ETV Bharat / sports

Cricket World Cup 2023: ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର ! ପାକିସ୍ତାନ ଆଗରେ ବଡ ଚ୍ୟାଲେଞ୍ଜ - କ୍ରିକେଟ ଖବର

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ସେମିଫାଇନାଲ ଖେଲିବା ପାଇଁ ଆଶା ଉଜ୍ଜୀବିତ । ଅଧିକ ପଢନ୍ତୁ

Cricket World Cup 2023: ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର ! ପାକିସ୍ତାନ ଆଗରେ ବଡ ଚ୍ୟାଲେଞ୍ଜ

author img

By ETV Bharat Odisha Team

Published : Nov 9, 2023, 9:45 PM IST

ବେଙ୍ଗାଲୁରୁ: ଦମଦାର ବିଜୟ ପରେ ବଢିଲା ନ୍ୟୁଜିଲାଣ୍ଡ ଟିମର ସେମି ଚାନ୍ସ । 9ଟି ମ୍ୟାଚରୁ 5ଟିରେ ବିଜୟ ଏବଂ 4ଟି ପରାଜୟ ସହିତ 9 ପଏଣ୍ଟ ପାଇବା ପରେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ଏବେ ନ୍ୟୁଜିଲାଣ୍ଡ । ତେବେ ପାକିସ୍ତାନକୁ ସେମି ଖେଳିବାକୁ ହେଲେ ଇଂଲଣ୍ଡକୁ 287 ରନ ବ୍ୟବଧାନରେ ପରାଜିତ କରିବାକୁ ପଡିବ । ଆଜି ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ 5 ଓ୍ବିକେଟରେ ହରାଇଛି ଓ୍ବିଲିୟମସନଙ୍କ ଟିମ୍ । ଶ୍ରୀଲଙ୍କା ଦେଇଥିବା ଟାର୍ଗେଟକୁ 5 ଓ୍ବିକେଟ ହରାଇ 23.2 ଓଭରରେ ହାସଲ କରିଛି ନ୍ୟୁଜିଲାଣ୍ଡ । ଟାର୍ଗେଟ ପିଛା କରି ଜବରଦସ୍ତ ଆରମ୍ଭ କରିଥିଲେ ନ୍ୟୁଜିଲାଣ୍ଡର ଦୁଇ ଓପନର ଡେଭନ କନଓ୍ବେ ଏବଂ ରଚିନ ରବିନ୍ଦ୍ର । 42 ବଲରୁ କନଓ୍ବେ 45 ରନ ସ୍କୋର କରିଥିବା ବେଳେ 34 ବଲରୁ 42 ରନ ସ୍କୋର କରିଛନ୍ତି ରବିନ୍ଦ୍ର । ତେବେ ଦୁହେଁ ଦମଦାର ବ୍ୟାଟିଂ କରୁଥିବା ବେଳେ 86 ରନରେ ପ୍ରଥମ ଓ୍ବିକେଟ ପତନ ଘଟିଥିଲା । ପରେ 88 ରନରେ ଦ୍ବିତୀୟ ଓ୍ବିକେଟ ପତନ ଘଟିଥିଲା ।

3ୟ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିବା ଅଧିନାୟକ ଓ୍ବିଲିୟମସନ ମଧ୍ୟ 15ଟି ବଲ ଖେଳି 14 ସ୍କୋର କରିବାକୁ ସକ୍ଷମ ହୋଇଥିଲେ । ତେବେ ଶ୍ରୀଲଙ୍କା ଦଳର ବରିଷ୍ଠ ଖେଳାଳି ତଥା ଅଲରାଉଣ୍ଡର ମାଥ୍ୟୁସଙ୍କ ଶିକାର ହୋଇଥିଲେ ଓ୍ବିଲିୟମସନ । ଦଳୀୟ ସ୍କୋର 130 ରନ ଥିବା ବେଳେ ଆଉଟ ହୋଇଥିଲେ ଓ୍ବିଲିୟମସନ । ପରେ 145 ରନରେ ମାର୍କ ଚପମାନ୍ 7 ରନ ସ୍କୋର କରି ଆଉଟ ହୋଇଥିଲେ । ତେବେ ଦଳୀୟ ସ୍କୋର 162 ରନ ଥିବା ବେଳେ 31 ବଲରୁ 43 ରନ ସ୍କୋର କରି ଆଉଟ ହୋଇଥିଲେ ମିଚେଲ ।
ଏହା ମଧ୍ୟ ପଢନ୍ତୁ....Cricket World Cup 2023: ନ୍ୟୁଜିଲାଣ୍ଡର ଘାତକ ବୋଲିଂ, ଆତ୍ମସମର୍ପଣ କଲା ଶ୍ରୀଲଙ୍କା

ଏପଟେ ଫିଲିପ୍ସ 10ଟି ବଲରୁ 17 ରନ ସ୍କୋର କରି ନଟଆଉଟ ଥିବା ବେଳେ ଲାଥମ 2 ରନ କରି ଅପରାଜିତ ଥିଲେ । ସେପଟେ ଶ୍ରୀଲଙ୍କା ପକ୍ଷରୁ 5 ଜଣ ବୋଲର ବୋଲିଂ କରିଥିବା ବେଳେ ମାଥ୍ୟୁସଙ୍କୁ 2ଟି ଓ୍ବିକେଟ ମିଳିଥିଲା ଏବଂ ଚାମିରାଙ୍କୁ 1 ଓ୍ବିକେଟ ମିଳିଥିଲା । ଥକସେନା ମଧ୍ୟ 7 ଓଭର ବୋଲିଂ କରି 43 ରନ ଖର୍ଚ୍ଚ କରି 1 ଓ୍ବିକେଟ ନେଇଥିଲେ । ଆଜିର ବିଜୟ ପରେ ନ୍ୟୁଜିଲାଣ୍ଡର ସେମି ଆଶା ଏକ ପ୍ରକାର ସୁନିଶ୍ଚିତ ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.