ETV Bharat / sports

Cricket World Cup 2023: ଇଂଲଣ୍ଡକୁ ହରାଇବା ପରେ ଭାବବିହ୍ବଳ ହେଲେ ରସିଦ ଖାନ, ଦିଲ୍ଲୀ ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

author img

By ETV Bharat Odisha Team

Published : Oct 16, 2023, 4:34 PM IST

ବିଶ୍ବକପ୍‌ ୨୦୨୩ରେ ବଡ଼ ବିପର୍ଯ୍ୟୟ ଘଟାଇ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଏହି ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଥିଲେ ଦଳର ଷ୍ଟାର ସ୍ପିନର ରସିଦ ଖାନ । କ୍ରମାଗତ ଭୂକମ୍ପରେ ନିଜ ଦେଶର ଲୋକଙ୍କ ଅବସ୍ଥା ଖରାପ ଥିବାବେଳେ ଏଭଳି ବିଜୟ ସେମାନଙ୍କୁ କିଛିମାତ୍ରାରେ ଖୁସି ଦେଇପାରିବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ଭାବବିହ୍ବଳ ହେଲେ ରସିଦ ଖାନ
ଭାବବିହ୍ବଳ ହେଲେ ରସିଦ ଖାନ

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ରବିବାର ବଡ଼ ବିପର୍ଯ୍ୟୟ ଘଟିଛି । ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇ ବିଶ୍ବକପ୍‌ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଓପନର ରେହମାନୁଲ୍ଲା ଗୁର୍‌ବାଜଙ୍କ ୮୦ ରନ୍‌ର ଧୂଆଁଧାର ପାଳି ଓ ଇକ୍ରାମ ଅଲିଖିଲଙ୍କ ୫୮ ରନ୍‌ର ମହତ୍ବପୂର୍ଣ୍ଣ ପାଳି ବଳରେ ଦଳ ଇଂଲଣ୍ଡ ଆଗରେ ୨୮୫ ରନର ଲଢ଼ୁଆ ଟାର୍ଗେଟ ରଖିଥିଲା । ହେଲେ ଆଫଗାନିସ୍ତାନର ଘାତକ ବୋଲିଂ ଆଟାକ୍‌ ଇଂଲଣ୍ଡକୁ ୪୦.୩ ଓଭରରେ କେବଳ ୨୧୫ ରନ୍‌ରେ ଅଲ୍‌ଆଉଟ୍‌ କରିବାରେ ସକ୍ଷମ ହୋଇଥିଲେ । ଫଳରେ ୬୯ ରନରେ ବଡ଼ ବିଜୟ ହାସଲ କରିଛି ଆଫଗାନିସ୍ତାନ । ତେବେ ଏହି ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ଦଳର ଷ୍ଟାର ସ୍ପିନର ରସିଦ ଖାନ ।

  • Delhi sach mein dil walon ki hai 🙌

    A huge thank you to all the fans at the stadium who supported us and kept us going through out the game 🙏

    And to all our supporters around the 🌍 thank you for your love 💙

    — Rashid Khan (@rashidkhan_19) October 16, 2023 " class="align-text-top noRightClick twitterSection" data=" ">

ଆଫଗାନିସ୍ତାନରେ ଲଗାତାର ଭୂକମ୍ପ ଫଳରେ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ନଜର ଘର ମଧ୍ୟ ହରାଇଛନ୍ତି । ଏଭଳି ସମୟରେ ଆଫଗାନିସ୍ତାନ କ୍ରିକେଟ ଦଳର ଏହି ଐତିହାସିକ ବିଜୟ ପରେ ରସିଦ ଖାନ ଭାବବିହ୍ବଳ ହୋଇ ପଡ଼ିଥିଲେ । ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖି ରସିଦ କହିଛନ୍ତି, "ଇଂଲଣ୍ଡ ଉପରେ ବିଜୟ ଆମର ଆତ୍ମବିଶ୍ବାସ ବୃଦ୍ଧି କରାଇଛି ଯେ ଆମେ ଯେକୌଣସି ଦଳକୁ ପରାସ୍ତ କରିପାରିବୁ । ଏହା ଆମ ପାଇଁ ଏକ ବଡ଼ ବିଜୟ । ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରିବା ଆମ ପାଇଁ ବଡ଼ କଥା । ଭୂକମ୍ପ ଯୋଗୁଁ ଆମ ଦେଶ ପ୍ରଭାବିତ ହୋଇଛି । ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ଏହି ବିଜୟ ଆମ ଲୋକଙ୍କୁ କିଛିମାତ୍ରାରେ ଖୁସି ଦେବ ନିଶ୍ଚୟ । ମୁଁ ଡ୍ରେସିଂ ରୁମରେ ସମସ୍ତଙ୍କୁ କହିଥିଲି ଯେ ଟୁର୍ଣ୍ଣାମେଣ୍ଟରେ ଯାହା ଘଟିବ ଘଟୁ କିନ୍ତୁ ଆମେ ଶେଷ ପର୍ଯ୍ୟନ୍ତ ଲଢିବା । ଆମେ ନିଜ ପାଇଁ ଛୋଟ ଲକ୍ଷ୍ୟ ସ୍ଥିର କରିଛୁ । ଆମେ ଆମର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ୬୯ ରନରେ ଡିଫେଣ୍ଡିଂ ଚମ୍ପିଆନକୁ ମାତ୍ ଦେଲା ଆଫଗାନିସ୍ତାନ

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳକୁ ଉପସ୍ଥିତ ପ୍ରଶଂସକ ଭରପୁର ସମର୍ଥନ ଦେଇଥିଲେ । ଯାହାକୁ ନେଇ ରସିଦ ଖାନ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ରସିଦ ଲେଖିଛନ୍ତି, "ସତରେ ଦିଲ୍ଲୀ ହୃଦୟବାନ ଲୋକଙ୍କ ସହର । ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ପ୍ରଶଂସକଙ୍କୁ ବହୁତ ଧନ୍ୟବାଦ, ଯେଉଁମାନେ ଆମକୁ ସମର୍ଥନ କରିଥିଲେ ଏବଂ ସମ୍ପୂର୍ଣ୍ଣ ଖେଳରେ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲେ । ବିଶ୍ବରେ ଥିବା ସମସ୍ତ ସମର୍ଥକଙ୍କୁ ମଧ୍ୟ ଆପଣଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ।" ପ୍ରକାଶଯୋଗ୍ୟ, ଏହି ମ୍ୟାଚ୍‌ରେ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବାବେଳେ ରସିଦ ଖାନ ପରିସ୍ଥିତିକୁ ବୁଝି ବିଚାରି ବ୍ୟାଟିଂ କରିଥିଲେ ଓ ୨୩ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଏହାପରେ ବୋଲିଂ କରି ୩ଟି ବହୁମୂଲ୍ୟ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକମାନେ ରସିଦଙ୍କ ନାଁ ଧରି ତାଙ୍କୁ ବିପୁଳ ସମର୍ଥନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.