ETV Bharat / sports

ICC Womens T20I Rankings: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ରେଣୁକା - ଆଇସିସି ମହିଳା ଟି ଟ୍ବେଣ୍ଟି ତାଲିକା

ବୋଲିଂ ତାଲିକାରେ ଭାରତର ପ୍ରତିଭାବାନ ପେସ ବୋଲର ରେଣୁକା ସିଂହ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅଧିକ ପଢନ୍ତୁ

କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ରେଣୁକା
କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ରେଣୁକା
author img

By

Published : Aug 10, 2022, 10:35 AM IST

ଦୁବାଇ: ଆଇସିସି ପକ୍ଷରୁ ପ୍ରକାଶ ପାଇଛି ସଦ୍ୟ ମହିଳା ଟି-ଟ୍ବେଣ୍ଟି ମାନ୍ୟତା ତାଲିକା । ବୋଲିଂ ତାଲିକାରେ ଭାରତର ପ୍ରତିଭାବାନ ପେସ ବୋଲର ରେଣୁକା ସିଂହ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ମିଂହାମରେ ସଦ୍ୟ ସମାପ୍ତ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ରେଣୁକା ସିଂହଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିପରି ବ୍ୟାଟିଂରେ ଜେମିମା ରୋଡ୍ରଗ୍ସି ଶ୍ରେଷ୍ଠ 10କୁ ଫେରିଛନ୍ତି । ଅନ୍ୟପଟେ ଓପନର ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ମାନ୍ୟତାରେ ତଳକୁ ଖସିଛନ୍ତି ।

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ଟି-ଟ୍ବେଣ୍ଟି ମୁକାବିଲାରେ ପ୍ରଭାବି ବୋଲିଂ କରିଥଲେ ରେଣୁକା ବର୍ମା । ଏହି ପ୍ରଦର୍ଶନ ଆଧାରରେ ସେ ସେ ଶ୍ରେଷ୍ଠ 20ରେ ସ୍ଥାନ ପାଇଛନ୍ତି । 10ଟି ସ୍ଥାନ ଉପରକୁ ଉଠି 18ତମ ସ୍ଥାନରେ ରହିଛନ୍ତି । ବର୍ମିଂହାମରେ ରୌପ୍ୟ ଜିତିବାରେ ରେଣୁକାଙ୍କ ଭୂମିକା ରହିଥିଲା । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 11ଟି ୱିକେଟ ହାସଲ କରିଥିଲେ।

ଏହା ବି ପଢନ୍ତୁ...ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତ, ୨୦୦ ସ୍ବର୍ଣ୍ଣ ଜିତିବାରେ ଚତୁର୍ଥ ଦେଶ

ସେହିପରି ସ୍ପିନର ରାଧା ଯାଦବ 14ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଖସି ଷଷ୍ଠରେ ରହିଛନ୍ତି । ଇଂଲଣ୍ଡରେ ସୋଫି ଏକ୍ଲଷ୍ଟୋନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ପ୍ରକାଶ ଥାଉ କି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.