ETV Bharat / sports

ICC World Cup 2023: ଆଜି ଅଭ୍ୟାସ ମ୍ୟାଚ ଖେଳିବେ ଭାରତ-ଇଂଲଣ୍ଡ

ଦିନିିକିଆ ବିଶ୍ବକପ ପାଇଁ ଅଭ୍ୟାସ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 30, 2023, 8:28 AM IST

ICC World CUP 2023
ICC World CUP 2023

ହାଇଦ୍ରାବାଦ: ଆଇସିସି ପୁରୁଷ ବିଶ୍ବକପକୁ ଆଉ ମାତ୍ର 4 ଦିନ ବାକି ରହିଲା । ଏହା ପୂର୍ବରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ଅଭ୍ୟାସ ମ୍ୟାଚ । ଆଜି ଆୟୋଜକ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଗୌହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ବରେ ଓ୍ବାର୍ମଅପ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅପରାହ୍ନ 2ଟା ସମୟରେ ମ୍ୟାଚ ଆରମ୍ଭ ହେବ ।

ଅନ୍ୟପଟେ ଅଭ୍ୟାସ ମ୍ୟାଚ ପୂର୍ବରୁ ଶୁକ୍ରବାର ଭାରତର ପହଞ୍ଚିଥିଲା ଇଂଲଣ୍ଡ । 38 ଘଣ୍ଟାର ଯାତ୍ରା ପରେ ଗତକାଲି ଅପରାହ୍ନରେ ଗୌହାଟୀରେ ପହଞ୍ଚିଥିଲା ଇଂଲଣ୍ଡ ଦଳ । ଲମ୍ବା ସମୟ ଧରି ଯାତ୍ରା କରିବା ପରେ କ୍ଲାନ୍ତ ଅନୁଭବ କରିଥିଲେ ଖେଳାଳି । ଆସନ୍ତା 3 ତାରିଖରେ ଭାରତ ଦ୍ବିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ଆଜି ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତ ନଜର ରହିଛି । ବିଶେଷ କରି ରୋହିତ, କୋହଲି, ଶୁବମନ, ଶ୍ରେୟାସ ଆୟର ଓ ଯାଦବଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର । ଯଦି ଆଜିର ଅଭ୍ୟାସ ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ବଢିବ । ଆଜି ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟ ଅଭ୍ୟାସ ମ୍ୟାଚ ଖେଳିବେ ।

ଶୁକ୍ରବାର ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ପାକିସ୍ତାନକୁ 5 ଓ୍ବିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। 5 ଓ୍ବିକେଟ ହରାଇ 345 ରନ କରିଥିଲା ପାକ । 346ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବିପକ୍ଷ ଦଳ। 5 ଓ୍ବିକେଟ ବିନିମୟରେ 44 ଓଭର ଶେଷ ସୁଦ୍ଧା 346 ରନ କରି ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ।

ଏହା ମଧ୍ୟ ପଢନ୍ତୁ-Asian Games 2023: 50 ବର୍ଷ ପରେ ଶ୍ରେଷ୍ଠ ସ୍ଥାନରେ ଭାରତ, ପଦକ ସଂଖ୍ୟା 32 ଛୁଇଁଲା

ଆସନ୍ତା ମାସ ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ କ୍ରିକେଟ ବିଶ୍ବକପ । ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ୱାର୍ମଅପ୍‌ ମ୍ୟାଚ ଖେଳାଯିବ । ଗତକାଲି 3ଟି ଅଭ୍ୟାସ ମ୍ୟାଚ୍‌ ରହିଥିଲା । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଓ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯାଇଥିଲା । ବିଶ୍ବକପ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ନଭେମ୍ବର 19 ତାରିଖ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.