ETV Bharat / sports

Cricket World Cup 2023: ବିଶ୍ବକପ ଇତିହାସରେ ଭାରତର ଶ୍ରେଷ୍ଠ ବୋଲର ସାମି, ଭାଙ୍ଗିଲେ ଜାହିରଙ୍କ ରେକର୍ଡ

author img

By ETV Bharat Odisha Team

Published : Nov 2, 2023, 10:09 PM IST

ବିଶ୍ୱକପରେ ଭାରତ ପକ୍ଷରୁ ସବୁଠୁ ଅଧିକ ଓ୍ୱିକେଟ ହାସଲ କଲେ ସାମି । ଭାଙ୍ଗିଲେ ଜାହିରଙ୍କ ରେକର୍ଡ । ସାମି 14ଟି ମ୍ୟାଚ ଖେଳି 45ଟି ଓ୍ୱିକେଟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

Cricket World Cup 2023: ବିଶ୍ବକପ ଇତିହାସରେ ଭାରତର ସଫଳ ବୋଲର ସାମି, ଭାଙ୍ଗିଲେ ଜାହିରଙ୍କ ରେକର୍ଡ

ହାଇଦ୍ରାବାଦ: 48 ବର୍ଷର ବିଶ୍ବକପ ଇତିହାସରେ ଭାରତର ସବୁଠାରୁ ସଫଳ ବୋଲର ହେଲେ ମହମ୍ମଦ ସାମି । ବିଶ୍ବକପରେ ଭାରତ ପକ୍ଷରୁ ସବୁଠୁ ଅଧିକ ଓ୍ବିକେଟ ହାସଲ କଲେ ସାମି । ଏହା ସହିତ ସାମି ଚଳିତ ବିଶ୍ବକପରେ 2ଥର ମ୍ୟାନ ଅଫ ଦ ମ୍ୟାଚ ହାସଲ କରି ରେକର୍ଡ କରିଛନ୍ତି । ଏହା ସହିତ ମାତ୍ର 3ଟି ମ୍ୟାଚ ଖେଳି ସାମି 14ଟି ଓ୍ବିକେଟ ହାସଲ କରିଛନ୍ତି ।

ତେବେ ପୂର୍ବରୁ ଭାରତର ଶ୍ରେଷ୍ଠ ବିଶ୍ବକପ ବୋଲର ରେକର୍ଡ ଜାହର ଖାନଙ୍କ ନାମରେ ଥିଲା । ଜାହିର 23 ଟି ମ୍ୟାଚରେ ବୋଲିଂ କରି 44ଟି ଓ୍ବିକେଟ ହାସଲ କରିଥିଲେ । ଏହା ସହିତ ଜଭଗଲ ଶ୍ରୀନାଥ 33ଟି ମ୍ୟାଚରେ ସମାନ 44ଟି ଓ୍ବିକେଟ ନେଇଥିଲେ କିନ୍ତୁ ସାମି ଉଭୟଙ୍କ ରେକର୍ଡ ଭାଙ୍ଗିଛନ୍ତି ସାମି ମାତ୍ର 14ଟି ମ୍ୟାଚ ଖେଳି 45ଟି ଓ୍ବିକେଟ ହାସଲ କରି ନିଜ ନାଁରେ ଭାରତର ଶ୍ରେଷ୍ଠ ବିଶ୍ବକପ ବୋଲର ରେକର୍ଡ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: ଶ୍ରୀଲଙ୍କାକୁ 358ରନ ଟାର୍ଗେଟ ଦେଲା ଭାରତ, ସେଞ୍ଚୁରୀ ମିସ୍ କଲେ ଗିଲ-କୋହଲି-ଆୟର

ଏହାସହିତ ସାମି ବିଶ୍ବକପରେ 7 ଥର 4ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି । ତାଙ୍କର ଏହି ରେକର୍ଡ ସହିତ ସମକକ୍ଷ ଅଛନ୍ତି ଅଷ୍ଟ୍ରେଲିଆର ବେଷ୍ଟ ପେସର ମିଚେଲ ଷ୍ଟାର୍କ । ସେ ମଧ୍ୟ ସମାନ 7 ଥର 4ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏପରିକି ସାମିଙ୍କ ନାମରେ ମଧ୍ୟ ଭାରତର ଶ୍ରେଷ୍ଠ ବୋଲର ଭାବେ 5-ଫର ଓ୍ବିକେଟ ନେବାର ରେକର୍ଡ ହୋଇଛି । ଦିନିକଆ ଇତିହାସରେ ସାମି ଭାରତ ପକ୍ଷରୁ ସର୍ବାଧିକ 5ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।

ଆଜିର ମ୍ୟାଚରେ ସାମି 5ଟି ଓ୍ବିକେଟ ହାସଲ କରିବା ପରେ ଏକ ନିଆରା ସେଲିବ୍ରେସନ କରିଥିଲେ । ତେବେ ଏହି ସେଲିବ୍ରେସନରେ ସେ ବୋଲିଂ କୋଚ ପରସ ହେମ୍ବମ ପାଇଁ 5-ଫର ଓ୍ବିକେଟକୁ ଉତ୍ସର୍ଗ କରିଥିଲେ । ଏହା ଶୁଭମନ ଗିଲ ମିଡିଆରେ ପ୍ରକାଶ କରିଛନ୍ତି । ଏହା ସହିତ ଗିଲ କହିଛନ୍ତି ମୁଁ ବର୍ତ୍ତମାନ ଯାଏଁ ସମ୍ପୂର୍ଣ୍ଣ ଫିଟ ନାହିଁ । କାରଣ ମୋର 5 କେଜି ଓଜନ ଡେଙ୍ଗୁ ପାଇଁ କମିଛି । ଆଜିର ମ୍ୟାଚରେ ବିଜୟୀ ହେବା ପରେ ଭାରତ ପ୍ରଥମ ଦଳ ଭାବେ ବିଶ୍ବକପ ସେମିରେ ପ୍ରବେଶ କରିଛି । ଭାରତ 7ଟି ମ୍ୟାଚ ଖେଳି 7ଟି ବିଜୟୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ...Cricket World Cup 2023: ଭାରତୀୟ ପେସ ଆଟାକରେ ଧରାଶାୟୀ ଶ୍ରୀଲଙ୍କା, 302ରନରେ ଜିତିଲା ଟିମ୍ ଇଣ୍ଡିଆ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.