ETV Bharat / sports

ବିଶ୍ବକପରେ ଅପରାଜେୟ ଭାରତ, ଜାଣନ୍ତୁ କିପରି ଥିଲା ଇଣ୍ଡିଆନ ଟିମର ଫାଇନାଲ ଯାତ୍ରା - ଇଣ୍ଡିଆନ ଟିମର ଫାଇନାଲ ଯାତ୍ରା

Team India Road to World Cup Final: ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ରେ ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିଛି ଭାରତ । ତେବେ ଆସନ୍ତୁ ଜାଣିବା କିପରି ଥିଲା ଭାରତୀୟ ଟିମର ଫାଇନାଲ ଯାତ୍ରା । ଅଧିକ ପଢନ୍ତୁ

Team India Road to World Cup Final
Team India Road to World Cup Final
author img

By ETV Bharat Odisha Team

Published : Nov 16, 2023, 5:37 PM IST

ମୁମ୍ବାଇ: ଚଳିତ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । 'ମେନ ଇନ ବ୍ଲ୍ୟୁ'ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଆଜି ଭାରତ ପ୍ରଥମ ଟିମ୍‌ ଭାବେ ଫାଇନାଲରେ ପହଞ୍ଚିଛି । ଗତକାଲି (ବୁଧବାର) ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଟିମର ନେତୃତ୍ବ ନେଉଛନ୍ତି ନିସ୍ବାର୍ଥ ତଥା ନିର୍ଭୟ ଅଧିନାୟକ ରୋହିତ ଶର୍ମା । ବିଶେଷ କରି ଭାରତର ବୋଲରମାନେ କମାଲ କରିଛନ୍ତି । ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଆସନ୍ତୁ ଜାଣିବା କିପରି ଥିଲା ଏହି ଯାତ୍ରା ।

୨୦୧୯ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା ଭାରତ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଇତିହାସର ପୁନରାବୃତ୍ତି ହୋଇଥିଲା । ବିଶ୍ବକପ ସେମି ଫାଇନାଲ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା । ହେଲେ ନିଜ ଭୁଲକୁ ଦୋହରାଇନଥିଲେ 'ମେନ୍‌ ଇନ୍‌ ବ୍ଲ୍ୟୁ' । ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିବା ନ୍ୟୁଜିଲାଣ୍ଡ ଟିମକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ । ସବୁଠୁ ଖାସ୍‌ କଥା ହେଉଛି ଟିମର ଷ୍ଟାର ବୋଲର ପାଲଟିଥିବା ମହମ୍ମଦ ସାମିଙ୍କ ୭ଟି ୱିକେଟ ଏହି ବିଜୟଯାତ୍ରାକୁ ସହଜ କରିଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ମହମ୍ମଦ ସାମି ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇଥିଲେ । ଏହାପରେ ସେ କ୍ରମାଗତ ଭାବେ ନିଜର କମାଲ ଦେଖାଇ ଅନେକ ଥର ଟିମର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ଚଳିତ ବିଶ୍ବକପରେ ଉଭୟ ବ୍ୟାଟିଂ ଓ ବୋଲିଂ ଅର୍ଡର ଚମତ୍କାର ପ୍ରଦର୍ଶନ କରିଛନ୍ତି । ସମସ୍ତ ୧୧ କ୍ରିକେଟର ନିଜ ନିଜର ଭୂମିକାକୁ ସଠିକ ଭାବେ ଓ ସଠିକ ସମୟରେ ଉପଯୋଗ କରିଛନ୍ତି । ସେପଟେ ଅଭିଜ୍ଞ ଅଧିନାୟକ ରୋହିତ ଶର୍ମା ନିଜର ପୂର୍ବ ଅଭିଜ୍ଞତାକୁ ଉପଯୋଗ କରି ଏକ ସର୍ବୋତ୍କୃଷ୍ଟ ଅଧିନାୟକର ପ୍ରମାଣ ଦେଇଛନ୍ତି । ନିସ୍ବାର୍ଥପର ଗେମ୍‌ ଖେଳି ସେ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ରୋହିତ ନିଜ ବ୍ୟକ୍ତିଗତ ସ୍କୋରକୁ ଗୁରୁତ୍ବ ଦେଉନଥିବା ସତ୍ତ୍ବେ ପ୍ରତିଟି ମ୍ୟାଚ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ରୋହିତ ଦଳକୁ ଏକ ଭଲ ଆରମ୍ଭ ଦେବା ଉପରେ ଗୁରୁତ୍ବ ଦେଉଛନ୍ତି । ଫଳରେ ଟିମର ମିଡଲ ଅର୍ଡର ବ୍ୟାଟରମାନେ ବିନା ଚାପରେ ଖେଳି ଏକ ଭଲ ସ୍କୋର କରିପାରୁଛନ୍ତି ।

