ETV Bharat / sports

ICC Women's World Cup: ଭାରତକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ - ଭାରତ ବନାମ ଅଷ୍ଟ୍ରେଲିଆ ବିଶ୍ବକପ ମ୍ୟାଚ୍‌

ମହିଳା ODI ବିଶ୍ବକପ ୨୦୨୨ରେ(ICC Women's World Cup 2022) ଭାରତକୁ ୬ ୱିକେଟରେ ହରାଇ ପ୍ରଥମ ଟିମ ଭାବେ ସେମିଫାଇନାଲରେ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୨୭୭ ରନ୍‌ କରିଥିଲା ଭାରତ । ୨୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ୪୯.୩ ଓଭରରେ ହାସଲ କରି ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ICC Women's World Cup: Dominant Australia thrash India by six wickets
ICC Women's World Cup: ଭାରତକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ
author img

By

Published : Mar 19, 2022, 3:32 PM IST

ଅକଲାଣ୍ଡ: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ODI ବିଶ୍ବକପ ୨୦୨୨ରେ( ICC Women's World Cup 2022) ଟିମ ଇଣ୍ଡିଆର ଆଉ ଏକ ପରାଜୟ । ପ୍ରଥମେ ବ୍ୟାଟିଂ କରି ୨୭୭ ରନ୍‌ କରିବା ସତ୍ତ୍ବେ ମିତାଲି ରାଜଙ୍କ ନେତୃତାଧୀନ ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ୪୯.୩ ଓଭରରେ ଭାରତ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟକୁ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଫଳରେ ବିଶ୍ବକପ ୨୦୨୨ରେ ୫ଟି ମ୍ୟାଚ୍‌ରୁ ୫ଟି ବିଜୟ ସହିତ ଅପରାଜେୟ ରହି ଟୁର୍ନାମେଣ୍ଟର ପ୍ରଥମ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମେଗ ଲାନିଙ୍ଗ୍‌ଙ୍କ ଟିମ ।

ଶନିବାର ଇଡେନ ପାର୍କ ଅକଲାଣ୍ଡ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ଟିମ, ମହିଳା ବିଶ୍ବକପ ମ୍ୟାଚ୍‌ରେ ନିଜର ସଫଳତମ ରନଚେଜ୍‌ର ରେକର୍ଡକୁ ଭଙ୍ଗ କରିଛି ।

କ୍ୟାପେଟନ ମେଗ ଲାନିଙ୍ଗ୍‌ ୯୭ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ଓପନର ଆଲେସା ହେଲି ୭୨ ଓ ରାଚେଲ ହେଇନ୍‌ସ ୪୩ ରନ୍‌ର ଇଂନିସ ଖେଳିଥିଲେ । ଦୁଇ ଅଷ୍ଟ୍ରେଲୀୟ ଓପନର ପ୍ରଥମ ୱିକେଟ ଯୋଡିରେ ୧୨୧ ରନର ଭାଗିଦାରୀ କରି ବିଜୟର ମୂଳଦୁଆ ପକାଇଥିଲେ । ଏଲିସ ପେରୀ ୨୮ ଓ ବେଥ ମୁନି ଅପରାଜିତ ୩୦ ରନ୍‌ର ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ ।

ଅନ୍ୟପଟେ କଙ୍ଗାରୁ ଖେଳାଳିଙ୍କ ସାମ୍ନାରେ ଭାରତୀୟ ବୋଲିଂ ଆକ୍ରମଣ ସାଧାରଣ ପ୍ରମାଣିତ ହୋଇଥିଲା । ଭେଟେରାନ ଦ୍ରୁତ ବେଲାର ଝୁଲଣ ଗୋସ୍ବାମୀ ୯.୩ ଓଭର ବୋଲିଂ କରି ୬୪ ରନ୍‌ ବ୍ୟୟ କରିଥିଲେ ଓ ୱିକେଟ ଶୂନ୍ୟ ରହିଥିଲା । ମେଘନା ସିଂହ, ସ୍ନେହ ରାଣାଙ୍କୁ ଗୋଟିଏ ଲେଖାଏଁ ଓ ପୂଜା ବସ୍ତ୍ରକର ୨ଟି ୱିକେଟ ହାସଲ କରିଥିଲେ ।

ପୂର୍ବରୁ ୟାସ୍ତିକା ଭାଟିଆଙ୍କ ୫୯, ହରମନପ୍ରୀତ କୌରଙ୍କ ୫୭ ଓ କ୍ୟାପେଟନ୍‌ ମିତାଲି ରାଜଙ୍କ ୬୮ ରନ୍‌ ବଳରେ ଭାରତୀୟ ଟିମ ସଂପୂର୍ଣ୍ଣ ୫୦ ଓଭର ଖେଳି ୭ ୱିକେଟ ହରାଇ ୨୭୭ ରନ୍‌ କରିଥିଲ ।

ସଂକ୍ଷୀପ୍ତ ସ୍କୋର: ଭାରତ ୨୭୭/୭(ମିତାଲି ରାଜ ୬୮, ୟାସ୍ତିକା ଭାଟିଆ ୫୯; ଡାରସି ବ୍ରାଉନ ୩-୩୦) ବନାମ ୨୮୦/୪(ମେଗ ଲାନିଙ୍ଗ ୯୭, ଆଲେସା ହେଲି ୭୨; ପୂଜା ବସ୍ତ୍ରକର ୨/୪୩) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.