ETV Bharat / sports

Cricket World Cup 2023: 'ଆହୁରି ବହୁତ ଆଗକୁ ଯିବାକୁ ଅଛି', କ୍ରମାଗତ ବିଜୟ ପରେ ଏମିତି କହିଲେ ରାବାଡା

author img

By ETV Bharat Odisha Team

Published : Oct 13, 2023, 8:11 PM IST

ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ଦୁଇଟି ବିଜୟ ସହ ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଛି ଦକ୍ଷିଣ ଆଫ୍ରିକା । ତେବେ ଅଷ୍ଟ୍ରେଲିଆ ବିପକ୍ଷ ବଡ଼ ବିଜୟ ପରେ ପୁଣି ପରବର୍ତ୍ତୀ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ରହିଥିବା କହିଛନ୍ତି ଦଳର ଷ୍ଟାର ପେସର୍‌ କାଗିସୋ ରାବାଡା । ଅଧିକ ପଢ଼ନ୍ତୁ

'ଆହୁରି ବହୁତ ଆଗକୁ ଯୁବାକୁ ଅଛି'
'ଆହୁରି ବହୁତ ଆଗକୁ ଯୁବାକୁ ଅଛି'

ଲକ୍ଷ୍ନୌ: ପ୍ରଥମ ଦୁଇଟି ମ୍ୟାଚ୍‌ରେ ସହଜ ବିଜୟ ସହ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଛି ଦକ୍ଷିଣ ଆଫ୍ରିକା । ନିଜର ପ୍ରାଇମ୍‌ ଫର୍ମରେ ରହିଥିବା କ୍ବିଣ୍ଟନ ଡିକକ୍‌, ରସି ଭାନ୍‌ଡେର୍‌ ଡସେନ ଓ ଏଡେନ ମାର୍କ୍ରମଙ୍କ ବିସ୍ଫୋରକ ଶତକୀୟ ପାଳି ବଳରେ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୧୦୨ ରନରେ ବଡ଼ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା । ଏହାପରେ ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୧୩୪ ରନର ବୃହତ ବିଜୟ ହାସଲ କରିଛି ଦଳ । ଏଥିରେ ଦଳ ପକ୍ଷରୁ ସର୍ବାଧିକ ୩ ୱିକେଟ୍‌ ନେଇ ମ୍ୟାଚ୍‌ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ ଦଳର ଷ୍ଟାର ପେସର୍‌ କାଗିସୋ ରାବାଡା । ତେବେ ଟୁର୍ଣ୍ଣାମେଣ୍ଟରେ ଆହୁରି ଅନେକ ଦୂର ଯିବାକୁ ଅଛି ବୋଲି କହିଛନ୍ତି ରାବାଡା ।

'ପରବର୍ତ୍ତୀ ମ୍ୟାଚ୍‌ ଜିତିବାକୁ ଚାହୁଁଛୁ': ସେ କହିଛନ୍ତି, "ଆମେ ଏପର୍ଯ୍ୟନ୍ତ ଟ୍ରଫିଠାରୁ ବହୁତ ଦୂରରେ ଅଛୁ, କିନ୍ତୁ ସୁଯୋଗ ବେଶ ସକାରାତ୍ମକ ଅଛି । ତେଣୁ ଆମେ ପରବର୍ତ୍ତୀ ମ୍ୟାଚ୍‌ ଜିତିବାକୁ ଚାହୁଁଛୁ । ଭବିଷ୍ୟତରେ ହେବାକୁ ଥିବା ମ୍ୟାଚ୍‌ରେ ଆମେ ଉନ୍ନତି କରିବାକୁ ଚାହୁଁ, ଆମର ସାମର୍ଥ୍ୟ ବଢ଼ାଇବାକୁ ଲକ୍ଷ୍ୟ ରଖିବୁ, ଆମର ଦୁର୍ବଳତା ଉପରେ ଧ୍ୟାନ ଦେଇ ଏହାକୁ ଦୂର କରିବାକୁ ଚେଷ୍ଟା କରିବୁ । କିନ୍ତୁ ମୁଁ ଭାବୁଛି ଆମେ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଉପଯୁକ୍ତ ଖେଳ ଖେଳିଛୁ । ତେଣୁ ଏହାକୁ ପଛକୁ ଛାଡ଼ିଦେଇ ପରବର୍ତ୍ତୀ ଖେଳ ଉପରେ ଧ୍ୟାନ ଦେବୁ ।" ୫ ଥର ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ବୃହତ ବିଜୟକୁ ନେଇ ରାବାଡା କହିଛନ୍ତି, "ପ୍ରତ୍ୟେକ ଖେଳରେ କିଛି କିଛି ତ୍ରୁଟି ରହିଥାଏ । କିନ୍ତୁ କ୍ରିକେଟ୍‌ ଖେଳରେ ଉନ୍ନତି ପାଇଁ ସର୍ବଦା ସୁଯୋଗ ରହିବ । ଆମେ ଜାଣିଥିଲୁ ଯେ ପୂର୍ବ ଖେଳର କିଛି କ୍ଷେତ୍ରରେ ଆମେ ଅଳ୍ପକେ ବର୍ତ୍ତି ଯାଇଥିଲୁ । ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିଥିଲୁ । ଆଗକୁ ମଧ୍ୟ ଆମେ ଆମ ତ୍ରୁଟିର ବିଶ୍ଳେଷଣ କରିବୁ ଏବଂ କିପରି ଆଗକୁ ବଢ଼ିବୁ ତାହା ଉପରେ ଦୃଷ୍ଟି ଦେବୁ ।"

