ETV Bharat / sports

World cup 2023: ଟାର୍ଗେଟରେ ହିଟମ୍ୟାନଙ୍କ ୱିକେଟ, ଭାରତକୁ ହରାଇବା କଷ୍ଟକର କହିଲେ ସାଣ୍ଟନର - ଭାରତକୁ ହରାଇବା କଷ୍ଟକର କହିଲେ ସାଣ୍ଟନର

ଆସନ୍ତା ୨୨ରେ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ । ଭାରତକୁ ହରାଇବା କଷ୍ଟକର କହିଲେ ସ୍ପିନର ସାଣ୍ଟନର । ଅଧିକ ପଢନ୍ତୁ

World Cup 2023
World Cup 2023
author img

By ETV Bharat Odisha Team

Published : Oct 19, 2023, 4:05 PM IST

ଚେନ୍ନାଇ: ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆସନ୍ତା ୨୨ ତାରିଖ ରବିବାର ଭାରତ ଏଯାବତ୍‌ ବିଶ୍ବକପରେ ଅପରାଜିତ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ । ଉଭୟ ଚଳିତ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରିଆସିଥିବା ବେଳେ ଏହି ମ୍ୟାଚଟି ବେଶ ରୋଚକ ହେବ । ମ୍ୟାଚ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର । ଭାରତକୁ ହରାଇବା ବେଶ କଷ୍ଟକର ଥିବା ବେଳେ ଭାରତର ଷ୍ଟାର ବ୍ୟାଟର୍‌ ତଥା ହିଟମ୍ୟାନ ରୋହିତ ଶର୍ମାଙ୍କ ୱିକେଟ ଉପରେ ଦଳର ନଜର ରହିଛି । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବାକୁ ହେଲେ ଏହି ୨ଟି ଦିଗ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ସାଣ୍ଟନର କହିଛନ୍ତି ।

ନ୍ୟୁଜିଲାଣ୍ଡ ଏଯାବତ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟି ଯାକ ମ୍ୟାଚ୍‌ ଜିତିଛି । ଅହମ୍ମଦାବାଦ, ହାଇଦ୍ରାବାଦ ଓ ଚେନ୍ନାଇ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଖେଳିସାରିଥିବା ବେଳେ ଆସନ୍ତା ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ । ଏନେଇ ସାଣ୍ଟନର କହିଛନ୍ତି ଯେ ଭାରତୀୟ ଟିମ ସହ ମ୍ୟାଚ୍‌ ନିଶ୍ଚିତ ଆମ ପାଇଁ ଚ୍ୟାଲେଞ୍ଜ ରହିବ । ସେମାନଙ୍କୁ ହରାଇବା କଷ୍ଟକର ହେବ । ହେଲେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ ଜାରି ରଖିବାକୁ ଉଦ୍ୟମ କରିବ । ଧର୍ମଶାଳାରେ ବଲ୍‌ ବାଉନ୍ସ ହୋଇଥାଏ । ତେବେ ସେମାନଙ୍କ ସହିତ ଖେଳିଲେ ସ୍ଥିତି ଦେଖି ଆମେ ରଣନୀତି ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ, ୪ର୍ଥ ବିଜୟ ସହ ପଏଣ୍ଟ୍ସ ଟେବୁଲ ଶୀର୍ଷରେ ନ୍ୟୁଜିଲାଣ୍ଡ

ସେପଟେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ଦଳ ଆଫଗାନିସ୍ତାନକୁ ୧୪୯ ରନ୍‌ରେ ହରାଇ ବଡ଼ ବିଜୟ ହାସଲ କରିଛି । ଏହାରି ସହିତ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେପଟେ ଭାରତୀୟ ଅଧିନାୟକ ତଥା ବ୍ୟାଟ୍‌ର ରୋହିତ ଶର୍ମା ଭଲ ଫର୍ମରେ ରହିଛନ୍ତି । ହିଟମ୍ୟାନ୍‌ ପାକିସ୍ତାନ ବିପକ୍ଷରେ ୮୬ ରନ୍‌ କରିଥିବା ବେଳେ ଆଫଗାନିସ୍ତାନ ବିରୋଧରେ ୧୩୧ ରନ୍‌ ସଂଗ୍ରହ କରିଥିଲେ । ରୋହିତଙ୍କ ୱିକେଟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହି ୱିକେଟ ଉପରେ ନ୍ୟୁଜିଲାଣ୍ଡର ନଜର ରହିଛି ।

ଏହା ବି ପଢନ୍ତୁ- Cricket World Cup 2023: ନେଦରଲ୍ୟାଣ୍ଡ ଲୋକେ କ୍ରିକେଟରେ କ୍ୟାରିୟର ଗଢ଼ିବାକୁ ନାରାଜ, କାରଣ କହିଲେ ଆକାଶ ଚୋପ୍ରା

ସାଣ୍ଟନର କହିଛନ୍ତି, "ଆମେ ଏଯାବତ ଖେଳିଥିବା ୪ଟି ମ୍ୟାଚ୍‌ରେ ପିଚ୍‌ ମଧ୍ୟ ପରସ୍ପର ଠାରୁ ଭିନ୍ନ ରହିଛି । ପୂର୍ବ ଭଳି ଭାରତ ବିପକ୍ଷରେ ପିଚ୍‌କୁ ପରଖି ଆମେ ଖେଳିବୁ । ବଲ୍‌ ସହିତ କଣ କରାଯାଇପାରିବ ତାହା ଉପରେ ଧ୍ୟାନ ଦେବୁ । ପାର୍ଟନରସିପ୍‌ ବଜାୟ ରଖିବା ଦିଗରେ କାମ କରିବୁ ।" ଏଯାବତ ନ୍ୟୁଜିଲାଣ୍ଡ ଇଂଲଣ୍ଡ, ନେଦରଲ୍ୟାଣ୍ଡ, ବାଂଲାଦେଶ ଓ ଆଫଗାନିସ୍ତାନ ବିରୋଧରେ ବିଶ୍ବକପ୍‌ ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚ୍‌ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.