ETV Bharat / sports

ICC Test rankings: ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ, ଉଠିଲେ ଆୟାର-ଅଶ୍ୱୀନ - ରବିଚନ୍ଦ୍ରନ ଅଶ୍ବୀନ

ନୂତନ ଆଇସିସି ଟେଷ୍ଟ ମାନ୍ୟତାରେ ଅଶ୍ବୀନ ଏବଂ ଆୟାରଙ୍କ ସ୍ଥାନରେ ପରିବର୍ତ୍ତନ । ଅଶ୍ବୀନ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ଆୟାର ଟେଷ୍ଟ କ୍ୟାରିୟର ଶ୍ରେଷ୍ଠ ୧୬ ସ୍ଥାନ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ ପରେ ଆୟାର ଓ ଅଶ୍ବୀନଙ୍କ ଟେଷ୍ଟ ମାନ୍ୟତାରେ ଉନ୍ନତି

author img

By

Published : Dec 28, 2022, 10:54 PM IST

ହାଇଦ୍ରାବାଦ: ଜାରି ହୋଇଛି ନୂତନ ଆଇସିସି ଟେଷ୍ଟ ମାନ୍ୟତା । ଏଥିରେ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବୀନ ଓ ବ୍ୟାଟର ଶ୍ରେୟାସ ଆୟାରଙ୍କ ସ୍ଥାନରେ ପରିବର୍ତ୍ତନ ଘଟିଛି । ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ରବିଚନ୍ଦ୍ରନ ଅଶ୍ବୀନ ଆଇସିସି ଟେଷ୍ଟ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ସେହିପରି ଶ୍ରେୟାସ ଆୟର ଆଇସିସି ଟେଷ୍ଟ ମାନ୍ୟତାରେ କ୍ୟାରିୟରର ଶ୍ରେଷ୍ଠ ୧୬ ସ୍ଥାନ ହାସଲ କରିଛନ୍ତି ।

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଅଶ୍ବୀନ ୬ ଟି ୱିକେଟ ହାସଲ କରି ବୋଲର ଜଶପ୍ରିତ ବୁମରାଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେପଟେ ଅଶ୍ବୀନ ବାଂଲାଦେଶ ବିପକ୍ଷରେ ଦମଦାର ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରିଥିଲେ । ଯେଉଁକାରଣରୁ ସେ ତୃତୀୟ ସ୍ଥାନ ଉପରକୁ ଉଠି ୮୪ ସ୍ଥାନରେ ପହଁଞ୍ଚିଛନ୍ତି । ବୋଲିଂ ଅଶ୍ବୀନ ୭ ରେଟିଂ ପଏଣ୍ଟ ସହିତ ୩୪୩ ପଏଣ୍ଟ ହାସଲ କରିବାରେ ସଫଳ ହୋଇଛନ୍ତି ।

ସେପଟେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିବା ଶ୍ରେୟାସ ଆୟର ତାଙ୍କ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । ସେ ଆଇସିସି ଟେଷ୍ଟ ମାନ୍ୟତାରେ ୧୬ ସ୍ଥାନ ହାସଲ କରିଛନ୍ତି । ପ୍ରଥମ ଟେଷ୍ଟରେ ୮୭ ରନର ପାଳି ଏବଂ ଦ୍ବିତୀୟ ଟେଷ୍ଟରେ ୨୯ ରନର ପାଳି ଖେଳି ସେ ୨୬ ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛନ୍ତି । ସେହିପରି ଋଷଭ ପନ୍ତ ପ୍ରଥମ ଟେଷ୍ଟ ମ୍ୟାଚରେ ୯୩ ରନର ଇନିଂସ ଖେଳିଥିଲେ । ଏଥିରେ ସେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୩ ରେଟିଂ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.