ଏହା ମଧ୍ୟ ପଢ଼ନ୍ତୁ...Australia Vs South Africa: ଭାରି ପଡ଼ିଲେ ସାଉଥ ଆଫ୍ରିକା ପେସର୍‌, ୧୭୭ରେ ଅଲଆଉଟ୍‌ ଅଷ୍ଟ୍ରେଲିଆ

ସ୍ମିଥ୍‌ଙ୍କ ଆଉଟ୍‌: ଷ୍ଟିଭ୍‌ ସ୍ମିଥ୍‌, ଜୋସ୍‌ ଇଂଲିସ୍ ଏବଂ ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ୍‌ ନେଇ ରାବାଡା ଅଷ୍ଟ୍ରେଲିଆର ମଧ୍ୟକ୍ରମକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଥିଲେ । ସେହି ମଧ୍ୟରୁ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୱିକେଟ୍‌ କଠିନ ପରିସ୍ଥିତିରେ ରିଭ୍ୟୁ ପରେ ମିଳିଥିଲା । ରାବାଡାଙ୍କ ବଲ୍‌ରେ ସ୍ମିଥ୍‌ଙ୍କୁ ଏଲ୍‌ବି ଆଉଟ୍‌ ପାଇଁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅପିଲ୍‌ କରାଯାଇଥିଲା । ହେଲେ ଅନ୍‌-ଫିଲ୍ଡ ଅମ୍ପାୟାର ଏହାକୁ ପ୍ରଥମେ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ । ପରେ ଥାର୍ଡ ଅମ୍ପାୟାରଙ୍କ ରିଭ୍ୟୁ ପରେ ସ୍ମିଥ୍‌ ଏଲ୍‌ବି ଆଉଟ୍‌ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏନେଇ ରାବାଡା କହିଛନ୍ତି, "ମୁଁ ଭାବିଥିଲି ଏହା ଅମ୍ପାୟାର୍‌ କଲ୍‌ ହେବ । ହେଲେ ଆମେ ୱିକେଟ୍‌-କିପର କ୍ବିଣ୍ଟନ୍‌ ଡିକକ୍‌ଙ୍କ ପ୍ରସ୍ତାବରେ ରିଭ୍ୟୁ ପାଇଁ ଯାଇଥିଲୁ ଓ ଏହା ଆମ ସପକ୍ଷରେ ରହିଲା ।"

'ଷ୍ଟୋଇନିସ୍‌ଙ୍କ ୱିକେଟ୍‌ ବିବାଦ': ପୁଣିଥରେ ଷ୍ଟୋଇନିସଙ୍କ ୱିକେଟ୍‌କୁ ନେଇ କିଛିମାତ୍ରାରେ ଭ୍ରମ ଉପୁଜିଥିଲା । ଯେତେବେଳେ ରାବାଡାଙ୍କ ବଲରେ ଷ୍ଟୋଇନିସ୍‌ ୱିକେଟ୍‌ ପଛରେ ଡିକକ୍‌ଙ୍କ ହାତରେ ଧରାପଡ଼ିଲେ, ସେତେବେଳେ ତାଙ୍କ ବ୍ୟାଟ୍‌ କିମ୍ବା ଗ୍ଲୋଭ୍ସରେ ବଲ୍‌ ବାଜିଛି ନା ନାହିଁ, ସେନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଏନେଇ ରାବାଡା କହିଛନ୍ତି, "ମୁଁ ପ୍ରଥମେ ଭାବିଥିଲି ବଲ୍‌ ଷ୍ଟୋଇନିସଙ୍କ ପ୍ୟାଡ୍‌ରେ ବାଜିଛି । ହେଲେ ସେଠାରେ ବ୍ୟାଟ୍‌ରୁ ଏକ ଶବ୍ଦ ଆସିଥିବା ମୋ ଦଳର ଅନ୍ୟ ଖେଳାଳିମାନେ ମୋତେ ବିଶ୍ବାସ କରାଇଥିଲେ । ଷ୍ଟୋଇନିସ୍‌ ମଧ୍ୟ ଏତେ ସନ୍ଦେହରେ ଥିବା ପରି ନଜର ଆସିଥିଲେ । ବଲ୍‌ ତାଙ୍କ ଗ୍ଲୋଭ୍‌ରେ ବାଜିବା ବେଳକୁ ସେ ବ୍ୟାଟ୍‌ ଛାଡ଼ି ସାରିଥିଲେ ବୋଲି ବିବାଦ ଆରମ୍ଭ ହୋଇଥିଲା । ହେଲେ ଆମକୁ ଲାଗିଲା ଏହା ବ୍ୟାଟ୍‌ର ହ୍ୟାଣ୍ଡେଲ୍‌ରେ ବାଜିଛି । ତେଣୁ ଆମେ ରିଭ୍ୟୁ ନେଲୁ ଓ ଅମ୍ପାୟାରଙ୍କ ନିଷ୍ପତ୍ତି ଆମ ସପକ୍ଷରେ ରହିଥିଲା ।" ତେବେ ବର୍ତ୍ତମାନ କ୍ରମାଗତ ଦ୍ବିତୀୟ ବିଜୟ ପରେ ବିଶ୍ବକପ୍‌ ୨୦୨୩ ପଏଣ୍ଟ୍ସ ଟେବୁଲରେ ଶୀର୍ଷରେ ରହିଛି ଦକ୍ଷିଣ ଆଫ୍ରିକା । ଦଳ ଅକ୍ଟୋବର ୧୭ରେ ଧର୍ମଶାଳାରେ ପରବର୍ତ୍ତୀ ମ୍ୟାଚ୍‌ରେ ନେଦର୍‌ଲାଣ୍ଡ୍ସକୁ ଭେଟିବ । ବିଜୟଧାରା ଜାରି ରଖି 'ଚୋକର୍ସ' ଟ୍ୟାଗ୍‌ ହଟାଇବା ପାଇଁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.