ETV Bharat / sports

'45 Special': ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଲେ ରୋହିତ, ହିଟମ୍ୟାନଙ୍କ ପାଇଁ ଗେଲ୍‌ଙ୍କ ସ୍ବତନ୍ତ୍ର ପୋଷ୍ଟ

author img

By ETV Bharat Odisha Team

Published : Oct 12, 2023, 4:34 PM IST

ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରି ତାଲିକାରେ କ୍ରିସ ଗେଲ୍‌ଙ୍କୁ ପଛରେ ପକାଇଲେ ହିଟମ୍ୟାନ୍‌ ରୋହିତ ଶର୍ମା । ସ୍ବତନ୍ତ୍ର ପୋଷ୍ଟ କରି ରୋହିତଙ୍କୁ ଶୁଭେଚ୍ଛା ଜଣାଇଲେ ଗେଲ୍‌ । ଅଧିକ ପଢନ୍ତୁ

45 Special
45 Special

ହାଇଦ୍ରାବାଦ: ଅରୁଣ ଜେଟଲୀ ଷ୍ଟାଡିମୟରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଅନେକ କୀର୍ତ୍ତମାନ ନିଜ ନାମରେ କରିଛନ୍ତି ହିଟମ୍ୟାନ୍‌ ରୋହିତ ଶର୍ମା । ଏହି ମ୍ୟାଚ୍‌ରେ ଶତକ ସହିତ ଛକା ମାରି ୱେଷ୍ଟ ଇଣ୍ଡିଜ ବ୍ୟାଟ୍‌ର କ୍ରିସ ଗିଲ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ ଅଧିନାୟକ ରୋହିତ । ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବା ତାଲିକାରେ ସେ ଗେଲ୍‌ଙ୍କୁ ପଛରେ ପକାଇଛନ୍ତି । ଏହାପରେ ରୋହିତଙ୍କ ପାଇଁ ସୋସିଆଲ ମିଡିଆରେ ଗେଲ୍‌ ଏକ ସ୍ପେଶାଲ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ୱେଷ୍ଟଇଣ୍ଡିଜ ବ୍ୟାଟର୍‌ କ୍ରିସ ଗେଲ୍‌ ଓ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଜର୍ସି ନଂ '45' । ଉଭୟ ସମାନ ଜର୍ସି ନଂ ସେୟାର କରୁଥିବାରୁ ଏହି ରେକର୍ଡ ମଧ୍ୟ ଦୁହିଁଙ୍କ ପାଇଁ ସ୍ପେଶାଲ ରହିଛି । ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ୫୫୩ଟି ଛକା ମାରି ଗେଲ୍‌ ଏହି ତାଲିକାର ଶୀର୍ଷରେ ରହିଥିଲେ । ହେଲେ ବୁଧବାର ହିଟମ୍ୟାନ୍‌ ୩ଟି ଛକା ମାରିବା ପରେ ଗେଲ୍‌ଙ୍କୁ ପଛରେ ପକାଇଥିଲେ । ଏବେ ରୋହିତ ୫୫୫ ଛକା ମାରି ଏହି ତାଲିକାର ଶୀର୍ଷରେ ରହିଛନ୍ତି । ଏହାପରେ ଗେଲ୍‌ 'X' ସାଇଟ୍‌ରେ ଏକ ପୋଷ୍ଟ କରି ଲେଖିଥିଲେ, " ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ତାଲିକାରେ ଶୀର୍ଷ ସ୍ଥାନ ପାଇଁ ଶୁଭେଚ୍ଛା । "

  • Another day, another achievement for our 𝗛𝗶𝘁𝗺𝗮𝗻 😍💥 Rohit sharma is on fire today 🔥🇮🇳 Amazing 100 & Most 100s in World Cups (7) & Most sixes in International cricket.🔥 #RohitSharma @ImRo45

    — Shikhar Dhawan (@SDhawan25) October 11, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ହିଟ୍‌ମ୍ୟାନଙ୍କ ଏକାଧିକ ରେକର୍ଡ

ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ ସହିତ ଶତକ ହାସଲ କରିଛନ୍ତି । ସେ ମାତ୍ର ୮୩ଟି ବଲ‌୍‌ ଖେଳି ୧୩୧ ରନ୍‌ ସଂଗ୍ରହ କରିଥିଲେ । ଅନେକ ଦିନ ପରେ ରୋହିତଙ୍କ ବ୍ୟାଟ୍‌ରୁ ଏପରି ରନ୍‌ ଆସିବା ପରେ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୂର୍ବତନ କ୍ରିକେଟରଙ୍କଠୁ ଆରମ୍ଭ କରି ଅନେକ ଫ୍ୟାନ୍ସ ରୋହିତଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଥିଲେ । ପୂର୍ବତନ ଭାରତୀୟ ଓପନର୍‌ ବୀରେନ୍ଦ୍ର ସେହୱାଗ ଏକ ପୋଷ୍ଟ କରି କହିଛନ୍ତି, " ରୋହିତଙ୍କୁ ଆଜି ଫୁଲ୍‌ ଫର୍ମରେ ଦେଖିବାକୁ ମିଳି ବେଶ ଖୁସି ଲାଗିଲା । " ଏହାସହ ସେ ବିରାଟ କୋହଲି ଓ ଜଶପ୍ରୀତ ବୁମରାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ହିଟ୍‌ମ୍ୟାନ୍‌ଙ୍କ ବିସ୍ଫୋରକ ଶତକ, ୮ ୱିକେଟ୍‌ରେ ଜିତିଲା ଭାରତ

ସେପଟେ ପୂର୍ବତନ ଭାରତୀୟ ଓପନର୍‌ ଶିଖର ଧୱନ ମଧ୍ୟ ପୋଷ୍ଟ କରି କହିଛନ୍ତି," ହିଟମ୍ୟାନଙ୍କ ପାଇଁ ଆଉ ଏକ ସଫଳତା । ବିଶ୍ବକପ୍‌ରେ ସର୍ବାଧିକ ଶତକ ଓ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ରେ ସର୍ବାଧିକ ଛକା । ଶୁଭେଚ୍ଛା " ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ମଧ୍ୟ ରୋହିତଙ୍କୁ ବେଶ ପ୍ରଶଂସା କରି କହିଛନ୍ତି, " ଆଜିର ମ୍ୟାଚ ବେଶ ରୋମାଞ୍ଚକର ଥିଲା । ରୋହିତ ତୁମେ ପୁଣି ଧୂଆଁଦାର ବ୍ୟାଟିଂ କରି ଶତକ ହାସଲ କରିଛ । ଈଷାନ କିଷାନଙ୍କ ସହିତ ପାର୍ଟନରସିପ ମଧ୍ୟ ଉଚ୍ଚକୋଟୀର ଥିଲା । ଆମକୁ ଏପରି ଗର୍ବିତ କର । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.