି ସେନାପତି, ମହାମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଗାଭାସ୍କରଙ୍କ ଚେତାବନୀ

ପ୍ରକାଶ ଥାଉକି, ଆଜି ବିଶ୍ବକପ 2023ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଆସନ୍ତାକାଲି (ଗୁରୁବାର) ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଦୁଇ ବିଜୟୀ ଦଳ ମଧ୍ୟରେ ନଭେମ୍ବର 19 ତାରିଖରେ ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ ମୁକାବିଲା ପୂ୍ବରୁ ଏପରି ଧମକପୂର୍ଣ୍ଣ ଟ୍ବିଟକୁ ନେଇ ମୁମ୍ବାଇ ପୋଲିସର ଚିନ୍ତା ବଢିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.