ETV Bharat / sports

ICC U19 WC: କ୍ବାର୍ଟର-ଫାଇନାଲ ପୂର୍ବରୁ ନିଶାନ୍ତଙ୍କୁ କୋରୋନା, କ୍ୟାପଟେନ ୟଶ ଦୁଲ୍‌ ସୁସ୍ଥ - ୧୯ ବର୍ଷରୁ କମ ବିଶ୍ବକପ ୨୦୨୨

ଚଳିତ ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପରେ କ୍ବାର୍ଟର-ଫାଇନାଲରେ ଭାରତ ସାମ୍ନାରେ ରହିଛି ବାଂଲାଦେଶ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଟିମର ଅନ୍ୟତମ ଷ୍ଟାର ଖେଳାଳି ନିଶାନ୍ତ ସିନ୍ଧୁ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ICC U19 WC: Nishant Sindhu COVID positive, Dhull and Rasheed available for quarterfinal
କ୍ବାର୍ଟର-ଫାଇନାଲ ପୂର୍ବରୁ ନିଶାନ୍ତଙ୍କୁ କୋରୋନା, କ୍ୟାପଟେନ ୟଶ ଦୁଲ୍‌ ସୁସ୍ଥ
author img

By

Published : Jan 28, 2022, 10:27 PM IST

ଆଣ୍ଟିଗୁଆ: ଚଳିତ ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପରେ କ୍ବାର୍ଟର-ଫାଇନାଲରେ ଭାରତ ସାମ୍ନାରେ ରହିଛି ବାଂଲାଦେଶ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ବଡ୍‌ ଝଟ୍‌କା । ଟିମର ଅନ୍ୟତମ ଷ୍ଟାର ଖେଳାଳି ନିଶାନ୍ତ ସିନ୍ଧୁ(Nishant Sindhu) COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମେନ୍‌ ଇନ୍‌ ବ୍ଲୁ ପାଇଁ ଏହା ଆଶ୍ବସ୍ତିକର ହୋଇଛି ଯେ, ପୂର୍ବରୁ ସଂକ୍ରମିତ ହୋଇଥିବା ଅନ୍ୟ ସମସ୍ତ ଖେଳାଳି ସୁସ୍ଥ ହୋଇଛନ୍ତି ଓ ବାଂଲାଦେଶ ବିପକ୍ଷ କ୍ବାର୍ଟର-ଫାଇନାଲ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବେ ।

ଏହାମଧ୍ୟ ପଢନ୍ତୁ: ମହିଳା ଏସିଆ କପ୍‌ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ

ଗତ ସପ୍ତାହରେ ଭାରତର ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ ଦିନ କ୍ୟାପଟେନ ୟଶ ଦୁଲ୍‌ ଓ ଭାଇସ କ୍ୟାପଟେନ୍‌ ଏସକେ ରସିଦଙ୍କ ସମେତ ୪ଜଣ ଭାରତୀୟ ଖେଳାଳି COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ BCCI ସ୍ପଷ୍ଟ କରିଥିଲା । ଏହାପରେ ଅନ୍ୟ ଦୁଇ ଖେଳାଳିଙ୍କ ଠାରେ ଲକ୍ଷମ ଦେବାଦେବାପରେ ସେମାନଙ୍କ RT-PCR ଟେଷ୍ଟ କରାଯିବା ସହ ଆଇସୋଲେସନରେ ରଖାଯାଇଥିଲା । ଫଳରେ ମୋଟ୍‌ ୬ ଜଣ ଭାରତୀୟ ଖେଳାଳି ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.