ETV Bharat / sports

Cricket World Cup 2023: ୱିଲିୟମସନ୍‌-ଡେରାଇଲ୍‌ ମିଚେଲଙ୍କ ମ୍ୟାଚ୍‌ ବିଜୟୀ ପାଳି, ୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

author img

By ETV Bharat Odisha Team

Published : Oct 13, 2023, 9:53 PM IST

Updated : Oct 13, 2023, 10:04 PM IST

କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ୍ସ ଟେବୁଲର ଶୀର୍ଷକୁ ଉଠିଲା କିୱି ଦଳ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନ ବିଜୟ ଲକ୍ଷ୍ୟ ରଖିଥିଲା ବାଂଲାଦେଶ । ହେଲେ କିୱି ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଡେରାଇଲ୍‌ ମିଚେଲ୍‌ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ କେବଳ ୨ ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଛି ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ

୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ
୮ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ: ବାଂଲାଦେଶ ବିପକ୍ଷରେ କେନ୍‌ ୱିଲିୟମସନ୍‌ ଓ ଡେରାଇଲ୍‌ ମିଚେଲ୍‌ଙ୍କ ମ୍ୟାଚ୍‌ ବିଜୟୀ ପାଳି । ୮ ୱିକେଟ୍‌ରେ ବିଜୟ ସହ ବିଶ୍ବକପ୍‌ ୨୦୨୩ରେ ବିଜୟଧାରା ଜାରି ରଖିଲା ନ୍ୟୁଜିଲାଣ୍ଡ । କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ୍ସ ଟେବୁଲର ଶୀର୍ଷକୁ ଉଠିଲା କିୱି ଦଳ । ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନ ବିଜୟ ଲକ୍ଷ୍ୟ ରଖିଥିଲା ବାଂଲାଦେଶ । ହେଲେ କିୱି ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଡେରାଇଲ୍‌ ମିଚେଲ୍‌ଙ୍କ ଅର୍ଦ୍ଧଶତକୀୟ ମ୍ୟାଚ୍‌ ବିଜୟୀ ପାଳି ବଳରେ ୮ ୱିକେଟ୍‌ରେ ଏହି ଲକ୍ଷ୍ୟ ହାସଲ କରିନେଇଛି ନ୍ୟୁଜିଲାଣ୍ଡ ।

ବାଂଲାଦେଶ ପାଳି: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ । ଏପରିକି ଦଳୀୟ ସ୍କୋର ୫୬ ହୋଇଥିବାବେଳକୁ ୪ ୱିକେଟ ହରାଇସାରିଥିଲା ବାଂଲା ଦଳ । ତେବେ ଅଧିନାୟକ ସାକିବଲ ହାସନ ଓ ମୁସ୍ତାଫିକର ରହିମ୍‌ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକସ୍ତରକୁ ନେଇଯାଇଥିଲେ । ସାକିବଲ ହାସନ ୪୦ ରନ୍‌ କରିଥିବାବେଳେ ମୁସ୍ତାଫିକର ଦଳ ପାଇଁ ସର୍ବାଧିକ ୬୬ ରନ ସଂଗ୍ରହ କରିଥିଲେ । ଶେଷ ବେଳକୁ ମହମ୍ମଦୁଲ୍ଲା ମଧ୍ୟ ଉପଯୋଗୀ ବ୍ୟାଟିଂ କରି ଦଳୀୟ ଖାତାରେ ୪୧ ରନ ଯୋଡ଼ି ଅପରାଜିତ ରହିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ୍‌ ହରାଇ ୨୪୫ ରନ୍‌ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୩ଟି ୱିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ମାଟ ହେନେରୀ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ମିଚେଲ ସାଣ୍ଟନର ଓ ଗ୍ଲେନ ଫିଲିପ୍ସଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World cup 2023: ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ଭେଟ, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ କେନ ସେନା

ନ୍ୟୁଜିଲାଣ୍ଡ ପାଳି: ଏହାପରେ କ୍ରମାଗତ ବିଜୟଧାରା ଜାରି ରଖିବାକୁ କିୱି ଦଳ ଆଗରେ କେବଳ ୨୪୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ହେଲେ ତୃତୀୟ ଓଭରରେ ଦଳକୁ ନୁରାଶ କରି ପାଭିଲିୟନ ଫେରିଥିଲେ ରଚିନ ରବୀନ୍ଦ୍ର । ସେ କେବଳ ୯ ରନ କରି ମୁସ୍ତାଫିଜୁର ରେହମାନଙ୍କ ଶିକାର ପାଲଟିଥିଲେ । ଏହାପରେ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ ଅନ୍ୟତମ ଓପନର ଡେଭନ କନୱେ । ସେ ୫୯ ବଲରୁ ୪୫ ରନ କରି ପାଭିଲିୟନ ଫେରିବା ପରେ ୱିଲିୟମସନ୍‌ଙ୍କ ସାଥ ଦେଇଥିଲେ ଡେରାଇଲ୍‌ ମିଚେଲ୍‌ । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ ଦ୍ବାରକୁ ନେଇଯାଇଥିଲେ । ୱିଲିୟମସନ୍‌ ୧୦୭ ବଲରୁ ୭୮ ରନ କରି ଆଉଟ୍‌ ହେବାପରେ ଡେରାଇଲ୍‌ ମିଚେଲ୍‌ ଦଳକୁ ବିଜୟୀ କରାଇଥିଲେ । ସେ ୬୭ ବଲରୁ ୬ ଚୌକା ଓ ୪ ଛକା ବଳରେ ଅପରାଜିତ ୮୯ ରନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ୧୧ ବଲରୁ ଅପରାଜିତ ୧୬ ରନ କରିଛନ୍ତି ଗ୍ଲେନ୍‌ ଫିଲିପ୍ସ । ବାଂଲାଦେଶ ପକ୍ଷରୁ କେବଳ ମୁସ୍ତାଫିଜୁର ରେହମାନ ଓ ଅଧିନାୟକ ସାକିବ୍‌ଅଲ୍‌ ହାସନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 13, 2023, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.