ETV Bharat / sports

ICC Test Rankings: ଖସିଲେ କୋହଲି, ନମ୍ବର ୧ରେ ଲାବୁସେନ - ଆଇସିିସି ଟେଷ୍ଟ ରାଙ୍କିଂ

ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ରାଙ୍କିଂ (ICC Test Rankings) । ଭାରତୀୟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସି ଯାଇଛନ୍ତି । ଅଧିକ ପଢନ୍ତୁ

ଖସିଲେ କୋହଲି, ନମ୍ବର ୧ରେ ଲାବୁସେନ
ଖସିଲେ କୋହଲି, ନମ୍ବର ୧ରେ ଲାବୁସେନ
author img

By

Published : Dec 23, 2021, 12:49 PM IST

ଦୁବାଇ: ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ରାଙ୍କିଂ (ICC Test Rankings) । ଭାରତୀୟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଖସି ଯାଇଛନ୍ତି । ଆସେସ ଟେଷ୍ଟରେ ଦମଦାର ପ୍ରଦର୍ଶନ ପାଇଁ ଆଷ୍ଟ୍ରେଲିୟା ଯୁବ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ହଟାଇ ୧ ନମ୍ବର ମାନ୍ୟତା ପାଇଛନ୍ତି ଲାବୁସେନ । ଅନ୍ୟତମ ଭାରତୀୟ କ୍ରିକେଟର ଭାବେ ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି । ବୋଲରମାନଙ୍କ ମଧ୍ୟରେ ରବୀଚନ୍ଦ୍ରନ ଅଶ୍ବିନ ଅଷ୍ଟ୍ରେଲିଆ ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କୁମିନ୍ସଙ୍କ ପଛକୁ ରହି ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଖେଳିଥିବା ପୂର୍ବରୁ କୋହଲି ଷଷ୍ଠ ସ୍ଥାନରେ ଥିଲେ । ବର୍ତ୍ତମାନ ୭୫୬ ପଏଣ୍ଟ ପାଇ ସପ୍ତମ ସ୍ଥାନକୁ ଖସି ଆସିଛନ୍ତି ।

ଆସେସ ପ୍ରଥମ ଦୁଇ ଟେଷ୍ଟରେ ଲାବୁସେନ ଉଚ୍ଚକୋଟୀର ପ୍ରଦର୍ଶନ କରି ୯୧୨ ପଏଣ୍ଟ ସହ ପାଲ ରୁଟଙ୍କୁ ପଛରେ ପକାଇଛନ୍ତି । ଏହା ପୂର୍ବରୁ ଲାବୁସେନ ଦ୍ବିତୀୟ ସ୍ଥାନରେ ଥିଲେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୭୪ ରନ କରିଥିଲେ ଅଷ୍ଟ୍ରେଲିଆ ଜିତିଥିଲା । ଦ୍ବିତୀୟ ଟେଷ୍ଟରେ ୧୦୩ ଓ ୫୩ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ୫ ମ୍ୟାଚ ବିଶିଷ୍ଟ ଆସେସରେ ୨-୦ରେ ଆଗ୍ରଣୀ ଥିଲା । ଭାରତର ହ୍ବାଇଟ ବଲ କ୍ୟାପଟେନ କେଏଲ ରାହୁଲ ପଞ୍ଚମ ସ୍ଥାନରେ ରହିଛନ୍ତି । ଅଶ୍ବିନୀଙ୍କ ବ୍ୟତୀତ ଟପ୨୦ରେ ଆଉ କୌଣସି ବୋଲର ନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.