ସେପଟେ ଟିମର ଅନ୍ୟତମ ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି । ବିରାଟ ଅନେକ କୀର୍ତ୍ତିମାନ ଅର୍ଜନ କରିଥିବା ବେଳେ ଟିମରେ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଅତିକ୍ରମ କରି ଦିନିକିଆ ମ୍ୟାଚ୍‌ରେ ସର୍ବାଧିକ ଶତକ ହାସଲ କରିଛନ୍ତି ବିରାଟ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୮ଥର 50+ ରନ୍‌, ୩ଟି ଶତକ ଓ ସର୍ବାଧିକ ସ୍କୋରର (୭୧୧) ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସେପଟେ ଭାରତୀୟ ବ୍ୟାଟର ଶ୍ରେୟାସ ଆୟର ମଧ୍ୟ ଏକ ଭଲ କମବ୍ୟାକ୍‌ କରିଛନ୍ତି । ସେ ନିଜ ପ୍ରଥମ ବିଶ୍ବକପ ମ୍ୟାଚ୍‌ରେ ୨ଟି ଶତକ ହାସଲ କରିଛନ୍ତି । ଗତକାଲି ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଶ୍ରେୟାସ ଆୟରଙ୍କ ଧମାକାଦାର ଶତକ ଦେଖିବାକୁ ମିଳିଥିଲା । ଯାହାକି ଦଳର ବିଜୟରେ ବେଶ ସହାୟକ ହୋଇଥିଲା ।

ଏହା ବି ପଢନ୍ତୁ- ଫାଇନାଲରେ ଟିମ୍ ଇଣ୍ଡିଆ: ଶାହାରୁଖ ଏବଂ ରାଜାମୌଲି ସମେତ ଏହି ତାରକା ଜଣାଇଲେ ଶୁଭେଚ୍ଛା

ଅନ୍ୟପଟେ ଓପନର ଶୁଭମନ ଗିଲ୍‌ ଡେଙ୍ଗୁରୁ ପୀଡ଼ିତ ହୋଇ ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ ପଡ଼ିବା ପରେ ଦଳକୁ ଫେରିଥିଲେ । ଏହାପରେ ସେ କ୍ରମାଗତ ଭାବେ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ସେମି ଫାଇନାଲ ମ୍ୟାଚରେ ସେ ୮୨ ରନ୍‌ କରି ଅପରାଜିତ ରହିଥିଲେ । ସେକେଣ୍ଡ ଡାଉନରେ ଆସୁଥିବା ବ୍ୟାଟର କେ ଏଲ ରାହୁଲ ମଧ୍ୟ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ଗତ ୬ ମାସ ଧରି ଖରାପ ସ୍ଥିତିରେ ଗତି କରୁଥିବା ରାହୁଲ ଭଲ କମବ୍ୟାକ୍‌ କରିଛନ୍ତି । ଟିମର ରନରେଟ୍‌ ବୃଦ୍ଧି କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମସ୍ତ ଫର୍ମାଟରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବ୍ୟାଟିଂ, ବୋଲିଂ ସାଙ୍ଗକୁ ଫିଲ୍ଡିଂରେ ଜାଡେଜାଙ୍କ ପ୍ରଦର୍ଶନକୁ ବେଶ ପ୍ରଶଂସା କରାଯାଇଛି । ଚାଇନାମ୍ୟାନ କୁଲଦୀପ ଯାଦବ ଭଲ ବୋଲିଂ କରି ଟିମକୁ ଆବଶ୍ୟକ ସମୟରେ ୱିକେଟ ଦେଇଛନ୍ତି । ପେସ୍‌ ବୋଲର ମହମ୍ମଦ ସାମି ସର୍ବୋତ୍କୃଷ୍ଟ ବୋଲିଂ ପ୍ରଦର୍ଶନ କରୁଥିବା ବେଳେ ଜସପ୍ରୀତ ବୁମରାହ ମଧ୍ୟ ଶେଷ ୧୦ ଓଭରରେ ୱିକେଟ ନେବାର ପାରଙ୍ଗମ ହାସଲ କରିଛନ୍ତି । ସେପଟେ ମହମ୍ମଦ ସିରାଜ ଲାଇନ ଲେନ୍‌ଥ ଓ ଅଫ-ଷ୍ଟମ୍ପ ସ୍ବିଇଙ୍ଗ ବୋଲିଂ କରି ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇଛନ୍ତି ।

ଭାରତୀୟ ଟିମର ସମସ୍ତ କ୍ରିକେଟର ସେମି ଫାଇନାଲ ପର୍ଯ୍ୟନ୍ତ ନିଜ ନିଜର ଭୂମିକା ପାଳନ କରିଆସୁଛନ୍ତି । ଏବେ ଭାରତ ଫାଇନାଲରେ ପହଞ୍ଚିଛି । ଆଜି ଇଡେନ ଗାର୍ଡେନରେ ଖେଳାଯାଉଥିବା ଦ୍ବିତୀୟ ସେମିଫାଇନାଲ ଶେଷ ହେବା ପରେ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରୁ ବିଜୟୀ ଟିମ ଭାରତ ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ । ଆସନ୍ତା ୧୯ ତାରିଖ ରବିବାର ଅହମ୍ମଦାବାଦରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ଶେଷ ତଥା ଫାଇନାଲ ମ୍ୟାଚ୍‌ । ଭାରତ ନିଜର ବିଜୟଧାରା ଜାରି ରଖି ଫାଇନାଲ ଜିତିବାକୁ ଫ୍ୟାନ୍ସ ଆଶା ରଖିଥିବା ବେଳେ ବିଭିନ୍ନ ମହଲରୁ ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.