ETV Bharat / sports

Cricket World Cup 2023: ଦମଦାର ଆରମ୍ଭ ସତ୍ତ୍ବେ ୨୦୯ରେ ଅଟକିଲା ଶ୍ରୀଲଙ୍କା, ଅଷ୍ଟ୍ରେଲିଆକୁ ଟାର୍ଗେଟ ୨୧୦ - ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା

ବେଶ ଭଲ ଆରମ୍ଭ ସତ୍ତ୍ୱେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି ଶ୍ରୀଲଙ୍କା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ କେବଳ ୨୦୯ ରନରେ ସମସ୍ତ ୱିକେଟ ହରାଇଛି ଶ୍ରୀଲଙ୍କା । ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୧୦ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

Australia need 210 runs to win
ଅଷ୍ଟ୍ରେଲିଆକୁ ଟାର୍ଗେଟ ୨୧୦
author img

By ETV Bharat Odisha Team

Published : Oct 16, 2023, 6:39 PM IST

ଲକ୍ଷ୍ନୌ: ଦମଦାର ଆରମ୍ଭ ସତ୍ତ୍ବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନି ଶ୍ରୀଲଙ୍କା । ବିଶ୍ବକପ୍‌ ୨୦୨୩ରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ବେଶ ଚମତ୍କାର ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ପାଳିକୁ ବଡ଼ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇ ପାରିନାହାନ୍ତି ଶ୍ରୀଲଙ୍କା ବ୍ୟାଟର । ଏଥିରେ ପ୍ରଥମେ ୧୨୫ ରନ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇନଥିଲା ଶ୍ରୀଲଙ୍କା । ହେଲେ ଏହାପରେ ଶେଷ ୮୪ ରନ ପାଇଁ ସମସ୍ତ ୱିକେଟ୍‌ ହରାଇ ୨୦୯ରେ ପାଳି ଶେଷ କରିଛି ଦଳ । ତେବେ ପ୍ରଥମ ବିଜୟ ଲକ୍ଷ୍ୟରେ ନିଜର ତୃତୀୟ ମ୍ୟାଚ୍‌ ଖେଳୁଥିବା ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୨୧୦ ରନର ଆବଶ୍ୟକତା ରହିଛି ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ସେ ୧୨୫ ରନ ଯୋଡ଼ିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବ । ହେଲେ ୬୭ ବଲରୁ ୬୧ ରନ କରିଥିବା ପଥୁମ ନିଶଙ୍କା ପ୍ରଥମେ ନିଜ ୱିକେଟ୍‌ ହରାଇଥିଲେ । ପରେରା ମଧ୍ୟ ୭୮ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅସଲଙ୍କା (୨୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଆରମ୍ଭ କରିଥିବା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବିଲା

ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ଦଳ ପାଇଁ ୮ ଓଭରରେ ୪୭ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା । ଉଭୟ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ନିଜ ନିଜର ପୂର୍ବ ମ୍ୟାଚ ହାରିଥିବାରୁ ଏହି ମ୍ୟାଚର ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.