ETV Bharat / sports

Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ପ୍ରଶଂସାରେ ଶତମୁଖ ରିକି ପଣ୍ଟିଂ, କହିଲେ ଭାରତକୁ ହରାଇବା ସହଜ ହେବନି

author img

By ETV Bharat Odisha Team

Published : Oct 17, 2023, 4:24 PM IST

ବିଶ୍ବକପ୍‌ ୨୦୨୩ରେ ୩ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ଅପରାଜିତ ରହିଛି ଟିମ୍‌ ଇଣ୍ଡିଆ । ତେବେ ଭାରତର ଏଭଳି ବିଜୟଧାରାର ଶ୍ରେୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ । ସେ କହିଛନ୍ତି ଏଥର ଭାରତକୁ ହରାଇବା ସହଜ ହେବନି । ଅଧିକ ପଢ଼ନ୍ତୁ

ରୋହିତ ଶର୍ମାଙ୍କ ପ୍ରଶଂସାରେ ଶତମୁଖ ରିକି ପଣ୍ଟିଂ

ହାଇଦ୍ରାବାଦ: ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି ଟିମ୍‌ ଇଣ୍ଡିଆ । ୫ ଥର ବିଶ୍ବ ବିଜେତା ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତ ଦିଲ୍ଲୀରେ ଆଫଗାନିସ୍ତାନ ଓ ଅହମ୍ମଦାବାଦରେ ପାକିସ୍ତାନକୁ ହରାଇ ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଛି । ଭାରତର ଏହି ୩ ବୃହତ ବିଜୟ ମଧ୍ୟରୁ ଦୁଇଟିରେ ଦଳର ଅଧିନାୟକ ରୋହିତ ଶର୍ମା ଦଳକୁ ଜିତାଇବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଫଗାନିସ୍ତାନ ବିପକ୍ଷରେ ହିଟ୍‌ମ୍ୟାନ୍‌ଙ୍କ ୧୩୧ ରନର ବିସ୍ଫୋରକ ପାଳି ପରେ ପାକିସ୍ତାନ ବିପକ୍ଷରେ ୮୬ ରନର ଗୁରୁତ୍ବପୂର୍ଣ୍ଣ ପାଳି ଭାରତକୁ ବିଜୟୀ କରାଇବାରେ ବେଶ ସହାୟକ ହୋଇଥିଲା । ଯାହାକୁ ନେଇ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂ ରୋହିତ ଶର୍ମା ଓ ତାଙ୍କ ଅଧିନାୟକତ୍ବକୁ ବେଶ ପ୍ରଶଂସା କରିଛନ୍ତି ।

ଏକ କାର୍ଯ୍ୟକ୍ରମରେ ଆଇସିସି ସହ ଆଲୋଚନାବେଳେ ଅଷ୍ଟ୍ରେଲିଆର ବିଶ୍ବକପ୍‌ ବିଜେତା ଅଧିନାୟକ ରିକି ପଣ୍ଟିଂ କହିଛନ୍ତି, "ରୋହିତ ଜଣେ ବହୁତ ଶାନ୍ତ ପ୍ରକୃତିର ଅଟନ୍ତି । ସେ ଯାହାକିଛି ବି କରନ୍ତି, ବେଶ ଶାନ୍ତ ରୁହନ୍ତି । ତାଙ୍କର ଖେଳିବା ଶୈଳୀରୁ ମଧ୍ୟ ଆପଣ ଏହା ଦେଖିପାରିବେ, ଏବଂ ସେହିଭଳି ସେ ଉଭୟ ପଡ଼ିଆରେ ଏବଂ ପଡ଼ିଆ ବାହାରେ ମଧ୍ୟ ରୁହନ୍ତି । ଆମେ ପଛରେ ବସି କହିପାରିବା ନାହିଁ ଯେ ସେମାନଙ୍କ ଉପରକୁ ଚାପ ଆସିବ ନାହିଁ ବା ସେମାନଙ୍କ ଉପରେ ପ୍ରଭାବ ପକାଇବ ନାହିଁ । କାରଣ ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଚାପ ଆସେ । କିନ୍ତୁ ସମସ୍ତଙ୍କ ଭଳି ରୋହିତ ମଧ୍ୟ ଶାନ୍ତିର ସହ ଏହି ଚାପକୁ ସମ୍ଭାଳିନେବେ ।" ତେବେ ମେନ୍‌ ଇନ୍‌ ବ୍ଲ୍ୟୁ ପାଇଁ ରୋହିତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି ବୋଲି କହିଛନ୍ତି ରିକି ପଣ୍ଟିଂ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଭାରତ ବିଜୟର ଶ୍ରେୟ ରୋହିତ ଶର୍ମାଙ୍କୁ ଦେଲେ ପୂର୍ବତନ ପାକ୍‌ ଅଧିନାୟକ ମୁସ୍ତାକ ମହମ୍ମଦ

ବିରାଟ କୋହଲିଙ୍କୁ ନେଇ ପଣ୍ଟିଂ କହିଛନ୍ତି, "ବିରାଟ କୋହଲିଙ୍କ ପରି ଜଣେ ଖେଳାଳି, ଯିଏ ସବୁ କାର୍ଯ୍ୟ ହୃଦୟର ସହ କରନ୍ତି, ପ୍ରଶଂସକଙ୍କ କଥା ଶୁଣନ୍ତି ଏବଂ ପ୍ରଶଂସକଙ୍କ ସହିତ ଟିକିଏ ଅଧିକ ଯୋଡ଼ି ହୋଇରହିଥାନ୍ତି, ସେଭଳି ବ୍ୟକ୍ତିତ୍ବର ବ୍ୟକ୍ତିଙ୍କ ପକ୍ଷରେ ଶାନ୍ତ ରହିବା ଏତେ ସହଜ ନୁହେଁ । କିନ୍ତୁ ମୋତେ ଲାଗୁଛି ଯେ ବିରାଟ ଏଭଳି ଠିକ୍‌ ଅଛନ୍ତି । ସେ ଦୀର୍ଘ ସମୟ ଧରି ଜଣେ ଶ୍ରେଷ୍ଠ ଖେଳାଳି ଭାବେ ରହିଛନ୍ତି ଓ ଅଧିନାୟକ ଭାବେ ଭାରତୀୟ କ୍ରିକେଟ୍‌ ପାଇଁ ବହୁତ ଭଲ କାର୍ଯ୍ୟ ମଧ୍ୟ କରିଛନ୍ତି ।" ତେବେ ଭାରତ ହିଁ ଏଥର ଚମ୍ପିଆନ୍‌ ହେବ ବୋଲି ଅନୁମାନ କରିଛନ୍ତି ପଣ୍ଟିଂ । ସେ କହିଛନ୍ତି, "ମୁଁ ପୂର୍ବରୁ ମଧ୍ୟ କହିଛି, ସେମାନେ ସମସ୍ତଙ୍କୁ ହରାଇବା ଭଳି ଏକ ଶକ୍ତିଶାଳୀ ଟିମ୍‌ ପାଇଛନ୍ତି । ସେମାନଙ୍କ ସ୍ପିନ୍‌, ପେସର, ବ୍ୟାଟିଂରେ ଶୀର୍ଷ ଓ ମଧ୍ୟକ୍ରମ ସବୁ ବିଭାଗ ବେଶ ଦୃଢ଼ ରହିଛି । ତେଣୁ ସେମାନଙ୍କୁ ହରାଇବା ଏତେ ସହଜ ହେବନି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.