ETV Bharat / sports

ICC ପୁରସ୍କାର ଦୌଡରେ ଓପନର ମୟଙ୍କ ଅଗ୍ରୱାଲ

author img

By

Published : Jan 8, 2022, 7:33 PM IST

ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ, ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ଡିସେମ୍ବର ୨୦୨୧ ମାସର ICC ପ୍ଲେଆର ଅଫ୍‌ ଦ ମନ୍ଥ ମନୋନୀତ । ଅଧିକ ପଢନ୍ତୁ

ICC Player of the Month: Mayank Agarwal, Starc and Ajaz Patel nominated for December 2021
ICC ପୁରସ୍କାର ଦୌଡରେ ଓପନର ମୟଙ୍କ ଅଗ୍ରୱାଲ

ଦୁବାଇ: ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି(ICC Player of the Month) ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କ ନାମ ଶନିବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ମାସରେ କିଛି ପ୍ରଭାବୀ ପ୍ରଦର୍ଶନ ପାଇଁ ୩ଜଣ ଖେଳାଳିଙ୍କୁ ଚୟନ କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ(ICC) । ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ, ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ନିୟମିତ ଭାରତୀୟ ଓପନର ରୋହିତ ଶର୍ମା, ଶୁଭମନ ଗିଲ୍‌ ଓ କେଏଲ ରାହୁଲ ଡିସେମ୍ବର ମାସରେ ମ୍ୟାଚ୍‌ ଖେଳିବାକୁ ବଞ୍ଚିତ ହୋଇଥିଲେ । ମାତ୍ର ମୟଙ୍କ ଅଗ୍ରୱାଲ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିଳିଥିବା ସୁଯୋଗର ଭରପୁର ଫାଇଦା ଉଠାଇଥିଲେ । ଦୁଇଟି ମ୍ୟାଚ୍‌ରେ ସେ ୬୯.୦୦ ଆଭରେଜରେ ୨୭୬ ରନ୍‌ ସଂଗ୍ରହ କରିଛନ୍ତି ଓ ଏଥିରେ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଓ ଗୋଟିଏ ଶତକ ସାମିଲ ରହିଛି ।

ଏହାମଧ୍ୟ ପଢନ୍ତୁ: ନୂଆବର୍ଷରୁ ICCର ନୂଆ ନିୟମ, ମନ୍ଥର ବୋଲିଂ ପାଇଁ ଏଣିକି ମ୍ୟାଚ୍‌ ମଝିରେ ଦଣ୍ଡ

ଡିସେମ୍ବର ମାସରେ କ୍ରିକେଟ ଇତିହାସର ବିରଳ ରେକର୍ଡର ଅଧିକାରୀ ହେବାପରେ ଏଜାଜ ପଟେଲଙ୍କୁ ମନୋନୀତ କରାଯାଇଛି । ଭାରତ ବିପକ୍ଷରେ ଗୋଟିଏ ଇଂନିସରେ ୧୦ଟି ୱିକେଟ ହାସଲ କରିବା ସହ ଟେଷ୍ଟ କ୍ରିକେଟ ଇତିହାସରେ ଏହି କରିସ୍ମା କରିବାରେ ବିଶ୍ବର ତୃତୀୟ ବୋଲର ହୋଇଥିଲେ । ଅନିଲ କୁମ୍ବଲେ ଓ ଜିମ ଲାକରଙ୍କ ସହିତ ଗୋଟିଏ ଟେଷ୍ଟ ଇଂନିସରେ ୧୦ ୱିକେଟ ହାସଲ କ୍ଳବରେ ସାମିଲ ହୋଇଥିଲେ ।

ବାମହାତୀ ସ୍ପିନର ଏଜାଜ ମାସରେ ମାତ୍ର ଗୋଟିଏ ଟେଷ୍ଟ ଖେଳିଛନ୍ତି ଓ ୧୬.୦୭ ଆଭରେଜରେ ୧୪ ୱିକେଟ ନିଜ ନାମରେ କରିଛନ୍ତି ।

ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆର ଆସେସ ସିରିଜ ବିଜୟରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଡିସେମ୍ବର ମାସରେ ଖେଳିଥିବା ୩ଟି ଟେଷ୍ଟରୁ ୧୯.୬୪ ଆଭରେଜରେ ୧୪ ୱିକେଟ ହାତେଇବା ସହ ୫୮.୫୦ ଆଭରେଜରେ ୧୧୭ ରନ୍‌ ସଂଗ୍ରହ କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.